June 20, 2026

ରାଜ୍ୟସ୍ତରୀୟ ଶାରଳା କପ୍ ଯଦୁପୁର ଭୁବନେଶ୍ୱରଏବଂ ରାଇଜିଙ୍ଗ ଷ୍ଟାର କ୍ରିକେଟ କ୍ଳବ କୁମାରବସ୍ତ ଖୋର୍ଦ୍ଧା ମଧ୍ୟରେ ଫାଇନାଲ ମ୍ୟାଚ

yugtuyy7
Share

 

ଅସ୍ତରଙ୍ଗ ୩୧/୧/ ଅସ୍ତରଙ୍ଗର ନରେନ୍ଦ୍ର ଷ୍ଟାଡିୟମ ଠାରେ ଚାଲିଥିବା ୩୦ ତମ ରାଜ୍ୟସ୍ତରୀୟ ଶାରଳା କପ୍ କ୍ରିକେଟ୍ ପ୍ରତିଯୋଗିତାରେ ସୋମବାର ଥିଲା ପ୍ରଥମ ସେମିଫାଇନାଲ ।ଏହି ମ୍ୟାଚରେ ବିଜୟୀ ହୋଇ ଯଦୁପୁର ଭୁବନେଶ୍ୱର ପ୍ରଥମ ଦଳ ଭାବରେ ଫାଇନାଲକୁ ଉର୍ଣ୍ଣତୀ ହୋଇଥିଲା। ମଙ୍ଗଳବାର ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ମହାବୀର କ୍ରିକେଟ କ୍ଳବ ପୁରୀ ଏବଂ ରାଇଜିଙ୍ଗ ଷ୍ଟାର କୁମାର ବସ୍ତ ମଧ୍ୟରେ ଖେଳା ଯାଇଥିଲା। ଟସ ଜିତି ମହାବୀର କ୍ଳବ ପୁରୀପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୦ ୱିକେଟ୍ ବିନିମୟରେ ୯୬ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ପଦ୍ମଲୋଚନ ପଣ୍ଡା ୨୯ରନ(୩ଚୌକା ୧ଟି ଛକା) ସଂଗ୍ରହ କରିଥିବା ବେଳେ ରାଇଜିଙ୍ଗ ଷ୍ଟାର ବୋଲର ରବି କିରନ ୪ ଓଭର ବୋଲିଂ କରି ୧୧ରନ ଦେଇ ୫ ଟି ୱିକେଟ ଅକ୍ତିଆର କରିଥିଲେ।ଏହାର ଜବାବରେ ରାଇଜିଙ୍ଗ ଷ୍ଟାର ଦ୍ୱିତୀୟ ରେ ବ୍ୟାଟିଂ କରି ୯୬ ରନର ବିଜୟ ଲକ୍ଷର ପିଛା କରି ୩ ୱିକେଟ୍ ହରାଇ ୯୭ ରନ କରି ବିଜୟ ଲାଭ କରିଥିଲା । ଦଳ ପକ୍ଷରୁ ଅଭିଷେକ ପଟ୍ଟନାୟକ ୩୮ ରନ (୩ ଚୌକା ଏବଂ ୧ ଟି ଛକା) ସଂଗ୍ରହ କରିଥିଲେ । ଉନ୍ନତ ବୋଲିଂ ପ୍ରଦର୍ଶନ ପାଇଁ କୁମାରବସ୍ତ ଦଳର ରବି କିରନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ମ୍ୟାଚ ପରିଚାଳନା କରିଥିଲେ ସନ୍ତୋଷ କାଣ୍ଡି ଓ ଦୁର୍ଗାଚରଣ ମହାରଣା । ମିଡିଆ ସମ୍ପାଦକ ପବିତ୍ର କୁମାର ମହାନ୍ତିଙ୍କ ସୂଚନା ଅନୁଯାୟୀ ୫ ତାରିଖ ରବିବାର ଦିନ ରାଇଜିଙ୍ଗ ଷ୍ଟାର କୁମାରବସ୍ତ ଏବଂ ଯଦୁପୁର ଭୁବନେଶ୍ୱର ମଧ୍ୟରେ ମେଗା ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ଏବଂ ଏହି ଫାଇନାଲ ମ୍ୟାଚ ରେ ଓଲିଉଡର ଗ୍ଲାମର ନାୟିକା ତମନା ,ହାସ୍ୟ ଅଭିନେତା ପପୁ ପମ ପମ, ଶିକ୍ଷାବିତ ଶୁଭ୍ରଜିତ ମହାପାତ୍ର ପ୍ରମୁଖ ମୁଖ୍ୟ ଆକର୍ଷଣ ଥିବା କ୍ଳବ ପକ୍ଷରୁ ସୂଚନା ମିଳିଛି।
ଦୁଃଶାସନ ନାୟକ,ଅସ୍ତରଙ୍ଗ ।

You may have missed