September 21, 2026

ସାଇବର ଅପରାଧ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ

IMG-20231010-WA0041
Share

ସାଇବର ଅପରାଧ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ

ରାମନାଗୁଡା ରାୟଗଡ଼ା ଜିଲ୍ଲା ପୋଲିସ ଓ ରାମନାଗୁଡା ଥାନା ପୋଲିସ ମିଳିତ ଆନୁକୂଲ୍ୟରେ ସାଇବର ଅପରାଧ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଥାନା ଅଧିକାରୀ ସୁନିତା ବେହେରା ଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ପ୍ରଦ୍ମମ ମଣ୍ଡଳ, ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ଥାନା ଅଧିକାରୀ ସୁନିତା ବେହେରା,ସିଡିପିଓ ଶାନ୍ତିଲତା ରଥ, ଆୟୁଷ +୩ ଡ୍ରିଗ୍ରି ପ୍ରନ୍ସିପାଲ ଅଙ୍କୁର ବେନିଆ, ଅଧ୍ୟାପକ ସଂଗ୍ରାମ ଟାକ୍କି ,ଥାନା ସେକେଣ୍ଡ ଅଧିକାରୀ ବାବୁଲା ପ୍ରଧାନ, ଗୁଣୁପୁର ଥାନାଏସ ଆଇ ଅଶୋକ କୁମାର ପାଢୀ ପ୍ରମୁଖ ଯୋଗଦେଇ ଥିଲେ। ଏଥିରେ ଶିକ୍ଷକ ମୃତ୍ୟୁଞ୍ଜୟ ଶତପଥୀ ସ୍ବାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ସମ୍ପ୍ରତି ସାଇବର ଅପରାଧ କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଏକ ସମସ୍ୟା ଭାବେ ଉଭା ହୋଇଥିବାରୁ ଏଥିରୁ ସୁରକ୍ଷିତ ରହିବା ଏକ ଆହ୍ବାନ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ। ଥାନା ଅଧିକାରୀ ଶ୍ରୀମତୀ ବେହେରା ସାଇବର ଅପରାଧର ବିଭିନ୍ନ ଶୈଳୀ ଓ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।ସାଇବର ଠକ୍ ମାନେ ଫୋନ କରି ବିଭିନ୍ନ ଉପାୟରେ ଆକାଉଣ୍ଟ ନମ୍ବର ଓ ଓଟିପି ଆଦି ମାଗି ଲକ୍ଷାଧିକ ଟଙ୍କା ଲୁଟ କରୁଥିବାରୁ ଏଦିଗରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।ଯଦି କେହି ଏଭଳି କଲ୍ କରି ତଥ୍ୟ ମାଗନ୍ତି ତେବେ ତୁରନ୍ତ ଥାନାରେ ଅଭିଯୋଗ କରିବା ସହ କୈାଣସି ଅଜଣା ବ୍ୟକ୍ତିଙ୍କୁ ଓଟିପି ନମ୍ବର ନଦେବା ଏବଂ ଅଜଣା ନମ୍ବରରୁ ଆସୁଥିବା କଲ ନ ଉଠାଇବାକୁ ସଂଗୀତ ନାଟକ ମାଧ୍ୟମରେ ସଚେତନ କରାଯାଇଥିଲା।ସାଇବର ଅପରାଧ ସଂମ୍ପର୍କରେ ପ୍ରତ୍ୟେକଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିବା ସହ ସାଇବର ଅପରାଧ ରୋକିବା ପାଇଁ ସରକାର ଓ ରାଜ୍ୟ ପୋଲିସ ବହୁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିବା ସହ ୨୪ଘଣ୍ଟିଆ ଟୋଲ ଫ୍ରି(୧୯୩୦)ରେ ସାଇବର ଅପରାଧ ସମ୍ପର୍କରେ ତୁରନ୍ତ ସହାୟତା ନେବାକୁ ଥାନା ଅଧିକାରୀ ସୁନିତା ବେହେରା ପରାମର୍ଶ ଦେଇଥିଲେ।ସେହିପରି ସମ୍ମାନିତ ଅତିଥି ଭାବେ ରାମନାଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୈରୀ ପ୍ରସାଦ ପଣ୍ଡା ଛାତ୍ରଛାତ୍ରୀ ଓ ଯୁବକମାନଙ୍କୁ ସାଇବର ଅପରାଧ ମଧ୍ୟରେ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ସେହିପରି ସାଇବର ଅପରାଧ ସୁରକ୍ଷା ନେଇ ଏକ ଡ୍ରିବେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତିତ୍ୱ ହାସଲ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ଏସଆଇ ପୃଥିରାଜ ଝଙ୍କାର, ଜଗନ୍ନାଥ ବେହେରାଙ୍କ ସମେତ ସମସ୍ତ ପୁଲିସ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ସାଇବର ସୁରକ୍ଷା ରଥ ମାଧ୍ୟମରେ ରାମନାଗୁଡା ମୁଖ୍ୟ ବଜାର ଜନଗହଳିପୂର୍ଣ୍ଣ ସ୍ଥାନରେଲୋକଙ୍କୁ ସଚେତନ କରାଯାଇଥିଲା।।ତେବେ ସେହିପରି ଗୁମୁଡା ଫାଣ୍ଡି ପକ୍ଷରୁ ସାଇବର ଅପରାଧ ସମ୍ପର୍କରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଫାଣ୍ଡି ଅଧିକାରୀ ବସନ୍ତ କୁମାର ବେହେରା,ଗୁଡାରି ଥାନା ଅଧିକାରୀ ସମପିତା ସ୍ବାଇଁ,ଗୁମୁଡା ଦୈପଦୀ ବିଦ୍ୟାପୀଠ ଅଧ୍ୟକ୍ଷ ଜ୍ୟୋତିମୟୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ ରାକେଶ କୁମାର ବେହେରା