April 27, 2026

ଅବସରପ୍ରାପ୍ତ ଶିକ୍ଷକ ଲଳିତ ମୋହନଙ୍କ ପରଲୋକ ବୁଗୁଡ଼ା:

IMG-20230818-WA0024
Share

ଅବସରପ୍ରାପ୍ତ ଶିକ୍ଷକ ଲଳିତ ମୋହନଙ୍କ ପରଲୋକ ବୁଗୁଡ଼ା: ତା ୧୮/୦୮/୨୩ : ବୁଗୁଡ଼ା ବ୍ଲକ କଲୋନୀର ଅବସରପ୍ରାପ୍ତ ଶିକ୍ଷକ ଲଳିତ ମୋହନ ରଥ(୯୩ )ଆଜି ମଧ୍ୟାହ୍ନରେ ନିଜ ବାସଭବନରେ ବୋହୁ ସହ କଥାବାର୍ତ୍ତା ହେଉଥିବା ସମୟରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ବୁଗୁଡ଼ା ମେଡିକାଲକୁ ନିଆଯାଇଥିଲା ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଗତକାଲିଠାରୁ ଅସୁସ୍ଥତା ଅନୁଭବ କରି ସେ ତାଙ୍କ ଝିଅ, ଜ୍ୱାଇଁ ଓ ନାତି ନାତୁଣୀଙ୍କୁ ଘରକୁ ଡାକି ଦେଇଥିଲେ l ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କର ଶେଷ ଦର୍ଶନ ପାଇଁ ସାହି ବାସିନ୍ଦା ,ବନ୍ଧୁ ବାନ୍ଧବ ଭିଡ଼ ଜମାଇଥିଲେ l ପୁରୀଠାରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା l ସ୍ବର୍ଗତ ରଥ ସ୍ଥାନୀୟ ବ୍ଲକ ସ୍କୁଲରେ ଶିକ୍ଷକତା କରୁଥିବା ବେଳେ ଅବସର ଗ୍ରହଣ କରିଥିଲେ l ତାଙ୍କୁ ଅବସରପ୍ରାପ୍ତ ଶିକ୍ଷକ ସଙ୍ଘ ପକ୍ଷରୁ ଶିକ୍ଷକ ସୌରଭ ସମ୍ମାନରେ ସମ୍ମାନିତ କରାଯାଇଥିଲା l ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l