ତାକରଡା ପଞ୍ଚାୟତରେ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ 

IMG-20230924-WA0021
Share

ତାକରଡା ପଞ୍ଚାୟତରେ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ
ବୁଗୁଡା : ତା ୨୪/୦୯/୨୩ : ବୁଗୁଡା ବ୍ଳକ ଅନ୍ତର୍ଗତ ତାକରଡା ଗ୍ରାମ ପଞ୍ଚାୟତରେ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏ ନେଇ ପଞ୍ଚାୟତ କର୍ଯାଳୟରେ ସରପଞ୍ଚ ଦିଲ୍ଲୀପ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମିତି ସଭ୍ୟା ଜ୍ଯୋତି ନାୟକ, ପିଇଓ ସୁବ୍ରତ କୁମାର ଗଡନାୟକ,ଜିଆରଏସ୍ ବିଦ୍ଯାଧର ପାତ୍ର, ମାଷ୍ଟର ଟ୍ରେନର୍ ନୃସିଂହ ଚରଣ ଦାଶ ପ୍ରମୁଖ ଉପସ୍ଥିତ ରହି ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ଵନ୍ଧରେ ଆଲୋଚନା କରିବା ସହ ପଞ୍ଚାୟତକୁ ସ୍ବଚ୍ଛ ରଖିବା ପ୍ରତି ଦୃଷ୍ଟି ଦେବା ପାଇଁ ସଚେତନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସିଆରପି, ଏମବିକେ ,ଏସଏଚଜି ମହିଳା ଗୋଷ୍ଠୀ ଏବଂ ଗ୍ରାମବାସୀ ଯୋଗ ଦେଇଥିଲେ । ଏ ଅବସରରେ ସରପଞ୍ଚଙ୍କ ତତ୍ତ୍ବାବଧାନରେ ଗ୍ରାମର ମନ୍ଦିର ପରିସର ଓ ପୋଖରୀ ତୁଠ ଆଦି ସଫେଇ କରାଯାଇଥିଲା।