June 15, 2026

ସରିଲା ଗଣେଶ ମେଢ଼ ବିସର୍ଜନ ପର୍ବ

IMG-20230924-WA0015
Share

ସରିଲା ଗଣେଶ ମେଢ଼ ବିସର୍ଜନ ପର୍ବ
ବୁଗୁଡା : ତା ୨୪/୦୯/୨୩ : ଚଳିତ ବର୍ଷ ବୁଗୁଡା ସହରାଞ୍ଚଳ ସାଙ୍ଗକୁ ଗ୍ରାମାଞ୍ଚଳରେ ମଧ୍ୟ ମହା ଜାକଜମକରେ ଅନୁଷ୍ଠିତ ବହୁ ସଂଖ୍ୟକ ଗଣେଶ ମେଢ଼ ଦେଖିବାକୁ ମିଳିଥିଲା । ଗଣେଶ ଚତୁର୍ଥୀ ଦିନ ସନ୍ଧ୍ୟାଠାରୁ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଅଧିକାଂଶ ଲୋକ ଗଣେଶଙ୍କ ମେଢ ଦର୍ଶନ କରିପାରିନଥିଲା ବେଳେ ତା’ପର ଦିନଠୁ ସନ୍ଧ୍ଯା ସମୟରେ ମେଢଗୁଡିକ ନିକଟରେ ଜନସମାଗମ ଦେଖିବାକୁ ମିଳିଥିଲା । ତେବେ ଦୁଇ ଦିନ ହେଲା ବିଭିନ୍ନ ଗଣେଶ ମେଢର ଭସାଣି ଶୋଭାଯାତ୍ରା କାଳରେ ବେଶ ପଟୁଆର ସାଙ୍ଗକୁ ବାଣ, ବାଦ୍ଯ ବାଜଣା ଡିଜେ ଶବ୍ଦରେ ବୁଗୁଡ଼ା ସହର ଦୁଲୁକୁ ଥିବାବେଳେ ଲୋକେ ଠାକୁରଙ୍କ ଭସାଣି ଶୋଭାଯାତ୍ରାକୁ ମନ ଭରି ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା ।ଏ ବର୍ଷ ବୁଗୁଡା ସହରର ଯାଦବ ସାହି, ପ୍ରେମଚାନ୍ଦ ନଗର , କାର୍ଜିସାହି , ଅରବିନ୍ଦ ନଗର ,ବଡଦାଣ୍ଡ , ବାଲିପିଣ୍ଡି ବନ୍ଧ ହରିଜନସାହି , ପଥୁରିଆ ସାହି , ବେତାରସିଂ ରୋଡ , କେନାଲ ସାହି , ନୂଆଁ ସାହି., ବୀରଧନଞ୍ଜୟପୁର, ହରିଶରଣପୁର , କୃଷ୍ଣଶରଣପୁର , ନେଳିଆ ବନ୍ଧସାହି , ସନ୍ତୋଷୀ ମନ୍ଦିର ସାହି ଆଦି ସ୍ଥାନରେ ଆକର୍ଷଣୀୟ ଗଣେଶ ମେଢ଼ମାନ ଶୋଭା ପାଇଥିଲା ।

You may have missed