June 18, 2026

ସାମ୍ବାଦିକଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ପ୍ରତ୍ୟହାର ଦାବିରେ ଗଜପତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାମ୍ବାଦିକମାନଙ୍କ ଧାରଣା

IMG-20230924-WA0014
Share

ସାମ୍ବାଦିକଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ପ୍ରତ୍ୟହାର ଦାବିରେ ଗଜପତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାମ୍ବାଦିକମାନଙ୍କ ଧାରଣା

ପାରଳାଖେମୁଣ୍ଡି:୨୪/୯(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ କାର୍ଯ୍ୟରତ ୪ ଜଣ ସାମ୍ବାଦିକଙ୍କ ବିରୋଧରେ ରାୟଗଡ ଥାନାରେ ଓଡିଶା ଜୀବିକା ମିଶନ ତରଫରୁ ଏକ ମିଥ୍ୟା କେଶ କରାଯାଇଛି. ଏହି ପ୍ରତିନିଧିମାନେ ଜୀବିକା ମିଶନର ଦୁର୍ନୀତି ନେଇ ଖବର ପରିବେଷଣ କରିବାରୁ ସାମ୍ବାଦିକମାନଙ୍କୁ ଦମନ କରିବା ଉଦେଶ୍ୟରେ ରାୟଗଡ ଥାନାରେ ମିଥ୍ୟା କେଶ କରାଯାଇଥିଲା. ଏହାକୁ ଗଜପତି ଜିଲ୍ଲାର ସାମ୍ବାଦିକମାନେ ଦୃଢ଼ ବିରୋଧ କରିବା ସହ ଗତକାଲି ଜିଲ୍ଲା ପ୍ରଶାସନକୁ ସ୍ମାରକ ପତ୍ର ପ୍ରଦାନ କରି ଏହି ମିଥ୍ୟା କେଶ ପ୍ରତ୍ୟାହାର ସହ ସମ୍ପୃକ୍ତ ଜୀବିକା ମିଶନ ଅଧିକାରିଣୀଙ୍କ ଦୁର୍ନୀତିର ତଦନ୍ତ କରି ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାମ୍ବାଦିକମାନେ ଦାବି ଜଣାଇଥିଲେ. ଏବଂ ପ୍ରଶାସନ ପଦେକ୍ଷପ ଗ୍ରହଣ ନ କଲେ ଆଜି ଠାରୁ ଧାରଣା ଦିଆ ଯିବ ବୋଲି ଜିଲ୍ଲା ପ୍ରଶାସନକୁ ଗତକାଲି ଲିଖିତ ଭାବେ ଜଣାଇଥିଲେ. ପ୍ରଶାସନ ଅଣଦେଖା କରିବା ଯୋଗୁ ଆଜି ମଧ୍ୟାହ୍ନ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ଼ ଧୌଜ ଚୋଧୁରୀ ଓ ତାରିଣୀ ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ସାମ୍ବାଦିକ ରଶ୍ମି ରଞ୍ଜନ ମିଶ୍ର, ସନ୍ତୋଷ ପଟ୍ଟନାୟକ, ଦିଲୀପ ଶତପଥୀ ବିଜୟ ଗୌଡ, ରଶ୍ମିରଞ୍ଜନ ମିଶ୍ର,ଆମୋଦ ବର୍ଦ୍ଧନ, ଜିତେନ୍ଦ୍ର ପାତ୍ର, ସରୋଜ ପାଣିଗ୍ରାହୀ, ସଂଜୀବ ପାଣି, ଆଲୋକ ବୋଷ, ଅମିତ ପଟ୍ଟନାୟକ, ଶିବାଜୀ ପଟ୍ଟନାୟକ, ଅଲିନ ପାଣି, ଏ.ଋଷି , ସୂର୍ଯ୍ୟ ପରାଗ ଛିଞ୍ଚଣି , ମନହର ପରିଛା ପ୍ରେମା ପଣ୍ଡା, ବାଳକୃଷ୍ଣ ପାଣିଗ୍ରାହୀ ବହୁ ସାମ୍ବାଦିକ ଅଂଶ ଗ୍ରହଣ କରିଛନ୍ତି.