ଘୁମୁସର ଜିଲ୍ଲା ଗଠନ ଆନ୍ଦୋଳନ ତେଜିଲା: ବାଲିପଦରରେ ମହାସମ୍ମିଳନୀ– ଗ୍ରାମାଞ୍ଚଳରେ ସଚେତନତା ପ୍ରସ୍ତାବ ଗୃହିତ—-

IMG-20231015-WA0003
Share

*ଘୁମୁସର ଜିଲ୍ଲା ଗଠନ ଆନ୍ଦୋଳନ ତେଜିଲା: ବାଲିପଦରରେ ମହାସମ୍ମିଳନୀ– ଗ୍ରାମାଞ୍ଚଳରେ ସଚେତନତା ପ୍ରସ୍ତାବ ଗୃହିତ—-*
——————————————–
ବୁଗୁଡା:-ତା-୧୫-୧୦-୨୦୨୩ ଘୁମୁସର ଜିଲ୍ଲା ଗଠନ ଆନ୍ଦୋଳନର କ୍ରୀୟାନୁଷ୍ଠାନ କମିଟି ସଦସ୍ଯ ମାନେ କମିଟି ସଭାପତି ତଥା ବରିଷ୍ଠ ଅଧିବକ୍ତା ସୋମନାଥ ନାୟକଙ୍କ ନେତୃତ୍ବରେ ଆଜି ବାଲିପଦର ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମହୋତ୍ସବ କମିଟି ତଥା ବାଲିପଦର ବଣିକ ସଂଘର ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ପୌରହିତ୍ଯରେ ବାଲିପଦର ବିଶ୍ବକର୍ମା ସାମାଜ କୂଳ ଘର ଠାରେ ଅନୁଷ୍ଠିତ ହୋଇ ଯାଇଛି। ଘୁମୁସର ନାମରେ ଏକ ଜିଲ୍ଲା ଗଠନ କୁ ନେଇ ଯେଉଁ ଆନ୍ଦୋଳନ ଚାଲିଛି ତାକୁ ପୁର୍ଣ୍ଣ ସହଯୋଗ କରିବା ପାଇଁ ବୈଠକରେ ଯୋଗଦେଇ ଥିବା ସମସ୍ତ ଅନୁଷ୍ଠାନର ପ୍ରତିନିଧି ମାନେ ସହମତି ପ୍ରଦାନ କରିଥିଲେ। ବୈଠକରେ ବାଲିପଦର ଉନ୍ନୟନ ପରିଷଦ ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ, ବରିଷ୍ଠ ନାଗରୀକ ମଞ୍ଚ ସଭାପତି ଇଂ ବିପ୍ର ଚରଣ ପାତ୍ର, ଉତ୍କଳ କଳା ପରିଷଦ ସଭାପତି ଜି. ରାଜେଶ୍ବର ପାତ୍ର, “ଘୁମୁସର ର ସ୍ବର”, ସଭାପତି ଡ. ବି. ପ୍ରକାଶ ଚନ୍ଦ୍ର ପାତ୍ର,ସୁଚନା ଅଧୀକାର କର୍ମୀ ପ୍ରକାଶ ଚନ୍ଦ୍ର ସାହୁ, ସମାଜସେବୀ ଖଲି ପରିଡା, କୈଳାଶ ଚନ୍ଦ୍ର ପ୍ରଧାନ,କବି କାମରାଜୁ ସାହାଣୀ, ଜି.ସଂଜୀବ କୁମାର ପାତ୍ର, ଫ୍ରେଣ୍ଡ୍ କ୍ଳବ ସଂପାଦକ ଜି. ମନୋଜ କୁମାର ପାତ୍ର, ମହାରଣା କୁଳ ସଂପାଦକ ରାଜେନ୍ଦ୍ର କୁମାର ମହାରଣା, କେ. ରାଘବ ଚରଣ ପାତ୍ର, ନାରାୟଣ ସାମନ୍ତରା, କେ. ମନୋଜ କୁମାର ଆଚାରୀ,ବରିଷ୍ଠ ନାଗରୀକ ମଞ୍ଚ ସଂପାଦକ ପ୍ରକାଶ ଚନ୍ଦ୍ର ରଥ, ତ୍ରିନାଥ ସାସମଲ, କେ. ରାଘବ ଚରଣ ପାତ୍ର, ଦେବବ୍ରତରଣା, ସନ୍ୟାସୀ ମହାରଣା,ଉମାଶଙ୍କର ନାୟକ,ଲକ୍ଷ୍ମଣ ଜେନା, ଇ.ନୀଳାଞ୍ଚଳ ପାତ୍ର,ପୁରୁଷୋତ୍ତମ ସାହୁ, କାହ୍ନୁ ଚରଣ ବାଡତ୍ୟା, ସୁଶାନ୍ତ ବିଷୋୟୀ ପ୍ରମୁଖ ଯୋଗଦେଇ ଘୁମୁସରର ଭୌଗଳିକ ସ୍ଥିତି ଅତି ଅନନ୍ୟ ଏହାର ଐତିହ୍ୟ ପରଂପରା ବିଶ୍ବ ବିଖ୍ୟାତ, ୧୫ଲକ୍ଷ ରୁ ଉର୍ଦ୍ଧ୍ବ ଅଧିବାସୀ ଚାଷ ଉପରେ ନିର୍ଭର କରୁଥିବାରୁ ଦୂର ଦୂରାନ୍ତକୁ ଯିବା ସମ୍ଭବ ନୁହେଁ ଏଣୁ ଏହି ଅଧିବାସୀ ମାନଙ୍କ ସୁବିଧା କାରଣରୁ ଘୁମୁସରକୁ ଏକ ଜିଲ୍ଲାର ମାନ୍ଯତା ଦେବା ପାଇଁ ଦାବୀ କରିଥିଲେ। ଏହା ଦୀର୍ଘ ଦିନର ଦାବୀ ଏହି ଦାବୀକୁ ତୁରନ୍ତ ସମାଧାନ କରି ରାଜ୍ଯ ସରକାର ଭୂମୀ ପୁତ୍ରର ଜନ୍ମ ମାଟି ତଥା ବିଶ୍ବ ବିଖ୍ୟାତ କବି ଉପେନ୍ଦଭଞ୍ଜଙ୍କ ସମ୍ମାନ ରକ୍ଷା କରିବାକୁ ବିଭିନ୍ନ ପ୍ରତିଷ୍ଠାନ ଦାବୀ ଉପସ୍ଥାପନା କରିଥିଲେ ଏବଂ କ୍ରୀୟାନୁଷ୍ଠାନ କମିଟି ଦ୍ବାରା ଆହୂତ ବୁଗୁଡା ବନ୍ଦରେ ସାମିଲ୍ ହେବାକୁ ସମ୍ମତି ପ୍ରଦାନ କରିଥିଲେ। ଶେଷରେ ଦ୍ବିତୀକୂ୍ୁଷ୍ଣ ବିଶ୍ବାଳ ଧନ୍ଯବାଦ ଅର୍ପଣ କରିଥିଲେ।
——–***——-

You may have missed