*ଗୋସାଣୀ ବ୍ଲକ ବଡ଼ଗାଁ ଠାରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ ।*

IMG-20231002-WA0033
Share

*ଗୋସାଣୀ ବ୍ଲକ ବଡ଼ଗାଁ ଠାରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ ।*

ପାରଳାଖେମୁଣ୍ଡି, ତା.୦୨.୧୦.୨୦୨୩

ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ବଡ଼ଗାଁ ଠାରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଲୋକକଳା ଗ୍ରାମର ବାର୍ଷିକ ଉତ୍ସବ ଅକ୍ଟୋବର ୨ ରେ ହେଉଥିବାରୁ ଏହି ଦିବସରେ ଲୋକକଳା ଗ୍ରାମରେ ଗାନ୍ଧୀ ଜୟନ୍ତୀ ପାଳନ ସହ ଲୋକକଳା ଗ୍ରାମର ଜନ୍ମ ବାର୍ଷିକ ଉତ୍ସବ ଦିବସକୁ ପାଳନ କରି କଳା ସଂସ୍କୃତି ଓ ବିକାଶ ଧାରାକୁ ଆଗକୁ ନେବାପାଇଁ ବିଭାଗ ତରଫରୁ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅତିଥି ଭାବରେ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସଂସ୍କୃତ ଅଧିକାରୀ, ଗଜପତି ଯୋଗଦେଇଥିବା ବେଳେ ଅନ୍ୟ ସମ୍ମାନିତ ଅତିଥି ଭାବରେ ବ୍ଲକ୍ କଳା ସଂସ୍କୃତି ସଙ୍ଗର ଉପ ସଭାପତି ଶ୍ରଯୁକ୍ତ ହରେ କୃଷ୍ଣ ବିଶ୍ବାଳ ଓ ବିଭିନ୍ନ ସଂକୀର୍ତ୍ତନ ଦୋଳର ମୁଖ୍ୟ ପ୍ରଭୁତି ଯୋଗଦେଇ ଗାନ୍ଧୀଜୀଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱଚ୍ଛତା ଓ ସେବା କୁ ଗୁରୁତ୍ଵ ଦେଇ ଗାଁର ପରିବେଶକୁ ପରିମଳ ମୁକ୍ତ ରଖିବା ପାଇଁ ଗାଁର ଜନସାଧାରଣଙ୍କୁ ସଚେତନତା କରଯାଇଥିଲା ଏବଂ ଲୋକକଳା ସଂସ୍କୃତିକୁ ଉଜବିତ ରଖିବା ପାଇଁ ଲୋକମାନଙ୍କୁ ଆହ୍ୱାନ ଦିଆଯାଇଥିଲା।