ଖବର ଆଜିର
*ଖବର ଆଜିର*
*ତାରିଖ ୨୦/୦୮/୨୩, ରବିବାର*
*୧-ନିୟନ୍ତ୍ରଣ ବାହାରେ ଚାଉଳ ଦର, ରପ୍ତାନି ଉପରେ କଟକଣା, ରାଜ୍ୟରେ କିଲୋ ପିଛା ୧୦ ଟଙ୍କା ବୃଦ୍ଧି।*
*୨-ବୌଦ୍ଧକୁ ଛାଡ଼ି ସବୁ ଜିଲ୍ଲାରେ ଡେଙ୍ଗୁ,୨୪ ଘଣ୍ଟାରେ ୯୫୨ ପରୀକ୍ଷା,୮୪ ଆକ୍ରାନ୍ତ।*
*୩-ପୁରୀ:୫ଟି ସଚିବଙ୍କୁ କାଳିମାଡ ଘଟଣା;ପଣତ କାନିରେ ପୋଛିଲେ ମା’, ଅଧିକାରୀ କାର୍ଯ୍ୟକ୍ରମ ଜାରି ରଖିଲେ। ଘଟଣାକୁ ବିଭିନ୍ନ ସ୍ତରରେ ନିନ୍ଦା।*
*୪-‘ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ’ ଯୋଜନା;୫ ବର୍ଷରେ ଖର୍ଚ୍ଚ ହେବ ୨୦୩୨. ୯୨ କୋଟି।*
*୫-OPTCLରେ ୪୧୨ଜଣକୁ ନିଯୁକ୍ତି; ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ପାଇବା ନାଗରିକଙ୍କର ଅଧିକାର: ମୁଖ୍ୟମନ୍ତ୍ରୀ।*
*୬-ସରକାରୀ ବାବୁଙ୍କ ଗାଡ଼ି ଚଢ଼ା ଉପରେ ଲାଗିଲା କଟକଣା । କେଉଁ ଅଫିସର, କେତେ କିଲୋମିଟର ଗସ୍ତ କରିବେ, ଧାର୍ଯ୍ୟ କଲା ଅର୍ଥ ବିଭାଗ । ସ୍ଥିର ହେଲା ଗାଡିର ମାସିକ ଭଡ଼ା।*
*୭-ନୂଆଖାଇ ସଜବାଜ, ବଲାଙ୍ଗୀରରେ ଲଗ୍ନ ଧାର୍ଯ୍ୟ।ଆସନ୍ତା ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତଥା ସେପ୍ଟେମ୍ବର ୨୦ ତାରିଖ ପୂର୍ବାହ୍ନ ୧୦ଟା ୨୮ରୁ ୧୦ଟା ୪୧ ମିନିଟ୍ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ରହିଛି।*
*୮-ଭୁବନେଶ୍ୱର:ଆସନ୍ତା ସେପ୍ଟେମ୍ବର ୧୯ରେ ଗଣେଶ ପୂଜା ପାଇଁ ବିଚାରବିମର୍ଶ ।ଗଣେଶ ମୂର୍ତ୍ତିକୁ ବିକୃତ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ।*
*୯-ଭଦ୍ରକ:ବିପଦ ସଙ୍କେତ ଟପିଲା ବୈତରଣୀ, ବନ୍ୟା ପରିସ୍ଥିତି ସୃଷ୍ଟି ନେଇ ଆଶଙ୍କା।*
*୧୦-ପୂର୍ବତଟ ରେଲୱେର ନୂଆ ରଣନୀତି; ହାତୀ ମୃତ୍ୟୁକୁ ରୋକିବ IDS।୬୦ କିଲୋମିଟର ଦୂରରୁ ରେଳ ଲାଇନ୍ରେ ହାତୀ ଚଳପ୍ରଚଳ କରୁଥିଲେ ଜାଣିହେବ ଆଉ ରୋକି ହେବ ଟ୍ରେନ୍।*
*୧୧-ଆଜିଠୁ କମିବ ବର୍ଷା ! ଆଗାମୀ ୪ରୁ ୫ ଦିନ ଯାଏ ବର୍ଷାର ସମ୍ଭାବନା ନାହିଁ।*
*୧୨-କିଟ୍ ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ: ନିଷ୍ଠାର ସହ ମାନବ କଲ୍ୟାଣରେ ଜ୍ଞାନର ଉପଯୋଗ କରିବାକୁ ରାଜ୍ୟପାଳଙ୍କ ବାର୍ତ୍ତା।*
*୧୩-ଆଣ୍ଟି ଡ୍ରଗ୍ସ ବିରୋଧରେ କମିସନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟକୁ ପ୍ରଥମ ବଡ଼ ସଫଳତା, ୩ ଅଭିଯୁକ୍ତ ଗିରଫ।*
*୧୪-ଦରବୃଦ୍ଧିକୁ ଦୃଷ୍ଟିରେ ରଖି ପିଆଜ ରପ୍ତାନୀରେ ରୋକ୍ ଲଗାଇବାକୁ ବ୍ୟବସ୍ଥା କଲେ କେନ୍ଦ୍ର ସରକାର।*
*୧୫-କ୍ରିପ୍ଟୋ ଠକେଇ ମାମଲା: ସୋଲାର ଟେକ୍ନୋ ଆଲାଏନ୍ସ ସଂସ୍ଥାର ମୁଖ୍ୟ ଡେଭିଡ୍ ଗେଜ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି।*
*୧୬-୫୦ କୋଟି ଟପିଲା ଜନଧନ ଖାତା, ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ।*
*୧୭-ନୂଆ ଦିଲ୍ଲୀ:ବ୍ୟାଙ୍କରେ ପଡିଛି ଦାବିଦାର ନଥିବା ୩୫ ହଜାର କୋଟି ଟଙ୍କା , ଭୁଲି ଯାଇଥିବା ଲୋକଙ୍କ ପାଇଁ ଆରବିଆଇ ଲଞ୍ଚ କରିବ ପୋର୍ଟାଲ।*
*୧୮-ଲଦାଖରେ ପୁଣି ବଡ଼ ଅଘଟଣ, ଦୁର୍ଘଟଣାରେ ୯ ଯବାନ ସହିଦ।*
*୧୯-ଜିଏସଟି ସଂଶୋଧନ ବିଲ୍-୨୦୨୩କୁ ସମ୍ମତି ପ୍ରଦାନ କଲେ ରାଷ୍ଟ୍ରପତି।*
*୨୦-ସଂଖ୍ୟାଲଘୁ ମନ୍ତ୍ରଣାଳୟର ଛାତ୍ରବୃତ୍ତି ଯୋଜନାରେ ଦୁର୍ନୀତି: ୫୩% ସଂସ୍ଥା ନକଲି, ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ସ୍ମୃତି ଇରାନୀ।*
. *🙏 ସୁପ୍ରଭାତ 🙏*