October 6, 2024

ସତ୍ୟ ସାଇବାବାଙ୍କ ୯୮ତମ ଜୟନ୍ତୀ ଉତ୍ସବ ପାଳିତ

Share

ସତ୍ୟ ସାଇବାବାଙ୍କ ୯୮ତମ ଜୟନ୍ତୀ ଉତ୍ସବ ପାଳିତ

ବୁଗୁଡ଼ା : ତା ୨୩/୧୧/୨୩ : ସ୍ଥାନୀୟ ସତ୍ୟସାଇ

ସେବା ସମିତି ପକ୍ଷରୁ ସତ୍ୟସାଇଙ୍କ ୯୮ତମ ଜୟନ୍ତୀ

ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।

ଏ ଅବସରରେ ଓଁକାର ସୁପ୍ରଭାତ , ସମୂହ ନଗର ସଙ୍କୀର୍ତ୍ତନ ,ପ୍ରଶାନ୍ତି ଧ୍ଵଜା ଉତ୍ତୋଳନ, ଷୋଡଶ ଉପଚାର ପୂଜା ସାଙ୍ଗକୁ ନାରାୟଣ ସେବା ଓ ଶୀତ ବସ୍ତ୍ର

ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥି ସହ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ମଧ୍ଯ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ୯୮ ଦୀପ ପ୍ରଜ୍ବଳନ ସାଙ୍ଗକୁ ବେଦ ପାଠ,ଭଜନ ଗାନ ପରେ ବାଳ ବିକାଶ ପିଲାଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଉକ୍ତ ଉତ୍ସବ ପରିଚାଳନାରେ ଆବାହକ,ବିଭିନ୍ନ ବିଭାଗର ସଂଯୋଜକ ଓ ସଂଯୋଜିକା ଏବଂ ଯୁବବର୍ଗ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଅନ୍ଯପକ୍ଷରେ ଏହି ସମିତି ଅନ୍ତର୍ଗତ ବାଲିପଦର ,ମାଣିତରା , ବି.କରଡାବାଡି ଓ ଅନ୍ତରପଡା ଆଦି ଭଜନ ମଣ୍ଡଳୀ ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।