March 13, 2026

ତିର୍ତ୍ତୋଲ ଗଜଲକ୍ଷ୍ମୀ ପୂଜା ମହୋତ୍ସବ , ଭାଇଚାରା ର ବାର୍ତ୍ତା ବହନ କରୁଛି

IMG-20231102-WA0040
Share

ତିର୍ତ୍ତୋଲ ଗଜଲକ୍ଷ୍ମୀ ପୂଜା ମହୋତ୍ସବ , ଭାଇଚାରା ର ବାର୍ତ୍ତା ବହନ କରୁଛି
========================
ତିର୍ତ୍ତୋଲ ::- ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ନେହେରୁ ବଜାର ସ୍ଥିତ ଗଜଲକ୍ଷ୍ମୀ ପୂଜା ୫୪ ତମ ମହୋତ୍ସବ ର ଷଷ୍ଠ ସନ୍ଧ୍ୟାରେ ଆୟୋଜିତ ସଭାରେ ମୂଖ୍ୟଅତିଥି ଭାବେ ଯୋଗଦେଇ,ଇଂ ହିମାଂଶୁ ଭୁଷଣ ମଲ୍ଲିକ କହିଲେ ଯେ , ଏହି ଗଜଲକ୍ଷ୍ମୀ ପୂଜା ମହୋତ୍ସବ ସମଗ୍ର ତିର୍ତ୍ତୋଲ ଅଞ୍ଚଳ ରେ ପବିତ୍ର ଭାଇଚାରା ର ବାର୍ତ୍ତା ବହନ କରୁଅଛି। ଅନୁଷ୍ଠାନ ର ମାର୍ଗ ଦର୍ଶକ ଓ ପ୍ରତିଷ୍ଠାତା ନରହରି ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ଏ ମାଟିର ବରପୁତ୍ର ଚକ୍ଷୁରୋଗ ବିଶେଷଜ୍ଞ ଡଃ ତପନ କୁମାର ମହାପାତ୍ର ଙ୍କୁ ଆଟିଥିମାନଙ୍କ ଦ୍ଵାରା ” ତିର୍ତ୍ତୋଲ ଗୌରବ” ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନୀତ ଅତିଥି ଭାବରେ ଛାତ୍ରନେତା ଦେବପ୍ରସାଦ ନାୟକ , ତିର୍ତ୍ତୋଲ କୁମାରୋତ୍ସବ ସମିତିର ସଭାପତି ବିମଳକାନ୍ତ ମହାପାତ୍ର , ମୁଳିସିଂ ସରପଞ୍ଚ ସାଫୀ ଆଜାମ ଓ ନିରୁପମା ମହାପାତ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରେ ଏହି ଗଜଲକ୍ଷ୍ମୀ ପୂଜା ମହୋତ୍ସବ ଆମ ଅଞ୍ଚଳରେ ଏକ ଯୁଗାନ୍ତକାରି ଗୌରବ ଅର୍ଜ୍ଜନ କରୁଥିବାରୁ, ଆୟୋଜକ ମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ଉପସଭାପତି ନରେଶ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ବଟକୃଷ୍ଣ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅନୁଷ୍ଠାନର ବରିଷ୍ଟସଦସ୍ୟ ଉମାକାନ୍ତ ଦାସ ଓ ନିରଞ୍ଜନ ପ୍ରଧାନ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ପରିଶେଷରେ ଶ୍ରୀକୃଷ୍ଣ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ କଳାକାର ମାନଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !