ପୁଇଁତୋଳା ଓ ପାଳିବନ୍ଦ କ୍ଲଷ୍ଟର ପକ୍ଷରୁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ପୁଇଁତୋଳା ଓ ପାଳିବନ୍ଦ କ୍ଲଷ୍ଟର ପକ୍ଷରୁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
—————————————-
ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ବ୍ଲକ ଶିକ୍ଷାବିଭାଗ କାର୍ଯ୍ୟାଳୟ ଅଧିନସ୍ଥ
ପୁଇଁତୋଳା ଓ ପାଳିବନ୍ଦ କ୍ଲଷ୍ଟର ୨୦୨୩ -୨୪ ଶିକ୍ଷା ବର୍ଷ ର ସୁରଭି କାର୍ଯ୍ୟକ୍ରମ ଭାରତି ବିଦ୍ୟାପିଠ ସଭାଗୃହ ଓ ବିଞ୍ଚଣାପଲ୍ଲୀ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ରେ ପୃଥକ ପୃଥକ ଭାବେ ସିଆରସିସି ମହେଶ କୁମାର ବେହେରା ଓ ସୁରନ୍ଦ୍ର କୁମାର ସେଠି ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉଦ୍ଘଘାଟନ ଉତ୍ସବରେ ମୂଖ୍ୟ ଅତିଥିଭାବେ ଭାରତ ବିଦ୍ଯାପୀଠ ପ୍ରଧାନଶିକ୍ଷକ ଅଭିମନ୍ୟୁ ଜେନା, ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପାଳ ବେହେରା , ସହ ଶିକ୍ଷାଧିକାରୀ ସଂଯୁକ୍ତା ବେହେରା ଓ ବିଜୟ ଚନ୍ଦ୍ର ବେହେରା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ l ପାଳିବାନ୍ଧ କ୍ଳଷ୍ଟର ରେ ମୁଖ୍ୟ ଅତିଥିଭାବେ ପାଳିବନ୍ଦ ପଞ୍ଚାୟତ ସରପଞ୍ଚ ସଂଯୁକ୍ତା ପ୍ରଧାନ, ନ୍ୟାୟବ ସରପଞ୍ଚ କୃଷ୍ଣ ପ୍ରଧାନ,ବି. ଦୀନବନ୍ଧୁ ରାଓ, ଶ୍ରୀମୁଲୁ ରାଓ ଅତିଥି ମାନେ ସୁରଭି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିବା ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରି ସେମାନଙ୍କ ଉଜ୍ଜଳ ଭବିଷତ କାମନା କରିଥିଲେ । ବିପ୍ରଚରଣ ସାହୁ, ନିରଞ୍ଜନ ମହାପାତ୍ର, ଦୁର୍ଗାଚରଣ ପଟ୍ଟନାୟକ, ରୁଘୁନାଥ ସାହୁ, ଜଗନ୍ନାଥ ମିଶ୍ର,ମନୋଜ ବେହେରା ସୋମନାଥ ଦାସ,ପ୍ରମୋଦ ବେହେରା ରଂଜିତା ପଣ୍ଡା,ସାଗରିକା ଚଣ୍ଡ,ସୁନିତା ମହାଙ୍କୁଡ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ l 250ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l ସେଥିମଧ୍ୟରୁ ବିତର୍କରେ ପ୍ରଲିପ୍ରା ପ୍ରିୟଦର୍ଶନ ,ପ୍ରବନ୍ଧ ଲିଖନରେ ଖୁସି ବାରିକ ଓ ସୁତପା ତରାଇ , ଚିତ୍ରାଙ୍କନରେ କମଳ ବାରିକ , କୁଇଜ୍ରେ ଆକୂସ ବେହେରା, ଶୁଜନଶିଳ ଲିଖନରେ ସାଇଗ୍ରଦ୍ଧା ପଲାଇ,ବକୃତା ରେ ସ୍ଲେହ ସାଲୋଜି ଦାସ, ସଂଙ୍ଗିତରେ ତୃପ୍ତିମୟୀ ମହାପାତ୍ର ପ୍ରମୁଖ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦଳଗତ ନୃତ୍ୟ ପ୍ରତଯୋଗୀତାରେ ମାଳି ଜଗନ୍ନାଥପୁରୁ ବିଦ୍ୟାଳୟ ଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ l ଶେଷରେ ସିଆରସିସି ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l
