June 27, 2026

ବୁଗୁଡ଼ା-କରସିଙ୍ଗି ରାସ୍ତା ପାଲଟିଛି ମରଣଯନ୍ତା , ପ୍ରତିକାର ଦାବି

IMG-20230909-WA0033
Share

ବୁଗୁଡ଼ା-କରସିଙ୍ଗି ରାସ୍ତା ପାଲଟିଛି ମରଣଯନ୍ତା , ପ୍ରତିକାର ଦାବି
ବୁଗୁଡ଼ା : ତା ୦୯/୦୯/୨୩ : ବୁଗୁଡ଼ା-କରସିଙ୍ଗି ରାଜରାସ୍ତା ଖାଲଖମାରେ ପରିପୂର୍ଣ୍ଣ ଯୋଗୁଁ ଅନେକ ସମୟରେ ଛୋଟବଡ ଦୁର୍ଘଟଣାମାନ ଘଟୁଥିଲେ ହେଁ ପ୍ରଶାସନିକ ଉଦାସୀନତା ଯୋଗୁଁ ତାହାର କୌଣସି ପ୍ରତିକାର ବ୍ଯବସ୍ଥା ହୋଇ ପାରୁନଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିବା ଜଣାଯାଇଛି । ପ୍ରକାଶ ଯେ, ବୁଗୁଡ଼ାରୁ ନୟାଗଡ ଅଭିମୁଖେ ଲମ୍ବିଥିବା ରାଜ୍ୟ ରାଜପଥ ୩୩ରେ କରସିଙ୍ଗି ପୂର୍ବରୁ ରାସ୍ତା ସାରା ଖାଲଖମାରେ ପୂର୍ଣ୍ଣ ହୋଇଥିବାରୁ ଯାନବାହାନ ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସାମାନ୍ୟ ଅସାବଧାନତାରୁ ଦୁର୍ଘଟଣାମାନ ଘଟୁଛି । ଏଥି ପ୍ରତି ପୂର୍ତ୍ତ ବିଭାଗ ଅଣଦେଖା କରୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଗତ କିଛି ଦିନ ତଳେ ଓଡଗାଁ ଅଞ୍ଚଳର ଏକ ଦମ୍ପତ୍ତି ବାଇକରେ ଯାଉଥିବା ବେଳେ ସେହି ଖାଲରେ ପଡି ଖଣ୍ଡିଆ ଖାବରା ହୋଇଥିବା ବେଳେ ଅନ୍ୟ ଏକ ଯାତ୍ରୀବାହୀ ଅଟୋ ସାମନା ପଟୁ ଆସୁଥିବା ଗାଡି ଖାଲରେ ପଡିବା ଯୋଗୁଁ ତାହାର ଛିଟିକା ଗୋଳିଆ ପାଣି ଅଟୋ କାଚ ଓ ଚାଳକ ଉପରେ ପଡିବାରୁ ତାହା ନିୟନ୍ତ୍ରଣ ହରାଇ ରାସ୍ତାକଡ ବିଲମାଳକୁ ଚାଲି ଯାଇଥିଲେ ହେଁ କୌଣସି କ୍ଷୟକ୍ଷତି ନ ଘଟିବା ସହ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା । ରାଜରାସ୍ତାର ସେହି ସ୍ଥାନରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ଏହାର ପ୍ରତିକାର ବ୍ଯବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।