June 19, 2026

ତିର୍ତ୍ତୋଲ ରେ ବିଜୁ ମହିଳା ମୋର୍ଚ୍ଚାର ଦଳର ପ୍ରସ୍ତୁତି ବୈଠକ

IMG-20230904-WA0007
Share

ତିର୍ତ୍ତୋଲ ରେ ବିଜୁ ମହିଳା ମୋର୍ଚ୍ଚାର ଦଳର ପ୍ରସ୍ତୁତି ବୈଠକ
==================== ତିର୍ତ୍ତୋଲ :- ମହିଳା ସଶକ୍ତିକରଣ ଓ ବ୍ଲକସ୍ତରୀୟ ମହିଳା ସଂଗଠନକୁ ସୁଦୃଢ କରିବାକୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ମହିଳା ବିଜୁ ଜନତା ଦଳର ସଭାପତି ତଥା ଏକ ନମ୍ବର ଜୋନ ର ଜିଲ୍ଲାପରିଷଦ ଶ୍ରୀମତୀ ରଞ୍ଜିତା ସିଂହ ଙ୍କ ଆହ୍ୱାନରେ, ତିର୍ତ୍ତୋଲ ଆନନ୍ଦମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି !ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଜିଲ୍ଲା ବିଜେଡି ମହିଳା ସଭାପତି ସବିତା ମହାପାତ୍ର !ସ୍ବର୍ଗତ ବିଜୁ ବାବୁଙ୍କ ସ୍ୱପ୍ନର ଓଡିଶା ବିଷୟ ଓ ନବୀନ ବାବୁଙ୍କ ବିକାଶ ଓଡିଶା ର ତର୍ଜମା କରୁକରୁ ଆସନ୍ତା ସେପ୍ଟେମ୍ବର ମାସ ୧୦ ତାରିଖ ଦିନ ଜଗତସିଂହପୁର ଜିଲ୍ଲା ସ୍ତରୀୟ ମହିଳାସମାବେଶ କୁ ସରସ ସୁନ୍ଦର ଓ ସଫଳ କରିବାପାଇଁ ଉପସ୍ଥିତ ମହିଳା କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ ! ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ମହିଳା ସମ୍ପାଦିକା ଲିପାଲି ରାଉଳ , ଜିଲ୍ଲାସମ୍ପାଦିକା ପ୍ରିୟଙ୍କା ମହାପାତ୍ର , ରଘୁନାଥପୁର ବ୍ଲକ ସମ୍ପାଦିକା ସବିତା ସାମନ୍ତରାୟ ,ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ପ୍ରିତୀଲତା ମଲ୍ଲ ମଞ୍ଚ ପରିଚାଳନା କରିଥିଲା ବେଳେ, ରେଖାଶ୍ରୀ ମଲ୍ଲିକ , ରିନା ଦାଶ , ବିଷ୍ଣୁପ୍ରିୟା ସାହୁ , ପ୍ରମୋଦିନି ସେଠୀ , ରଶ୍ମିତା ମହାପାତ୍ର , ରୋଜାଲିନ ସ୍ୱାଇଁ , ଶୁଭଦ୍ରା ଦାସ ଓ ରିତାଞ୍ଜଳୀ ମଲ୍ଲିକ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ! ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !

You may have missed