November 22, 2024

ଗଜପତି:- କଂଗ୍ରେସ ଦଳର ବ୍ଲକ୍ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ :: ଓଡ଼ିଶା’ର ପରିବର୍ତ୍ତନ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ । ଓଡ଼ିଶା’ର ଚାଷୀ ମାନଙ୍କ ଆୟ – ସର୍ବ ଭାରତୀୟ ଚାଷୀ ମାନଙ୍କ ଅଧା:— ପ୍ରଦେଶକଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ।

Share

ଗଜପତି:- କଂଗ୍ରେସ ଦଳର ବ୍ଲକ୍ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ :: ଓଡ଼ିଶା’ର ପରିବର୍ତ୍ତନ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ । ଓଡ଼ିଶା’ର ଚାଷୀ ମାନଙ୍କ ଆୟ – ସର୍ବ ଭାରତୀୟ ଚାଷୀ ମାନଙ୍କ ଅଧା:— ପ୍ରଦେଶକଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ।
———————————————-
ଯଦି ଓଡ଼ିଶା’ରେ କିଛି ପରିବର୍ତ୍ତନ ହୁଏ , ତା ହେଲେ ସେ ପରିବର୍ତ୍ତନ କେବଳ କଂଗ୍ରେସ ଦଳ ହିଁ ଆଣିପାରିବ । କଂଗ୍ରେସ ଦଳ ହିଁ ଓଡ଼ିଶା’ରେ କେବଳ ଏକମାତ୍ର ବିକଳ୍ପ । ଓଡ଼ିଶା’ରେ ବର୍ତ୍ତମାନ ଯେଉଁ ପ୍ରକାର ଦୁର୍ନୀତି , ଭ୍ରଷ୍ଟାଚାର ଓ ଅପାରଗତା ପ୍ରଭୃତି ଚାରିଆଡ଼େ ଭରି ହୋଇ ରହିଛି , ତାକୁ ଯଦି ସମାଧାନ କରିବାକୁ ହେବ , ସେ ସମାଧାନ କେବଳ କଂଗ୍ରେସ ଦଳ ହିଁ କରିପାରିବ । କଂଗ୍ରେସ ଦଳ ବର୍ତ୍ତମାନ ଓଡ଼ିଶା’ର ସବୁ ଅଞ୍ଚଳ’କୁ ଅଗ୍ରାଧିକାର ଓ ଗୁରୁତ୍ଵ ଦେଉଛି ଏବଂ ଦକ୍ଷିଣ ଓଡ଼ିଶା ହେଉଛି କଂଗ୍ରେସ ଦଳ’ର ଏକ ଗଡ ଓ ଦୁର୍ଗ ବୋଲି ଆଜି କଂଗ୍ରେସ ଦଳ’ର ରାଜ୍ୟ ପ୍ରଚାର୍ କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପଟ୍ଟନାୟକ ଗଜପତି ଜିଲ୍ଲା’ର ଗୋଷାଣୀ ଠାରେ ବ୍ଲକ୍ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ’ରେ ଯୋଗ ଦେଇ ସାମ୍ବାଦିକ ମାନଙ୍କୁ ଏହା କହିଛନ୍ତି ।
ପୂର୍ବ ପ୍ରସ୍ତୁତି କାର୍ଯ୍ୟକ୍ରମ ପ୍ରକାରେ ଓଡ଼ିଶାର ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ’ଙ୍କ ଆହ୍ବାନ କ୍ରମେ ଗଜପତି ଜିଲ୍ଲାର ସମସ୍ତ ବ୍ଲକ୍ ଘେରାଉ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ଓ ବ୍ଲକ୍ କଂଗ୍ରେସ ଦଳ ପକ୍ଷ’ରୁ ବ୍ଲକ୍ ଅଫିସ୍ ମାନଙ୍କରେ ପିସି: କାରବାର , ଆବାସ ଯୋଜନା’ରେ ଦୁର୍ନୀତି , ଦରଦାମ ବୃଦ୍ଧି , ବେକାରୀ , ନାରୀ ନିର୍ଯାତନା , ଚାଷୀ ମାରଣନିତୀ ଏବଂ ଟାଟା କମ୍ପାନୀରେ ଖାଉଟି ବିରୋଧୀ ବିଜୁଳି ନୀତି ବିରୁଦ୍ଧରେ ବ୍ଲକ୍ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା । ପରେ ୯ ଦଫା ଦାବୀ ସମ୍ମିଳିତ ଏକ ଦାବୀ ପତ୍ର ରାଜ୍ୟପାଳ’ଙ୍କ ଉଦ୍ଦେଶ୍ୟରେ ବ୍ଲକ୍ ବିଡ଼ିଓ ଶ୍ରୀ ଅଜୟ କୁମାର ପ୍ରଧାନ’ଙ୍କୁ ପ୍ରଦାନ କରା ଯାଇଥିଲା ।
ଏହି କ୍ରମରେ କଂଗ୍ରେସ ଦଳ’ର ରାଜ୍ୟ ପ୍ରଚାର୍ କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମ’ରେ ଯୋଗଦେଇ ସାମ୍ବାଦିକ ମାନ’ଙ୍କୁ କହିଛନ୍ତି ଯେ , କଂଗ୍ରେସ ଦଳ ଜନସାଧାରଣ’ଙ୍କ ସ୍ୱରକୁ ସରକାର’ଙ୍କ ଠାରେ ପହଞ୍ଚାଇବାକୁ ଏହି ପ୍ରଚେଷ୍ଟା ଆରମ୍ଭ କରିଛି । ରାଜ୍ୟରେ ଗତ ୨୩/୨୪ ବର୍ଷ ଧରି ବିଜେଡି ସରକାର ଏବଂ କେନ୍ଦ୍ରରେ ଯେଉଁ ବିଜେପି ସରକାର ରହିଛି , ଏହି ବିଜେଡି -ବିଜେପି ଉଭୟ ଏଠାରେ ଏକାଠି ହୋଇ ଜନତା’ଙ୍କ ସ୍ଵର’କୁ ଦବାଇ ଦେବାପାଇଁ ଚେଷ୍ଠା କରୁଛନ୍ତି ।
ବର୍ତ୍ତମାନ ବିଜେଡି ସରକାର ତାର ୨୩/୨୪ ବର୍ଷ ଶାସନ ଭିତରେ ରାଜ୍ୟବାସୀ’ଙ୍କୁ କଣ ଦେଇଛି , ତାହା ପ୍ରଶ୍ନ କରିବାର ସମୟ ଆସିଯାଇଛି । ବିଜେଡି’ର ୨୩/୨୪ ବର୍ଷ ଶାସନ କାଳ ମଧ୍ୟରେ ଓଡ଼ିଶା’ରେ ଦାରିଦ୍ର୍ୟ ବଢ଼ିଛି , ଏମିତି’କି , ପରିସଂଖ୍ୟାନ’ରେ ତାହା କମିଛି କହିଲେ ମଧ୍ୟ ତାହା ଏକ ଭ୍ରମ ହେବ । ଏହା ପଡୋଶୀ ବା କୌଣସି ରାଜ୍ୟ ସହ ତୁଳନା କଲେ ଜଣା ପଡ଼ିବ ଯେ , ତାଙ୍କର କଣ ପ୍ରଗତି ହୋଇଛି ଏବଂ ଆମର କଣ ପ୍ରଗତି ହୋଇଛି ।
ସରକାର ସବୁବେଳେ କହିଛନ୍ତି ଯେ , କୃଷି କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହୋଇଛି । କୃଷି କ୍ଷେତ୍ରରେ ଯେଉଁ ଲୋକମାନେ କାମ କରୁଛନ୍ତି , ସେମାନଙ୍କ ମାସିକ ଆୟ ହେଉଛି ୫ ହଜାର ୧୧୨ ଟଙ୍କା । ଯାହା ଭାରତ ବର୍ଷରେ ସେହି ନମ୍ବର ହେଉଛି , ୧୦ ହଜାର ୨୦୦ ଟଙ୍କା , ଅର୍ଥାତ୍ , ତାର ଅର୍ଥ ହେଉଛି ଯେ , ଓଡ଼ିଶା’ରେ ଚାଷୀ ମାନଙ୍କ ଆୟ ହେଉଛି , ସର୍ବ ଭାରତୀୟ ଚାଷୀ ମାନଙ୍କ ଆୟ’ର ଅଧା । ଏହାହିଁ ହେଉଛି ଆମର ପ୍ରଗତି ।
ଏଠାରେ ନା ଜଳସେଚନ’ର ସୁବିଧା ଅଛି , ନା ଚାଷୀ ମାନଙ୍କ ଉତ୍ପାଦିତ ଦ୍ରବ୍ୟ’ର ପ୍ରକ୍ୟୁର୍ମେଣ୍ଟ କରିବାର କିଛି ବ୍ୟବସ୍ଥା ଅଛି , ନା ତାକୁ ସଂରକ୍ଷିତ ରଖିବାର କୌଣସି ଶୀତଳ ଭଣ୍ଡାର’ର ବ୍ୟବସ୍ଥା ଅଛି , ନା ତାକୁ ପ୍ରକ୍ରିୟାକରଣ କରିବାର କୌଣସି ଶିଳ୍ପ’ର ବ୍ୟବସ୍ଥା ଅଛି । ଏମିତି କୌଣସି ପ୍ରକାର’ର ବ୍ୟବସ୍ଥା ସରକାର ଚାଷୀ’ଙ୍କ ପାଇଁ କିଛି କରି ନାହାନ୍ତି ।
ଏଭଳି କରି ସରକାର ଭାବୁଛନ୍ତି ଯେ , ଏହିଭଳି ଭାବେ ଲୋକ’ଙ୍କୁ ନିର୍ବାଚନ ସମୟରେ କଣ ନା କଣ ଭେଳିକି ଦେଖାଇ କିଛି ନା କିଛି ମିଥ୍ୟା ଯୋଜନା କରି ସରକାରୀ ଅର୍ଥ’କୁ ବାଟମାରଣା କରି ଲୋକ’ଙ୍କ ଭୋଟ’କୁ ସେମାନେ ଠକି ନେଇ ଆଉଥରେ ୫ ବର୍ଷ ପାଇଁ ହାତେଇ ନେବାକୁ ପ୍ରଚେଷ୍ଟା ଚଳାଇଛନ୍ତି ।
ବିଜେଡି-ବିଜେପି ଏକାଠି ରହିବାଟା ଏକ ଗୁଜବ ନୁହେଁ , ଏହା ହେଉଛି ଏକ ବିରାଟ ସତ୍ୟ ଘଟଣା । ସେମାନେ ଏକାଠି ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ କାମ କରି ଆସୁଛନ୍ତି , ଏହା କାହାକୁ ଅଛପା ନୁହେଁ , ବାହାରକୁ କେବଳ ମାତ୍ର ସେମାନେ ଦେଖାଇ ହେଉଛନ୍ତି ଯେ , ସେମାନେ ପରସ୍ପର ମଧ୍ୟରେ ପ୍ରତିଦ୍ବନ୍ଦୀ ବୋଲି । ପ୍ରକୃତ ପକ୍ଷେ ଦେଖିବାକୁ ଗଲେ , ସେମାନେ ଏକାଠି ଅଛନ୍ତି , କେବଳ ଲୋକଙ୍କୁ ଭୁଆ ବୁଲାଇବା ପାଇଁ କହିଛନ୍ତି ଯେ , ଆମେ ହେଉଛି ପ୍ରତିଦ୍ବନ୍ଦୀ ବୋଲି କଂଗ୍ରେସ ଦଳ’ର ରାଜ୍ୟ ପ୍ରଚାର୍ କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପଟନାୟକ ସାମ୍ବାଦିକ ମାନଙ୍କୁ ସେ ଅଧିକ ସୂଚନା ଦେଇ ଏହା କହିଛନ୍ତି ।
ଏହି କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟି’ର ବରିଷ୍ଠ ନେତା ଶ୍ରୀ ଅଭିମନ୍ୟୁ ପଣ୍ଡା , ଶ୍ରୀ ବସନ୍ତ କୁମାର ପଣ୍ଡା , ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର , ଶ୍ରୀ ସଞ୍ଜୟ ଅଧିକାରୀ , ଶ୍ରୀ ତ୍ରିନାଥ ପାତ୍ର , ଏବଂ ସନ୍ତୋଷ ରଥ ଙ୍କ ସମେତ ଶତାଧିକ ସଂଖ୍ୟାରେ ଜିଲ୍ଲା ଓ ବ୍ଲକ୍ କଂଗ୍ରେସ କମିଟି’ର ସଦସ୍ୟ ମାନେ ଯୋଗ ଦେଇଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-