March 12, 2026

ସମ୍ବଲପୁର: ୧୧ ଦଫା ଦାବି ନେଇ ସମ୍ବଲପୁର ଜିଲ୍ଲା ସରପଞ୍ଚ୍ ସଂଘ ଆଜି ଜିଲ୍ଲାପାଳ ଅନନ୍ୟା ଦାଶଙ୍କୁ ଭେଟି ୧୧ ଦଫା ଦାବି ସମ୍ବଳିତ ଦାବି ପତ୍ର

IMG-20230823-WA0003
Share

ସମ୍ବଲପୁର: ୧୧ ଦଫା ଦାବି ନେଇ ସମ୍ବଲପୁର ଜିଲ୍ଲା ସରପଞ୍ଚ୍ ସଂଘ ଆଜି ଜିଲ୍ଲାପାଳ ଅନନ୍ୟା ଦାଶଙ୍କୁ ଭେଟି ୧୧ ଦଫା ଦାବି ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛନ୍ତି।ଆନ୍ଦୋଳନକୁ ସମ୍ବଲପୁର ଜିଲ୍ଲା ସରପଞ୍ଚ୍ ସଂଘ ସମର୍ଥନ ଜଣାଇଛି। ପ୍ରତି ପଞ୍ଚାୟତ ପାଇଁ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଓ କନିଷ୍ଟ ଯନ୍ତ୍ରୀ ନିଯୁକ୍ତି,ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅନ୍ତତଃ ୫ଟି ଘର ଦେବାକୁ ସରପଞ୍ଚ୍ ମାନଙ୍କୁ କ୍ଷମତା ପ୍ରଦାନ,ସରପଞ୍ଚ୍ ମାସିକ ଭତ୍ତାକୁ ୨୩୫୦ ଟଙ୍କାରୁ ୩୦ ହଜାରକୁ ବୃଦ୍ଧିକରିବା,ବାକି ରହିଥିବା କଚ୍ଚା ଘରକୁ ପକ୍କା କରିବା,ଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ନିୟମାନୁଯାୟୀ ନିଶ୍ଚିତ ଭତ୍ତା ପ୍ରଦାନ,ସରପଞ୍ଚ୍ ଙ୍କ ଅନାସ୍ଥା ପ୍ରସ୍ଥାବକୁ ଉଚ୍ଛେଦ କରିବା,ପଞ୍ଚାୟତର ବିକାଶ ମୂଳକ କାମରେ ସମିତିର ଅଯଥା ହସ୍ତକ୍ଷେପରୁ ମୁକ୍ତ ରଖିବା, ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ସିଏଫସି/ଏସଏଫସି ପାଣ୍ଠି ବୃଦ୍ଧି ,ପଞ୍ଚାୟତ ଷ୍ଟ୍ରିଟ୍ ଲାଇଟର ବିଦ୍ୟୁତ ଦେୟ ପାଇଁ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା,ମନରେଗା ଯୋଜନାରେ ସମସ୍ତ ବିକାଶ ମୂଳକ କାମକୁ ଯୋଡିବା,କାର୍ଯ୍ୟକାଳ ସମରେ ସରପଞ୍ଚ୍ ମାନଙ୍କ ଦୂର୍ଘଟଣା ଜନିତ ମୃତ୍ୟୁ ଘଟିଲେ ୨୦ ଲକ୍ଷ ଟଙ୍କାର ପରିବାରକୁ କ୍ଷତିପୂରଣ ଭଳି ୧୧ ଦଫା ଦାବି ନେଇ ଜିଲ୍ଲା ସରପଞ୍ଚ ସଂଘ ଆଜି ରାସ୍ତାକୁ ଓଲ୍ଲେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଜି ଜିଲ୍ଲା ସଂଘର ସଭାପତି ପ୍ରଫୁଲ୍ଲ ମିର୍ଦ୍ଧାଙ୍କ ନେତୃତ୍ୱରେ ସାଧାରଣ ସଂପାଦକ ରାମପ୍ରସାଦ ସାହୁ,ଦିବାକର ପ୍ରଧାନ,ଦିବାକର ବେହେରା,କ୍ଷୀରୋଦ ରାଉଳ, ମମତା ଭାଙ୍ଗ୍ରେ, ସଞ୍ଜିବ ପୁରୋହୀତ,ସରସ୍ବତୀ ଭୋସାଗର,ମମତା ପୁରୋହୀତ, ସୁଷମା ସାହୁ,ବିମଲ ଲାକ୍ରା, ମମତା ପ୍ରଧାନ,ଜିତୁ ପ୍ରଧାନ,ଲଲିତା ପ୍ରଧାନ ପ୍ରମୁଖ ଜିଲ୍ଲା ଶତ ପ୍ରତିଶତ ସରପଞ୍ଚ୍ ସ୍ଥାନୀୟ ଲକ୍ଷ୍ମୀ ଟକିଚ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ବିଭିନ୍ନ ସ୍ଲୋଗାନ ଦେଇ ୧୧ ଦଫା ଦାବି ପୂରଣ ନେଇ ରାଜ୍ୟ ସରକାରଙ୍କ ଠାରେ ବିଭିନ୍ନ ନାରା ବାଜି ଦେଇଥିଲେ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଜିଲ୍ଲାପାଳ ଡକାଇ ସଂଘର ଦାବିପତ୍ର ଗ୍ରହଣ କରିଥିଲେ। ୭ ଦିନ ମଧ୍ୟରେ ଦାବି ନେଇ ସରକାରଙ୍କ ସକରାତ୍ମକ ସଫଳତା ନମିଳିଲେ ସଂଘ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ସଂଘ ପକ୍ଷରୁ ସଭାପତି ପ୍ରଫୁଲ୍ଲ ମିର୍ଦ୍ଧା ଚେତାବନି ଶୁଣାଇଛନ୍ତି। ଏହି ସମୟରେ ସଂଘର ଅନ୍ୟତମ ଉପଦେଷ୍ଟା ଡା.ରାଜାରାମ ଷଡଙ୍ଗୀ ମଧ୍ୟ ଉପସ୍ଥିତ ରହିଥିଲେ।