August 26, 2026

ନ୍ୟୁୟର୍କ ଗ୍ରୀନ ସ୍କୁଲ ସମ୍ମିଳନୀ ରେ ବକ୍ତବ୍ୟ ରଖିଲେ ଡ଼. ଜିଏସ୍ ପଟ୍ଟନାୟକ ।

IMG-20230916-WA0040
Share

ନ୍ୟୁୟର୍କ ଗ୍ରୀନ ସ୍କୁଲ ସମ୍ମିଳନୀ ରେ ବକ୍ତବ୍ୟ ରଖିଲେ ଡ଼. ଜିଏସ୍ ପଟ୍ଟନାୟକ ।
ଜୟପୁର,୧୬।୯:( ଉପାନ୍ତ ଓଡ଼ିଶା ) ଜୟପୁର ସେଣ୍ଟ୍ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ଚେନର ମୁଖ୍ୟ ସଂଚାଳକ ଅଧ୍ୟକ୍ଷ ଡ.ଜିଏସ୍ ପଟ୍ଟନାୟକ ଗତକାଲି ୧୫ ତାରିଖରେ ସଂଯୁକ୍ତ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ କର୍ଣ୍ଣେଲ ବିଶ୍ଵବିଦୟାଳୟରେ ଆୟୋଜିତ ୨୦୨୩, ୭ମ ଏନ୍.ୱାଇ.ସି ଗ୍ରୀନ୍ ସ୍କୁଲ ୭୮ ମହାସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମ୍ମିଳନୀରେ ଯୋଗଦେବାକୁ ଶ୍ରୀ ପଟ୍ଟନାୟକଙ୍କୁ ପୂର୍ବରୁ ଆମନ୍ତ୍ରଣ କରାଯାଇଥିଲା । ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ସ୍ଥାୟୀ ଶିକ୍ଷା ପ୍ରଥା ଉପରେ ଅନୁସନ୍ଧାନ ଓ ଏହାକୁ ଆଗକୁ ବଢ଼ାଇବା ନିମନ୍ତେ ସମର୍ପିତ ଏକ ପ୍ରମୁଖ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ। ଏହି ସମ୍ମିଳନୀର ଉଦ୍ଦେଶ୍ୟ ସମସ୍ତ ଶିକ୍ଷକ, ପ୍ରଶାସକ, ନୀତି ନିର୍ମାତା ଏବଂ ନୂତନ ପ୍ରବର୍ତ୍ତକଙ୍କୁ ଏକ ସହିତ ସାର୍ଥକ ପରିବର୍ତ୍ତନ ତଥା ଉଚିତ୍ ମାର୍ଗଦର୍ଶନ, ଜାଗୃତିକ ପଦକ୍ଷେପ ଉପରେ ଡ. ଶ୍ରୀନିବାସ ବକ୍ତବ୍ୟ ରଖିଛନ୍ତି । ଏହି ସମ୍ମିଳନୀରେ ଭାରତ ବର୍ଷରୁ ଜଣେ ମାତ୍ର ବ୍ୟକ୍ତି ଜୟପୁର ସେଣ୍ଟ୍ ଜାଭିୟର୍ସର ମୁଖ୍ୟ ତଥା ସେଣ୍ଟ ଜାଭିୟର୍ସ ଚେନ ର ସଂଚାଳକ ଡ.ଜି.ଶ୍ରୀନିବାସ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ନିଜର ବକ୍ତବ୍ୟ ରଖି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।
କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା

You may have missed