June 10, 2026

ଗଜପତି:- ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ :: ଟ ୯,୦୨,୦୫୯-୦୦ କ୍ଷତିପୂରଣ ନିର୍ଦ୍ଦେଶ ।

IMG-20230909-WA0032
Share

ଗଜପତି:- ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ :: ଟ ୯,୦୨,୦୫୯-୦୦ କ୍ଷତିପୂରଣ ନିର୍ଦ୍ଦେଶ ।
———————————————- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରା ଜର୍ଜ’ଙ୍କ କୋର୍ଟ ପରିସରରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି ।
ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ’ଙ୍କ ଚିଠି ଅନୁଯାଇ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଗଜପତି ଜିଲ୍ଲା ତଥା ଦୌରା ଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ ଉପସ୍ଥିତ ରହି ବିଭନ୍ନ କୋର୍ଟ କାର୍ଯ୍ୟ ତଦାରଖ ସଙ୍ଗେ ସଙ୍ଗେ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ ।
ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା ଉପସ୍ଥିତ ରହି ସମସ୍ତ କୋର୍ଟ କାର୍ଯ୍ୟ ପରିଚାଳନା’ରେ ସହଯୋଗ କରିଥିଲେ ।
ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ବିଭିନ୍ନ ପ୍ରକାର ର ବିଚାରଧୀନ ଥିବା ମାମଲା ଗୁଡ଼ିକର ତ୍ବରିତ ବିଚାର ପାଇଁ ପଦକ୍ଷେପ ସ୍ବରୂପ ବିଭିନ୍ନ କୋର୍ଟ ବ୍ୟାଞ୍ଚ ମାନ ପ୍ରତିଷ୍ଠା କରା ଯାଇଥିଲା।
| ଲୋକ ଅଦାଲତ ରେ ପରିବାର ଅଦାଲତ ଜଜ ଶ୍ରୀ ସୁବ୍ରତ ମହାନ୍ତି , ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ପ୍ରଦୀପ କୁମାର ସାମଲ , ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ନରୋତ୍ତମ ଶେଠୀ , ସବଜଜ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ଉପ ଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରିଣୀ ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ ।
ସେହିପରି ଭାବେ ରା.ଉଦୟଗିରୀ କୋର୍ଟ ଠାରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତ ରେ ସବ ଜଜ ଶ୍ରୀ ପୁଣ୍ୟଶ୍ଳୋକ ରଥ , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ତରୁଣ କୁମାର ସେଠି , ମୋହନା କୋର୍ଟ ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରି ଶ୍ରୀ ଶୁଭଜିତ ବେହେରା ଓ କାଶିନଗର ଗ୍ରାମ୍ୟ ନ୍ୟାୟଳୟ ର ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରିଣୀ ସୁଶ୍ରୀ ଅଙ୍କିତା ଗୁରୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ ।
ଆୟୋଜିତ ଲୋକ ଅଦାଲତ ରେ ରାଜ୍ୟ ଆଇନ ସେବା ପ୍ରାଧିକାରଣ ଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଷ୍ଟ୍ରୀୟ ବ୍ୟାଙ୍କ ର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବ୍ୟାଙ୍କ ସମ୍ବନ୍ଧୀୟ ବିଭିନ୍ନ ମାମଲା ର ସମାଧାନ ପାଇଁ ଚେଷ୍ଟା କରିଥିଲେ ।
ଆୟୋଜିତ ଏହି ଲୋକ ଅଦାଲତ ରେ ଜିଲ୍ଲା କୋର୍ଟ ଓକିଲ ସଂଘ ସଭାପତି ଓ ସମ୍ପାଦକ ଙ୍କ ସମେତ ସମସ୍ତ ବରଷ୍ଠ ଓକିଲ ବୃନ୍ଦ ଉପସ୍ଥିତ ରହି ବିଭିନ୍ନ କୋର୍ଟ ରେ ନିଜ ନିଜ କେସ ମକଦମା ରେ ସହଯୋଗ ପ୍ରଦାନ କରିଥିଲେ ।
ଏହି ଲୋକ ଅଦାଲତ ରେ ସମୁଦାୟ ୭୬୦ ଟି କେସ , ବିଚାର କୁ ନିଆ ଯାଇ ୧୦୩ ଟି ମାମଲା ର ତ୍ଵରିତ ସମାଧାନ କରାଯାଇ ୯ ଲକ୍ଷ ୨ହଜାର ୦୫୯ ଟଙ୍କା ଜରିମାନା ଆଦାୟ କରା ଯାଇଥିଲା ।
ଉପସ୍ଥିତ ବ୍ୟାଙ୍କ ମାନେ ଉପସ୍ଥିତ ରହି ୬୧୮ ଟି କେସ ରୁ ୫୯ ଟି ସମାଧାନ କରି ଟ. ୫୨୬୦୫୯.୦୦ ଜରିମାନା ଆଦାୟ କରିଥିଲେ ।
ଏହି ଲୋକ ଅଦାଲତ’ର ସମସ୍ତ କାର୍ଯ୍ୟକ୍ରମ କୁ କୋର୍ଟ କର୍ମଚାରୀ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରାଧ୍ୟକରଣ ର କର୍ମଚାରୀ ଶ୍ରୀ ରବୀନ୍ଦ୍ର କୁମାର ପରିଡ଼ା’ଙ୍କ ସମେତ ଶ୍ରୀ ରଘୁ ନନ୍ଦନ ଦାସ , ଶ୍ରୀ କାହ୍ନୁ ଚରଣ ପଣ୍ଡା ଏବଂ ଶ୍ରୀ ଶିବ ପ୍ରସାଦ ସେନାପତି ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————–