ଗୁଣୁପୁର ବିଧାୟକଙ୍କ ଦ୍ବାରା ଘର ଢ଼ିହ ପଟ୍ଟା ପ୍ରଦାନ

IMG-20231108-WA0014
Share

ଗୁଣୁପୁର ବିଧାୟକଙ୍କ ଦ୍ବାରା ଘର ଢ଼ିହ ପଟ୍ଟା ପ୍ରଦାନ

ରାମନାଗୁଡା, ରାୟଗଡା ଜିଲ୍ଲା ରାମନାଗୁଡା ତହସିଲ ଅନ୍ତର୍ଗତ କୁଜେନ୍ଦ୍ରୀ ପଂଚାୟତ ସ୍ଥିତ କୁଜେନ୍ଦ୍ରୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ରାଜସ୍ୱ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ଦ୍ୱାରା ଘର ଢ଼ିହ ପଟ୍ଟା ବଣ୍ଟନ କରାଯାଇଛି। ଏଥିରେ  ରାମନାଗୁଡା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ,ଅତିରିକ୍ତ ତହସିଲଦାର ଗୟାଧର ବେହେରା, ବିଜେଡି ଜିଲ୍ଲା ସହ ସମ୍ପାଦକ ଗଗନ ବିହାରୀ ଆଚାର୍ଯ୍ୟ, ଚିତ୍ରସେନ ବିଜେଡି ସହ ସମ୍ପଦକ,କୁଜେନ୍ଦ୍ରୀ ସରପଞ୍ଚ ରମେଶ ଶବର, ସମିତି ସଭ୍ୟା ଲଷ୍ମୀପ୍ରିୟା ମାଣ୍ଡାଙ୍ଗିପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ପୁଲାକା,ସେକ୍ସନ ଅଫିସର ବିଶ୍ୱନାଥ ମଣ୍ଡଳ, କୁଜେନ୍ଦ୍ରୀ ରାଜସ୍ୱ ନିରୀକ୍ଷକ ଅନୁରାଗ ସେଠି ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ରାମନାଗୁଡା ତହସିଲ ଅନ୍ତର୍ଗତ କୁଜେନ୍ଦ୍ରୀ ରାଜସ୍ବ ସର୍କଲର ସମୁଦାୟ ୪୩ ଜଣଙ୍କୁ ଘର ଢ଼ିହ ପଟ୍ଟା  ବଣ୍ଟନ କରାଯାଇଥିଲା ।
ଏହି ଘର ଢ଼ିହ ପଟ୍ଟା ପାଇଲା ପରେ ଲୋକଙ୍କ ମଧ୍ୟରେ  ଉତ୍ସାହ ଦେଖିବାକୁ ମିଳିଥିଲା। ଅନ୍ୟ ମାନଙ୍କ ମଧ୍ୟରେ କୁଜେନ୍ଦ୍ରୀ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଂଜୀବ ଗାଣ୍ଟା,ଦେବରାଜ ଶବର, ପ୍ରସାଦ ଶବର, ବାଳକୃଷ୍ଣ ବେହେରା, ଦିଲ୍ଲୀପ ବିଡ଼ିକା, ଦିଲୀପ କୁମାର ଶବର, ଅବସର ପ୍ରାପ୍ତ ତଥା ସମାଜସେବୀ ଗୋଲକ ନାଥ ବେହେରା, ଙ୍କ ସମେତଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟାଳୟର  କର୍ମଚାରୀ  ଉପସ୍ଥିତ ଥିଲେ ।

You may have missed