ଅଡବା ଥାନା ଡମ୍ବଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ନାଡ଼ାବା

IMG-20230917-WA0005
Share

ଅଡବା ଥାନା ଡମ୍ବଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ନାଡ଼ାବା
ଗ୍ରାମ ନିକଟ ଜଙ୍ଗଲରୁ ୨୮ ଘନ ଫୁଟର ୧୧ଟି ଶାଗୁଆନ ଗଣ୍ଡି ଓ ୪୦୭ ଗାଡ଼ି ଜବତ

ପାରଳାଖେମୁଣ୍ଡି:୧୭/୯ (ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଲକ ସଦର ମହକୁମା ମୋହନା ଠାରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି ମୋହନା ବନାଞ୍ଚଳ ସଂରକ୍ଷିତ ଜଙ୍ଗଲ ଉପରେ । ମୋହନା ଓ ଅଡବା ବନ ବିଭାଗ କର୍ମଚାରୀ ମାନେ ଶୁକ୍ରବାର ବିଳମ୍ବିତ ରାତିରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଅଡବା ଥାନା ଅନ୍ତର୍ଗତ ଡମ୍ବଗୁଡ଼ା ପଞ୍ଚାୟତ ନାଡାମା ଗ୍ରାମ ନିକଟ ଜଙ୍ଗଲରୁ ୨୮ ଘନଫୁଟର ୧୧ଟି ଶାଗୁଆନ ଗଣ୍ଡି ଜବତ କରିଛି। ଯାହାର ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ରେଞ୍ଜର ଲକ୍ଷ୍ମୀ ପ୍ରସାଦ ବିଷୋୟୀ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଜଙ୍ଗଲ ମଧ୍ୟରେ ଏକ ୪୦୭ ଗାଡି ନମ୍ବର ଠRO4 C 4910ରେ ଶାଗୁଆନ ଗଣ୍ଡି ଗୁଡ଼ିକୁ ରଖାଯାଇଥିଲା। ଜଙ୍ଗଲ ମଧ୍ୟରେ ଗାଡ଼ି ରହିଥିବା ଦେଖି ଫରେଷ୍ଟର ଦେବାଶୀଷ ଶତପଥୀ, ସନ୍ତୋଷ କୁମାର ପାଣିଗ୍ରାହୀ ଓ କର୍ମଚାରୀମାନେ ଯିବାବେଳେ ଗାଡି ଛାଡ଼ି ମାଫିଆମାନେ ଘଟଣାସ୍ଥଳରୁ ଜଙ୍ଗଲ ମଧ୍ୟକୁ ଦୌଡି ପଳାଇଥିଲେ ।

You may have missed