November 23, 2024

ଶ୍ରାବଣ ମାସ ଶେଷ ସୋମବାରରେ କାଉଡିଆ କଲେ ଜଳଲାଗି।

Share

ଶ୍ରାବଣ ମାସ ଶେଷ ସୋମବାରରେ କାଉଡିଆ କଲେ ଜଳଲାଗି।

ବୋଲଗଡ,୨୮/୦୮(ଉପାନ୍ତ ଓଡିଶା):ବୋଲଗଡ ବ୍ଲକ ଅନ୍ତର୍ଗତ ବାଙ୍କୋଇଗ୍ରାମସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ତାରେଶ୍ୱରଦେବଙ୍କ ପୀଠରେ ଶ୍ରାବଣମାସର ଶେଷ ସୋମବାରଦିନ ଶ୍ରଦ୍ଧାଳୁ କାଉଡିଆ ଭକ୍ତମାନେ ଜଳଲାଗି କରିଅଛନ୍ତି । କଟକ ଜିଲ୍ଲା ଅନ୍ତର୍ଗତ ବୈଦେଶ୍ୱରଗ୍ରାମ ଦେଇ ଯାଇଥିବା ମହାନଦୀ ତଟ ଠାରେ ଶ୍ରଦ୍ଧାଳୁ କାଉଡ଼ିଆ ଭକ୍ତମାନେ ନୀତି ଵିଧିଅନୁସାରେ ନୂତନବସ୍ତ୍ର ପରିଧାନକରି ମହାନଦୀ ଜଳରେ ସାତଥର ବୁଡ଼ପକାଇ ନଦୀବାଲିରେ ଶିବଲିଙ୍ଗ ସ୍ଥାପନ କରିଥିଲେ l ଭଗବାନ ହର ହର ମହାଦେବଙ୍କୁ ସ୍ମରଣକରି ଶିବଲିଙ୍ଗ ଉପରେ ପୁଷ୍ପପ୍ରଦାନ, ଧୂପ ଦୀପ ପ୍ରଜ୍ବଳନ କରି ବ୍ରାହ୍ମଣଙ୍କ ଦ୍ଵାରା ପୂଜାପାଠ କରାଯାଇ ସଂକଳ୍ପ କରି ପଇତା ପିନ୍ଧିଥିଲେ l ଵିଧିଅନୁସାରେ ଶ୍ରଦ୍ଧାଳୁ ଭକ୍ତମାନେ ମହାନଦୀର ଜଳକୁ ଶିବଲିଙ୍ଗ ନିକଟରେ ଗଙ୍ଗାଜଳ ଓ ଅନ୍ୟାନ୍ୟ ନୈବେଦ୍ୟକୁ ପୂର୍ଣ୍ଣକଳସରେ ପକାଇ କାଉଡ଼ି ଭାର ତିଆରିକରି ମାନସିକ ଶିବ ମନ୍ଦିରକୁ ଆଗମନ କରିଥିଲେ l ନିଷ୍ଠାସହକାରେ ସୋମବାର ସକାଳ ସୁଦ୍ଧା ଶୈବ ଶ୍ରଦ୍ଧାଳୁମାନେ ଶ୍ରୀ ଶ୍ରୀ ତାରେଶ୍ଵର ଦେବଙ୍କ ପୀଠରେ ଜଳଲାଗି କରି ମାନସିକ ଭାଙ୍ଗିଥିଲେ l ଆଜି ଶ୍ରୀଶ୍ରୀ ତାରେଶ୍ୱରଦେବଙ୍କ ପୀଠରେ ବହୁ ଶ୍ରଦ୍ଧାଳୁ କାଉଡିଆଭକ୍ତମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା l ସେହିଭଳି ଭାବେ ରାସୋଳ ଗ୍ରାମସ୍ଥିତ ପୁରାତନ ଶୈବପୀଠ ଶ୍ରୀଶ୍ରୀ ଭୋଳେଶ୍ୱର ଦେବଙ୍କ ପୀଠରେ ଶ୍ରଦ୍ଧାଳୁ କାଉଡିଆ ଭକ୍ତମାନେ ଜଳ ଲାଗି କରିଅଛନ୍ତି l ସେହିଭଳି ଭାବରେ ବୋଲଗଡ ବ୍ଲକ ଅଂଚଳର ନିର୍ଦ୍ଧିଷ୍ଟ ଶୈବପୀଠଗୁଡିକରେ ପବିତ୍ରଶ୍ରାବଣମାସର ଶେଷ ସୋମବାରରେ ବହୁ ଶ୍ରଦ୍ଧାଳୁକାଉଡିଆ ଭକ୍ତମାନେ ଜଳଲାଗି କରିଅଛନ୍ତି l

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।