*୯ତମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ*

IMG-20230927-WA0039
Share

*୯ତମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ*


ପାରଳାଖେମୁଣ୍ଡି,ତା.୨୭.୦୯.୨୦୨୩

ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡକୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ୨୦୨୩-୨୪ ଜିଲ୍ଲା ଶିକ୍ଷାଧକାରୀ ପ୍ରଦୋଷ କୁମାର ନାୟକଙ୍କ ତତ୍ୱାବଧାନରେ ସ୍ଥାନୀୟ ବିଦ୍ୟାନିକେତନ ପାଞ୍ଚମାଇଲ ଖେଳ ପଡିଆ ରେ ୨୬.୯.୨୦୨୩ ଓ ୨୭.୯.୨୦୨୩ ଧରି ଅନୁଷ୍ଠିତ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତା ଆଜି ଉଦଯାପିତ ହୋଯାଇଛି। ମୁଖ୍ୟ ଅତିଥି ଭାବେଶ୍ରୀମତୀ ସୁନେମି ମଣ୍ଡଳ,ଅଧକ୍ଷା,ଗୁମ୍ମା,ଯୋଗ ଦେଇ ଉଦଯାପନୀ ଉତ୍ସବରେ ପ୍ରଦୀପ ପ୍ରଜଳ୍ଳାନ କରିଥିଲେ। ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର, ସ୍ବାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ଦୁଇ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ର ବିବରଣୀ ପାଠ କରିଥିଲେ। ଗୁମ୍ମା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନୟନ ମଣ୍ଡଳ, ଶ୍ରୀ ରୁପେସ ପାଣିଗ୍ରାହୀ, ଜାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ, ସରକାରୀ ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଓ ପ୍ରିନ୍ସପାଲ ଶ୍ରୀ ଅମୂଲ୍ୟ କୁମାର ରଥ ମଞ୍ଚାସିନ ରହି କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଗଜପତି ଜିଲ୍ଲା ର ୭ଟି ବ୍ଲକ ରୁ ୫୪୦ଜଣ ୧୪ ବର୍ଷ ରୁ କମ ଓ ୧୭ ବର୍ଷ ରୁ କମ ଛାତ୍ର/ ଛାତ୍ରୀ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଛନ୍ତି । ଖୋ-ଖୋ ୧୭ରୁ କମ୍ ବାଳକ ବିଭାରେରେ ଆର.ଉଦୟଗିରି ୱିନେର,ବାଲିକା ବିଭାଗରେ ଗୋଷାଣୀ ୱିନେର, ଖୋ-ଖୋ ୧୪ରୁ ବର୍ଷ କମ୍ ବାଳକ ବିଭାଗ ଗୋଷାଣୀ ୱିନେର ,କବାଡି ୧୭ ରୁ କମ୍ ବାଳକ ବିଭାଗରେ ଗୋଷାଣୀ ୱିନେର, ବାଳିକା ବିଭାଗରେ ଆର ଉଦୟଗିରି ୱିନର ,୧୪ ରୁ କମ୍ ବାଳକ ବିଭାରେ କାଶୀ ନଗର ୱିନେର ହୋଇଛନ୍ତି ୩୦୦୦ ମିଟର ,୪୦୦ ମିଟର,୨୦୦ ମିଟର ଦୌଡ ପ୍ରତିଯୋଗୀତା,ଉଚ୍ଚ ଡିଆଁ ଓ ଲମ୍ବା ଡିଆଁ ପ୍ରତିଯୋଗିତା,ଯୋଗ ଆସନ ପ୍ରତିଯୋଗିତା ଓ ଚେସ୍ ପ୍ରତିଯଗିତାର କୃତି ପ୍ରତିଯୋଗୀ ମାନେ ମଧ୍ୟ ପୁରସ୍କୃତ ହୋଇଛନ୍ତି । ଜିଲ୍ଲାର ୧୦୦ ଜଣ ଖେଳ ଶିକ୍ଷକ କ୍ରୀଡ଼ା ଉତ୍ସବ ପରିଚାଳନା କରିବା ପାଇଁ ଦାୟୀତ୍ବ ନେଇଥିଲେ। ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ । ଅଭିନବ ବାସୁଦେବ ମିଶ୍ର ଧନ୍ୟବାଦ୍ ଦେଇଥିଲେ ।