August 26, 2026

ମୁସଲିମ ୱାକବ ବୋର୍ଡ ତରଫ ରୁ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

WhatsApp Image 2023-11-08 at 12.33.50 PM
Share


+++++++++++++++++++++++
ଜଗତସିଂହପୁର::- ଜିଲ୍ଲାର ମାଇନୋରିଟି ସୋସାଇଟି ତରଫରୁ ଜୟବାଦ ସ୍ଥିତ ମୁନଲାଇଟ ମଣ୍ଡପ ଠାରେ ମୁସଲିମ ୱାକବ ବୋର୍ଡର ଏକ କାର୍ଯ୍ୟକାରି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଓଡିଶା ୱାକବ ବୋର୍ଡ ଅଧ୍ୟକ୍ଷ ଶେଖ ନିଜାମ ଉଦ୍ଦିନ ଓ ଖୋର୍ଦ୍ଧା ଅଞ୍ଜୁମାନ ସଭାପତି ଶେଖ ଶୋକତ, ତମିଜ ଉଦ୍ଦିନ, ଶେଖ ମହତାବ, ସୟଦ ମଝର,ଏ ତହିଦ, ଶେଖ ମୋତି, ଲିୟାକତ ଖାନ ଓ ଶେଖ ରିୟାଜ଼ ଉଦ୍ଦିନ ସମେତ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପସ୍ଥିତ ରହି ଏହି ବୈଠକ ରେ ବିଭିନ୍ନ ମସଜିଦ, ମଦ୍ରାସା , କବରସ୍ଥାନ ର ଯେକୌଣସି ସମସ୍ୟା ରହିଛି ତାକୁ ସମାଧାନ କରିବା ପାଇଁ ଚେଷ୍ଟା କରିବା ଆଉ ଯାହା ବାକି ରହିବ 5T ଅଧ୍ୟକ୍ଷ ଙ୍କ ପାଖରେ ପହଞ୍ଚାଇ ତାକୁ କେମିତି ସମାଧାନ କରାଯିବ ବୋଲି ଶେଖ ନିଜାମ ଉଦ୍ଦିନ ପ୍ରତିଶୃତି ଦେଇଛନ୍ତି !ପୂର୍ବରୁ ଯାହା କାର୍ଯ୍ୟ କରାଯାଇଛି ଓ ଆଉ ଯାହା କାର୍ଯ୍ୟ ବାକି ରହିଛି ଏବଂ ଯାହା ନୂତନ ଭାବେ କାର୍ଯ୍ୟର ଆବଶ୍ୟକତା ରହିଛି ତାହା ନିଶ୍ଚିତଭାବେ ପୂର୍ଣ୍ଣ କରାଯିବ ବୋଲି ଓଡିଶା ୱାକବ ବୋର୍ଡ ଅଧ୍ୟକ୍ଷ ଶେଖ ନିଜାମ ଉଦ୍ଦିନ ପ୍ରତିଶୃତି ଦେଇଛନ୍ତି lଯେବେଠୁ ନିଜାମ ଉଦ୍ଦିନ ଓଡିଶା ୱାକବ ବୋର୍ଡ ଅଧ୍ୟକ୍ଷ ହେଲେଣି ସାରା ରାଜ୍ୟ ରେ ବୈଠକ କରି ଓ ଲୋକମାନଙ୍କୁ ଭେଟି କେମିତି କାର୍ଯ୍ୟ କରାଯିବ ତାହା ଆଲୋଚନା କରୁଛନ୍ତି ବୋଲି ସାରା ରାଜ୍ୟ ରେ ମୁସଲିମ ସମ୍ପ୍ରଦାୟ ଲୋକମାନେ ଶେଖ ନିଜାମ ଉଦ୍ଦିନ ଙ୍କ ପାଇଁ ସୁଭେତ୍ସା ବାର୍ତ୍ତାର ଶୁଅ ଛୁଟୁଥିବାର ଜଣା ପଡୁଛି !

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !

You may have missed