June 13, 2026

ପିପୁଲ୍ସ କଲେଜରେ ଏସଏସବି ଅଧ୍ଯାପକଙ୍କ କଳାବ୍ଯାଜ୍ ପରିଧାନ କରି ପ୍ରତିବାଦ ପ୍ରଦର୍ଶନ

IMG-20230916-WA0035
Share

ପିପୁଲ୍ସ କଲେଜରେ ଏସଏସବି ଅଧ୍ଯାପକଙ୍କ କଳାବ୍ଯାଜ୍ ପରିଧାନ କରି ପ୍ରତିବାଦ ପ୍ରଦର୍ଶନ
ବୁଗୁଡ଼ା : ତା ୧୬ /୦୯/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ୧୧ ଜଣ ଏସଏସବି ଅଧ୍ଯାପକ ସେମାନଙ୍କ ଗ୍ରେଡ୍ ପେ ୪୬୦୦ ଟଙ୍କାରୁ ୫୪୦୦ ଟଙ୍କାକୁ ପରିବର୍ତ୍ତନ ପାଇଁ ଥିବା ଦୀର୍ଘ ଦିନର ଦାବି ପୂରଣ ପାଇଁ କଳାବ୍ଯାଜ୍ ପରିଧାନ କରିବାକୁ ନେଇଥିବା ନିଷ୍ପତ୍ତି କ୍ରମେ ଆଜି ଦ୍ବାଦଶ ଦିବସରେ କଲେଜ ପରିସରରେ ମହାତ୍ମାଗାନ୍ଧୀଙ୍କ ଫଟୋ ରଖି ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରଦର୍ଶନ କରିଥିବା ଜଣାଯାଇଛି । ଦୀର୍ଘ ୮ ବର୍ଷ ଧରି ଓଡିଶା ଏସଏସବି ଅଧ୍ଯାପକ ସଂଘ ଗ୍ରେଡ୍ ପେ ପରିବର୍ତ୍ତନ ପାଇଁ ଦାବି କରିଆସୁଥିଲେ ହେଁ ସରକାରୀ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ସେମାନେ ଏଭଳି କଳାବ୍ଯାଜ୍ ପରିଧାନ ପନ୍ଥା ଆପଣାଇବାକୁ ବାଧ୍ଯ ହୋଇଥିବା ବେଳେ ଯଦି ସରକାର ଅଧ୍ଯାପକଙ୍କ ଦାବି ପୂରଣ ନ କରନ୍ତି ତେବେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ବାଧ୍ଯ ହେବେ ବୋଲି ଜଣାଇଛନ୍ତି । ତେବେ ବୁଗୁଡ଼ା ପିପୁଲ୍ସ କଲେଜରେ କଳାବ୍ଯାଜ୍ ପରିଧାନ କରିଥିବା ଏସଏସବି ଅଧ୍ଯାପକ ଓ ଅଧ୍ୟାପିକାଙ୍କ ମଧ୍ୟରେ ପ୍ରଦୀପ କୁମାର ଦାଶ , ଆତ୍ମପ୍ରକାଶ ନାୟକ , ଅଜୟ କୁମାର ସାହୁ , ଦିନେଶ ଚୌଧୁରୀ , ସନ୍ଧ୍ୟାରାଣୀ ସାହୁ , ଦିଲ୍ଲୀପ କୁମାର ସାହୁ , ଦୁଷ୍ମନ୍ତ ପ୍ରଧାନ , କିଶୋର ଚନ୍ଦ୍ର ଶବର , ସସ୍ମିତା ସାମନ୍ତରାୟ , ବିନୋଦ କୁମାର କର ଓ ଶ୍ରୀକୃଷ୍ଣ ମଣ୍ଡଳ ପ୍ରମୁଖ ସାମିଲ୍ ରହିଥିଲେ ।

You may have missed