November 24, 2024

-ଟି ର ନଗ୍ନ ଉଦାହରଣ , ବଡିଜଙ୍ଗା ସତ୍ୟନାରାୟଣ ଉଚ୍ଚବିଦ୍ୟାଳୟ।

Share

5-ଟି ର ନଗ୍ନ ଉଦାହରଣ , ବଡିଜଙ୍ଗା ସତ୍ୟନାରାୟଣ ଉଚ୍ଚବିଦ୍ୟାଳୟ।
==================== ତିର୍ତ୍ତୋଲ :- ଆମ ରାଜ୍ୟରେ ଉଚ୍ଚ ବିଦ୍ୟାଳୟ ମାନଙ୍କୁ 5 ଟି ରେ ରୁପାନ୍ତର କରି , ଉନ୍ନତ ମାନର ଶିକ୍ଷାପ୍ରଦାନ ସହିତ , ଶିକ୍ଷାନୁଷ୍ଠାନ ମାନଙ୍କର ପରିବେଶ ର ସୌନ୍ଦର୍ଯ୍ୟକରଣ ନିମନ୍ତେ ଗୁରୁତ୍ବ ପ୍ରଦାନ କରୁଥିବା ବେଳେ, ଜଗତସିଂହପୁରଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧିନ ଗରାମ ପଞ୍ଚାୟତ ର ବଡିଜଙ୍ଗା ସ୍ଥିତ ସତ୍ୟନାରାୟଣ ଉଚ୍ଚବିଦ୍ୟାଳୟ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଉପର ସୁନ୍ଦର ମହାକାଳ ଫଳ ଭଳି, ବିଦ୍ୟାଳୟ ର ରଙ୍ଗବୋଳା ଚାକଚକ୍ୟ , ବାହାରକୁ ଯାହା ସୁନ୍ଦର ଦେଖଯାଉଛି , ଭିତରଦୃଶ୍ୟ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୩୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଅଛନ୍ତି। ମାତ୍ର ସେମାନଙ୍କୁ ପାଠ ପଢ଼ାଉଛନ୍ତି ମାତ୍ର 2 ଜଣ ଶିକ୍ଷକ। ଆବଶ୍ୟକୀୟ ଶିକ୍ଷକ ନଥିବାରୁ , ପାଠ ପଢା ବ୍ୟାହତ ହେଉଥିବାରୁ , ବିଦ୍ୟାଳୟର ପରିଚାଳନା କମିଟି ଓ ଅଭିଭାବକ ମାନେ ବାରମ୍ବାର, ଶିକ୍ଷାବିଭାଗର ପଦସ୍ଥ ଅଧିକାରୀ ଙ୍କ ନିକଟରେ, ଆପତ୍ତି ଅଭିଯୋଗ କରିଆସୁଥିଲେ ମଧ୍ଯ ସମ୍ପୃକ୍ତ ବିଭାଗ ତରଫରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆନଯିବାରୁ, ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କ ମଧ୍ୟରେ ଘୋର ଉଦବେଗ ପ୍ରକାଶ ପାଇଛି। ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି କୈଳାଶ ଚନ୍ଦ୍ର ପରିଡା , ଗତ ସୋମବାର ଦିନ , ତିର୍ତ୍ତୋଲ ବ୍ଲକ ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଯେତେଶୀଘ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ , ଲିଖିତ ଅଭିଯୋଗ କରିଥିଲେ। ତେବେ ଯଦି ଆସନ୍ତା ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ଶିକ୍ଷକ ନିଯୁକ୍ତି କରାନଗଲେ, ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବକ ମାନଙ୍କ ସହିତ ସ୍ଥାନୀୟ ଅଧିବାସୀ ମାନେ , ତିର୍ତ୍ତୋଲ ମଣ୍ଡଳ ଶିକ୍ଷାଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସଭାପତି ଶ୍ରୀ ପରିଡ଼ା ସୂଚନା ପ୍ରଦାନ କରିଅଛନ୍ତି । ତେବେ ପ୍ରଶ୍ନ ଉଠିଛି ଖାଲି ରଙ୍ଗବୋଳିଦେଇ ବିଦ୍ୟାଳୟ ଗୁଡ଼ିକ ସୁନ୍ଦର କରିଦେଲେ ହେବନାହିଁ ବରଂ ଦେଖିବାକୁ ରହିଲା,ଶିକ୍ଷାଦାନ ବ୍ୟବସ୍ଥା କୁ ଅଧିକ ସୁଦୃଢ଼ କରିବା କ୍ଷେତ୍ରରେ ସରକାର ବାସ୍ତବରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ?

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !