October 19, 2026

ଗୁଣୁପୁର ବିଧାୟକଙ୍କ ଦ୍ଵାରା ମା ଗୃହ ଉଦଘାଟିତ

IMG-20230904-WA0032
Share

ଗୁଣୁପୁର ବିଧାୟକଙ୍କ ଦ୍ଵାରା ମା ଗୃହ ଉଦଘାଟିତ

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥିତ ଏସବିଆଇ ଏଟିଏମ୍ ପାର୍ଶ୍ଵରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଗର୍ଭବତୀ ମହିଳା ମାନଙ୍କର ଯତ୍ନ ଓ ନିରାପଦ ମାତୃତ୍ୱ ଆଭିମୁଖ୍ୟର ପରିପୂର୍ତ୍ତି ନିମନ୍ତେ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଆଲିଶା ସେଛାସେବୀ ଅନୁଷ୍ଠାନ ଆନୁକୁଳ୍ୟରେ ପରିଚାଳିତ ମା’ଗୃହ ଉଦଘାଟିତ ହୋଇଯାଇଛି ।ଏହି ମା ଗୃହରେ ଯେଉଁ ଗର୍ଭବତୀ ମହିଳା ମାନଙ୍କର ଘର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଦୂରତା ଅଧିକ ରହିଥିବ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ନିମନ୍ତେ ଗମନାଗମନର ବ୍ୟବସ୍ଥା ସେତେଟା ଭଲ ନଥିବ ସେହିପରି ଗ୍ରାମାଞ୍ଚଳର ଗର୍ଭବତୀ ମହିଳା ମାନଙ୍କର ପ୍ରସବକାଳୀନ ତାରିଖର ଦିନ ୭ଦିନ କିମ୍ବା ୧୦ଦିନ ପୂର୍ବରୁ ପ୍ରଥମେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ପରୀକ୍ଷା କରି ସାରିବା ପରେ ମା ଗୃହ ରେ ଥଇଥାନ କରାଯାଇ ପ୍ରସବ ତାରିଖ ଦିନ ଆସିବା ପରେ ସେହି ଗର୍ଭବତୀ ମହିଳା ଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯିବା ସହ ପ୍ରସବ କରାଇ ଘରେ ଛଡା ଯାଇଥାଏ ବୋଲି ଜଣାପଡ଼ିଛି । ଅଲିଭା ସଂଗଠନର ସଭାନେତ୍ରୀ ବାସନ୍ତୀ ମହାପାତ୍ର ସଂଯୋଜନାରେ ଅନୁଷ୍ଠିତ ଏହି ଉଦ୍‌ଘାଟନ ଉତ୍ସବରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ,ରାମନାଗୁଡା ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ,ବ୍ଲକ ଅଧ୍ୟକ୍ଷ ରବି ଗମାଙ୍ଗ,ପାରିଖିତି ସରପଞ୍ଚ ସୂର୍ଯ୍ୟରାଓ କୁମ୍ଭିରିକା, ସମିତି ସଭ୍ୟ କମଳଲୋଚନ ମୁଟିକା, ସମିତି ସଭ୍ୟା ଲକ୍ଷ୍ମୀ କାଡ୍ରାକା, ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର, ଜିଲ୍ଲା ପରିଷଦ ସଭ୍ୟ (ଖ)ସୁରେଶ ଗମାଙ୍ଗ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦାମୋଦର କୈବର୍ତ୍ତ,ଡିଏମ ଭଗବାନ ମେହେର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ଗମାଙ୍ଗ ମା ଗୃହକୁ ବୁଲି ଦେଖିବା ସହ ଗର୍ଭବତୀ ଙ୍କୁ ଖାଦ୍ୟ ପେୟ ସମ୍ପର୍କରେ ବୁଝିବା ସହ ସେମାନଙ୍କ ଯତ୍ନ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଗର୍ଭବତୀଙ୍କୁ କ୍ଷୀର, ପାଉଁରୁଟି ଆଦି ପ୍ରଦାନ କରିଥିଲେ। ଏହି ମା ଗୃହରେ ଆଲିଶା ସଂସ୍ଥାର ଫାଇନାନ୍ସ ମ୍ୟାନେଜର ନୃସିଂହନାଥ ମହାପାତ୍ର,ସିସିଏ ଉଷାବତୀ ଶବର,ମହିଳା ସ୍ବାସ୍ଥ୍ୟକର୍ମୀ ନମିତା ମାଣ୍ଡାଙ୍ଗି,କୋଡିନେଟର ଜାନକୀ ଗମାଙ୍ଗ ପ୍ରମୁଖ ଦାଇତ୍ୱରେ ରହି ପ୍ରତ୍ୟେକ ଦିନ ମା ଗୃହରେ ରହୁଥିବା ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କର ଖାଦ୍ୟପେୟର ସମସ୍ତ ପ୍ରକାର ସହାୟତା ପ୍ରଦାନ ସହ ଏଥିରେ ବିଭିନ୍ନ ଉପାନ୍ତ ଗ୍ରାମକୁ ଆମ୍ବୁଲାନ୍ସ ଯିବା ଆସିବା ନିମନ୍ତେ ଅସୁବିଧା ଥିବା ଗ୍ରାମର ଗର୍ଭବତୀ ମହିଳାଙ୍କୁ ପ୍ରଧାନ୍ୟ ଦିଆଯିବା ସହ ଏଥିରେ ରାମନାଗୁଡା ବ୍ଲକର ୧୫୦ଗ୍ରାମର ଗର୍ଭବତୀ ମହିଳା ଉପକୃତ ହୋଇପାରିବେ ବୋଲି ଉକ୍ତ ସଂସ୍ଥାର ସଭାନେତ୍ରୀ ଶ୍ରୀମତୀ ମହାପାତ୍ର କହିଛନ୍ତି ।।

ରିପୋର୍ଟ ରାକେଶ କୁମାର ବେହେରା

You may have missed