November 22, 2024

୫ମ ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା।

Share

୫ମ ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା।

ବେଗୁନିଆ,୨୭/୦୮(ଉପାନ୍ତ ଓଡିଶା ): ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ରେ ଆଜି ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ୫ମ ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଶ୍ରୀଗୁରୁଜୀ ପରମହଂସ ପ୍ରାଂଜ୍ଞାନାନନ୍ଦ ଙ୍କ ଦିବ୍ୟ ଆହ୍ୱାନରେ ସମଗ୍ର ଓଡ଼ିଶାରେ ପ୍ରତ୍ୟେକ ବ୍ଲକ ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଏଥିପାଇଁ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ବୃତ୍ତି ମଧ୍ୟ ପ୍ରଦାନ କରାଯାଉଛି । ଶ୍ରୀ ଗୁରୁଜୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ପ୍ରତ୍ୟେକ ପରିବାରରେ ଶ୍ରୀମଦ୍ ଭଗବତ୍ ଗୀତା ପଠନ ଓ ମନନ କରିବା ଉଚିତ୍ । ଉକ୍ତ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଙ୍କ ସମେତ ୯ଜଣ ବିଚାରକ ବିଜୟ କୁମାର ସାମନ୍ତରାୟ , ଭାଗିରଥି ପରିଡ଼ା , ଦୀନବନ୍ଧୁ ପଣ୍ଡା , ପ୍ରଭାତ କୁମାର ଦାଶ , ଅଶୋକ କୁମାର ମହାପାତ୍ର , ମିହିର କୁମାର ଭୂୟାଁ , ଲକ୍ଷ୍ମୀପ୍ରିୟା ତ୍ରିପାଠୀ ମାନଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଜ୍ଞାନମିଶନର ସ୍ୱାମୀଜୀ ସ୍ୱାମୀ ଆନନ୍ଦାନନ୍ଦ ଗିରି , ବ୍ରହ୍ମଚାରୀ ତୃପ୍ତଆନନ୍ଦ ଏବଂ ବ୍ଲକ ସଂଯୋଜକ ସନ୍ତୋଷ କୁମାର ଦଳାଇଙ୍କ ଦ୍ୱାରା ସଂଯୋଜନା କରାଯାଇଥିଲା। ସଭା ଶେଷରେ ଶାନ୍ତ୍ୱନୁ କୁମାର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)