March 10, 2026

ପଦ୍ମକୁ ମଉଳେଇ ବଜେଇଲେ ଶଙ୍ଖ। ମାହାଙ୍ଗା ବିଜେପି ଦଳକୁ ଶକ୍ତ ଝଟକା!

IMG-20230828-WA0009
Share

-:ପଦ୍ମକୁ ମଉଳେଇ ବଜେଇଲେ ଶଙ୍ଖ।
ମାହାଙ୍ଗା ବିଜେପି ଦଳକୁ ଶକ୍ତ ଝଟକା!

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ରେ ଅନୁପ୍ରାଣିତ ହୋଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶର ସୂତ୍ରଧର ବିଧାୟକ ପ୍ରତାପ ଜେନାଙ୍କ ନୀତି, ଆଦର୍ଶ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ମାହାଙ୍ଗା ବ୍ଲକ ଭେଡା ଗ୍ରାମପଞ୍ଚାୟତର 80ରୁ ଉର୍ଦ୍ଧ ବିଜେପି କର୍ମୀ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି lତେବେ ଗତ କିଛି ଦିନ ହେବ ମାହାଙ୍ଗାର ବିଭିନ୍ନ ପଂଚାୟତ ଅଞ୍ଚଳର ଶତାଧିକ ବିରୋଧୀ ଦଳର କର୍ମୀ ଦଳ ପରିତ୍ୟାଗ କରି ବିଧାୟକ ଶ୍ରୀ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଆସୁଛନ୍ତି l ଏହି ମିଶ୍ରଣ ପର୍ବକୁ ବିରୋଧୀ ଦଳ ନେତାମାନେ ସହ୍ୟ କରିନପାରି ଔଷଧ ବଦଳରେ ତାଟିଆ କାମୁଡିବା କଥା ଭଳି ବିଭିନ୍ନ ଆଲୋଚନା ଓ ପର୍ଯ୍ୟାଆଲୋଚନାର ବିଷୟ ପାଲଟିଛି ।ଏପରିକି ବିରୋଧୀ ଯେତେ ଯାହା ହୀନ ଚକ୍ରାନ୍ତ କଲେ ମଧ୍ୟ ମାହାଙ୍ଗା ଅଞ୍ଚଳ ର ବିକାଶର ସାରଥୀ ହେଉଛନ୍ତି ବିଧାୟକ ପ୍ରତାପ ଜେନା ଆଉ ଯେତେ ଯାହା ବାଧା ଉପୁଜିଲେବି ମାହାଙ୍ଗାର ବିକାଶ ପାଇଁ ବିଜୁ ଜନତା ଦଳ ଅଙ୍ଗିକାରବଦ୍ଧ ବୋଲି ପ୍ରକାଶ କରିଥିଲେ l ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ବାସଭବନରେ ବିଜୁ ଜନତା ଦଳରେ 80ରୁ ଉଦ୍ଧ ବିଜେପି କର୍ମୀମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ l ଏହି ମିଶ୍ରଣ ପର୍ବ ରେ ମିଶିଥିବା ସମସ୍ତ ବିଜେପି କର୍ମୀମାନେ ଆଗାମୀ ଦିନରେ ବିଧାୟକ ଶ୍ରୀ ଜେନା ଙ୍କ ସହ ରହି ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ସାମିଲ ହେବେ ବୋଲି ଶପଥ ନେଇଥିଲେ l
ମାହାଙ୍ଗା ରୁ ଅନିରୁଦ୍ଧ ପାଣିଙ୍କ ରିପୋର୍ଟ ନିୟୁଜ ଉପାନ୍ତ ଓଡିଶା