April 30, 2026

ଗଠନ ହେଲା ଜିଲ୍ଲା ସ୍ତରୀୟ “ମୋ ଦଳ” ଉଦଘାଟନ ସମ୍ମିଳନୀ।

IMG-20230916-WA0036
Share

ଗଠନ ହେଲା ଜିଲ୍ଲା ସ୍ତରୀୟ “ମୋ ଦଳ” ଉଦଘାଟନ ସମ୍ମିଳନୀ।

ଖୋର୍ଦ୍ଧା,୧୬/୦୯(ଉପାନ୍ତ ଓଡିଶା):ଓଡ଼ିଶାରେ ୮୦ ଭାଗ ଲୋକ ଚାଷ କାର୍ଯ୍ୟ ରେ ନିର୍ଭର କରିଥାନ୍ତି। କିନ୍ତୁ ରାଜ୍ୟର ଚାଷୀମାନେ ପଛୁଆ ଓ ଅଛୁଆଁ ଏହି ଚାଷୀଙ୍କୁ ଭାଗ ଭାଗ କରି ନିଜର ରାଜନୈତିକ ଭାଗ୍ୟ ରୁପରେ ବ୍ୟବହାର କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ। ଚାଷୀଙ୍କୁ ତାଙ୍କର ହକ ପେନସନ ଓ ଠିକ୍ ରୁପେ କେହି ସମ୍ମାନ ଦେଉନାହାନ୍ତି। ଚାଷୀ ମୂଲିଆ ଙ୍କୁ ନ୍ୟାୟ ଦେବା ପାଇଁ ଆରମ୍ଭ କରାଯାଇଛି ନବନିର୍ମାଣ ସ୍ୱରାଜ ସରକାର ପ୍ରତିଷ୍ଠା ପାଇଁ ଆରମ୍ଭ କରାଯାଇଛି ଖୋର୍ଦ୍ଧା ଜିଲ୍ଲା ଗୀତା ଭବନ ଠାରେ ଜିଲ୍ଲା ସ୍ତରୀୟ ଏକ ନୂଆ ସଂଗଠନ ଯାହାର “ନାମ ମୋ ଦଳ”ସମିଳନୀ ଉଦଘାଟନ ହୋଇ ଯାଇଛି।ଯାହାର ମୁଖ୍ୟ ଉଦେଶ୍ୟ ହଉଛି ସରକାର ବର୍ତ୍ତମାନ ସମୟରେ ଦୃନିତି ଭ୍ରଷ୍ଟାଚାର ରେ ବୁଡ଼ି ରହୁଛନ୍ତି ଯାହାକି ସାଧାରଣ ଲୋକଟିଏ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏପରିକି ସ୍ୱାସ୍ଥ୍ୟ, ଶିକ୍ଷା ରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଲୋକ ମାନଙ୍କର ବିକାଶ ପାଇଁ ନୁହେଁ ବରଂ ଭୋଟ ପାଇଁ ଯୋଜନା ପରେ ଯୋଜନା କରି ଥାନ୍ତି। କିନ୍ତୁ ନିର୍ବାଚନ ସରିଗଲେ ଯୋଜନା ବନ୍ଦ କରିଦିଆ ଯାଇଛି।ସେହିପରି ଚାଷୀ ର ହକ କିପରି ପାଇ ପାରିବ ତାହା ମଧ୍ୟସମ୍ମିଳନୀ ରେ ଆଲୋଚନା ହୋଇ ଥିଲା। ରାଜ୍ୟରେ ବିରୋଧୀ ଦଳର ନିଷ୍କ୍ରିୟ ଓ ନିଷ୍ପ୍ରଭ ଥିବା ହେତୁ “ମୋ ଦଳ” ସଂଗଠନରେ ଯୋଗ ଦେବା ପାଇଁ ସର୍ବସାଧାରଣ ଙ୍କୁ ଆହ୍ବାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ “ମୋ ଦଳ”ର ସଭାପତି ଅକ୍ଷୟ ରାଉତରାୟ, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ମାନସିଂହ, “ମୋ ଦଳ” ର ମହାସଚିବ ପ୍ରଦୀପ ପ୍ରଧାନ, ରାଜ୍ୟ ଯୁବ ଛାତ୍ର ନେତା ମନୋହର ଅଲ୍ଲୀ, ଉପ ସଭାପତି କୁଳମଣି ଗୁରୁ ପ୍ରମୁଖ ନେତୃତ୍ୱ ନେଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)