April 30, 2026

ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଦୀର୍ଘ ୨୦ ଦିନ ପରେ ଆନ୍ଦୋଳନରୁ ଓହରିଲା

IMG-20230907-WA0008
Share

ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଦୀର୍ଘ ୨୦ ଦିନ ପରେ ଆନ୍ଦୋଳନରୁ ଓହରିଲା

ପାରଳାଖେମୁଣ୍ଡି:୭/୦୯(ଗରୁଡ଼ ଧ୍ଵଜ ଚୌଧୁରୀ)
ରାଜ୍ୟ ସଂଘର ଆହ୍ବାନ କ୍ରମେ ଓ ଆନ୍ତ ମନ୍ତ୍ରୀସ୍ତରୀୟ ବୈଠକରେ ହୋଇଥିବା ଆଲୋଚନା ଓ ପଞ୍ଚାୟତ ରାଜ ବିଭାଗର ମୁଖ୍ୟ ସଚିବଙ୍କ ପ୍ରତିଶ୍ରୁତି ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଏକ ମାସ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଣୁ ଗଜପତି ଜିଲ୍ଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆସନ୍ତା କାଲି ଠାରୁ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯଦି ସରକାର ଏକ ମାସ ମଧ୍ୟରେ ଦାବି ପୂରଣ ନ କରନ୍ତି ତାହେଲେ ସଂଘ ପକ୍ଷରୁ ପୁଣି ଥରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରଯାଇଅଛି।

You may have missed