ଦଳିତ ନେତା ସ୍ବର୍ଗତଃ ସୁରେନ୍ଦ୍ର ନାଥ ଜେନାଙ୍କ ସୃତିଚାରଣ ସଭା ଅନୁଷ୍ଟିତ—

IMG-20231015-WA0004
Share

ଦଳିତ ନେତା ସ୍ବର୍ଗତଃ ସୁରେନ୍ଦ୍ର ନାଥ ଜେନାଙ୍କ ସୃତିଚାରଣ ସଭା ଅନୁଷ୍ଟିତ—


କେଉଁଝର ଜିଲ୍ଲା ହଟଡିହି
ବ୍ଲକ ଜମ୍ଭୀରା ଗ୍ରାମ ପଞ୍ଚାୟତ ବରାଙ୍ଗ ଗ୍ରାମର ଦଳିତ ନେତା ତଥା ପୂର୍ବତନ ବିଦ୍ୟୁତ୍ କର୍ମଚାରୀ ସଘଂର ସଭାପତି ସ୍ବର୍ଗତଃ ସୁରେନ୍ଦ୍ର ନାଥ ଜେନାଙ୍କ ଏକାଦଶାହ କ୍ରିୟା ଉପଲକ୍ଷେ ବରାଙ୍ଗସ୍ଥିତ ବାସଭବନ ଠାରେ ସୃତିଚାରଣ ସଭା ଅନୁଷ୍ଟିତ ହୋଇଯାଇଅଛି।ଏଥିରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ,ସମାଜ ସେବୀ ନାରାୟଣ ଜେନା,ନନ୍ଦୁଚରଣ ଜେନା,ସତ୍ୟବ୍ରତ ଜେନା,ଆମ୍ବେଦକର ସେବା ସଘଂ ଆନନ୍ଦପୁରର ବହୁ ସଦସ୍ୟ ଯୋଗଦେଇ ସ୍ବର୍ଗତଃ ସୁରେନ୍ଦ୍ରନାଥ ଜେନା ଜଣେ ପରୋପକାରୀ ସରଳ ନିଷ୍କପଟ ଦଳିତ ସମାଜ ତଥା ସମ୍ପ୍ରଦାୟର ସର୍ବାଙ୍ଗିନ ଉନ୍ନତି ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲି କରିବାକୁ ସଦାସର୍ବଦା ଉଦ୍ୟମ କରୁଥିଲେ।ଆମ୍ବେଦକର ସେବା ସଙ୍ଘ ଆନନ୍ଦପୁରର ପୂର୍ବାଞ୍ଚଳ ସଭାପତି ସ୍ବର୍ଗତଃ ସୁରେନ୍ଦ୍ର ଜେନାଙ୍କ ବିୟୋଗ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତବ୍ୟକ୍ତ କରି ସ୍ବର୍ଗତଃ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।ଏଥିରେ ପୁଅ ଲକ୍ଷ୍ମୀଧର ,ଅଲେଖ,ସୂର୍ଯ୍ୟମଣୀ ,ଦିନବନ୍ଧୁ,ଜଗତାନନ୍ଦ,ଇନ୍ଦ୍ରମଣୀ,ନରୋତ୍ତମ,ଜାଇଁ ଉଜ୍ଜଳ,ଅଭିମନ୍ୟୁ,ସୁରେଶ,ପ୍ରଦିପ ସହଯୋଗ କରି ସୃତିଚାରଣ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।
(ହାଟଡିହିରୁ ସୋମେଶ ପରିଡ଼ା ଙ୍କ ରିପୋର୍ଟ)