April 30, 2026

ଗଜପତି:-ସରକାରୀ ହାଇସ୍କୁଲ (ମାଧ୍ୟମିକ) ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘ ପକ୍ଷରୁ ୨ ଦଫା ଦାବି ନେଇ ଡିଇଓ: ଏବଂ ଜିଲ୍ଲାପାଳ’ଙ୍କୁ ସ୍ମାରକପତ୍ର ପ୍ରଦାନ

IMG-20230916-WA0041
Share

ଗଜପତି:-ସରକାରୀ ହାଇସ୍କୁଲ (ମାଧ୍ୟମିକ) ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘ ପକ୍ଷରୁ ୨ ଦଫା ଦାବି ନେଇ ଡିଇଓ: ଏବଂ ଜିଲ୍ଲାପାଳ’ଙ୍କୁ ସ୍ମାରକପତ୍ର ପ୍ରଦାନ
———————————————-
ଗଜପତି ଜିଲ୍ଲା’ର ସରକାରୀ(ମାଧ୍ୟମିକ)
ନୂତନ ପେନସନ ଯୋଜନା ଭୂକ୍ତ ଶିକ୍ଷକ ସଂଘ ପକ୍ଷ’ରୁ ୨ ଦଫା ଦାବି ନେଇ ଆଜି ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଅତିରିକ୍ତ ଜିଲ୍ଲାପାଳ’ଙ୍କୁ ମୁଖ୍ୟମନ୍ତ୍ରୀ’ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଏହି ଅବସର’ରେ ସଂଘ’ର ଜିଲ୍ଲା ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ବରାଡ ଏବଂ ସାଧାରଣ ସମ୍ପାଦକ ଶ୍ରୀ ଜ୍ୟୋତି ପ୍ରସାଦ ପାତ୍ରଙ୍କ ନେତୃତ୍ୱ’ରେ ଜିଲ୍ଲାର ୧୧୬ ଟି ହାଇସ୍କୁଲ’ର ଥିବା ସଂଘ’ର ୧୪୧ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା’ରେ ବାହାରି ଜିଲ୍ଲା ଶିକ୍ଷାଧିକାରୀ’ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଦାବୀ ସମ୍ପର୍କରେ ଏକ ଆଲୋଚନା ସଭା କରିଥିଲେ । ଏହି ଆଲୋଚନା ସଭା କାର୍ଯ୍ୟକ୍ରମ’ରେ ଜିଲ୍ଲା ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ବରାଡ , ସାଧାରଣ ସମ୍ପାଦକ ଶ୍ରୀ ଜ୍ୟୋତି ପ୍ରସାଦ ପାତ୍ର ଏବଂ ବରିଷ୍ଠ ସଦସ୍ୟା ଶିକ୍ଷୟତ୍ରୀ ବିଜୟ ଲକ୍ଷ୍ମୀ ଦୋରା’ଙ୍କ ସମେତ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ଶିବ କଲ୍ୟାଣୀ ଆଚାର୍ଯ୍ୟ ଏବଂ ଶ୍ରୀ ମନୋଜ କୁମାର ବେହେରା ପ୍ରମୁଖ ସେମାନଙ୍କ ଅଭିଭାଷଣ ରଖିଥିଲେ ।
ମୁଖ୍ୟତଃ ୨୦୦୪ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ସମସ୍ତ ହାଇସ୍କୁଲ ଶିକ୍ଷକ ଏକ ଭାବେ କାର୍ଯ୍ୟ କରି ଆସୁଥିବା ଯୋଗୁଁ ସେମାନଙ୍କ ପାଇଁ ଗୋଟିଏ ପ୍ରକ୍ରିୟା ହିଁ ଲାଗୁ ହେବା ଆବଶ୍ୟକ । ଯେଉଁ ମାନେ କେନ୍ଦ୍ରୀୟ ଇଂକ୍ରିମେଣ୍ଟ’ର କିଛି ମଧ୍ୟ ପାଇ ନାହାନ୍ତି ସେମାନଙ୍କ ପାଇଁ ୬ ଟି ଇଂକ୍ରିମେଣ୍ଟ ନିହାତି ଭାବେ ଲାଗୁ କରାଯିବା କଥା । ତାହା ବ୍ୟତିତ ଏହି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ୬ ବର୍ଷ’ର କଣ୍ଟାକଚୁଆଲ ସମୟ ଟା ନିୟମିତ ରେ ପରିଣତ ହେବା କଥା ।
ଆମର ୨ ଗୋଟି ମୁଖ୍ୟ ଦାବୀ ହେଲା ଯେ , (୧):- ୬ ବର୍ଷ ଚୁକ୍ତି ଅବଧିକୁ ନିୟମିତ ଚାକିରୀ’ରେ ଯୋଗ କରି ୬ ଟି ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନ କରାଯାଉ ଏବଂ (୨):- ପୁରୁଣା ପେନସନ ଲାଗୁ ତଥା ଏନପିଏସ: ବଦଳରେ ଓପିଏସ: ଲାଗୁ କରାଯାଉ ।
ଯେତେ ଦିନ ପର୍ଯ୍ୟନ୍ତ ଆମେ ଆମର ହକ ରାଜ୍ୟ ସରକାର’ଙ୍କ ଠାରୁ ପାଇନୁ , ସେତେ ଦିନ ପର୍ଯ୍ୟନ୍ତ ଆମେ ଆମର ଆନ୍ଦୋଳନ ଜାରୀ ରଖିବୁ ।
ଅନ୍ୟପକ୍ଷରେ ଏହି ଅବସର’ରେ ଆମେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଚଳିତ ମାସର ଆସନ୍ତା ୨୬ , ୨୭ ଓ ୨୮ ତାରିଖ ୩ ଦିନ ଧରି ସମୂହ ଛୁଟିରେ ଯାଇ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଆନ୍ଦୋଳନ’ରେ ସାମିଲ ହେବୁ ବୋଲି ଶିକ୍ଷକ ଶିକ୍ଷୟତ୍ରୀ ମାନେ ସେମାନଙ୍କ ଅଭିଯୋଗରେ ସୂଚନା ଦେଇ କହିଛନ୍ତି ।
ପରେ ପରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ’ଙ୍କୁ ମୁଖ୍ୟମନ୍ତ୍ରୀ’ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ସେହିଭଳି ଅନୁରୂପ ଭାବେ ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ’କୁ ଯାଇ ସେଠାରେ ଜିଲ୍ଲାପାଳ’ଙ୍କ ଅନୁପସ୍ଥିତି’ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ’ଙ୍କୁ ମୁଖ୍ୟମନ୍ତ୍ରୀ’ଙ୍କ ଉଦ୍ଦେଶ୍ୟ’ରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
————————————————

You may have missed