November 14, 2024
Share

*ଖବର ଆଜିର*
ତାରିଖ ୩୧/୦୧/୨୦୨୩ ମଙ୍ଗଳବାର ।

୧-ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ଚାକିରିରୁ ବହିଷ୍କୃତ। ଝାରସୁଗୁଡା ଏସପି ସୋମବାର ଗୋପାଳଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।

୨-ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ଶହୀଦ ଦିବସ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ ।

୩-ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ରାଜ୍ୟ ସରକାରଙ୍କ ଚିଠି: ସ୍ୱଚ୍ଛତା ପାଇଁ ହାଇକୋର୍ଟର କାର୍ଯ୍ୟରତ, ଅବସରପ୍ରାପ୍ତ କିମ୍ବା ଜିଲ୍ଲା ଜଜଙ୍କ ତତ୍ୱାବଧାନରେ ତଦନ୍ତ ପାଇଁ ଅନୁରୋଧ ।

୪-Xiaomiରୁ ମନୁ ଜୈନଙ୍କ ଇସ୍ତଫା, ୯ ବର୍ଷ ଧରି କମ୍ପାନୀରେ କରିଥିଲେ କାମ ।

୫-ତାଲିବାନ ସରକାରରେ ଫାଟ ! ମହିଳାଙ୍କ ଶିକ୍ଷାରେ ପ୍ରତିବନ୍ଧକ ଲାଗିବା ପରେ ବଢ଼ୁଛି ବିବାଦ ।

୬-ଏଡିଜି ଅରୁଣ ବୋଥ୍ରା କହିଛନ୍ତି ଯେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ଘଟଣା ଘଟାଇଥିବା ମାନିଛି । ଅଭିଯୁକ୍ତକୁ ଗିରଫ କରାଯାଇଛି, ରିମାଣ୍ଡ ପାଇଁ ଆବେଦନ କରିବୁ। ରିମାଣ୍ଡରେ ନେଇ ଜେରା କଲେ ପୁରା ଘଟଣା ଜଣାପଡ଼ିବ ବୋଲି ଶ୍ରୀ ବୋଥ୍ରା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।

୭-ନବ ଦାସଙ୍କୁ ଗୁଳିମାଡ଼ ଘଟଣା: ଗୋପାଳଙ୍କ ପିସ୍ତଲର ହେବ ବାଲିଷ୍ଟିକ ପରୀକ୍ଷା, ତଦନ୍ତ ପାଇଁ ୨ଟି ଟିମ ଗଠନ।

୮-ବିବିସି ଡକ୍ୟୁମେଣ୍ଟାରୀ ଉପରେ ବ୍ୟାନ ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାଖଲ ଯାଚିକାକୁ ସମୟର ବରବାଦ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି । କିରନ ରିଜିଜୁ ଟ୍ୱିଟ୍ କରି କହିଛନ୍ତି ଯେ ଏହିପରି ଯାଚିକା ଜରିଆରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସମୟ ବରବାଦ କରାଯାଉଛି ।

୯-ସଂସଦର ବଜେଟ ଅଧିବେଶନ ପାଇଁ ପ୍ରସ୍ତୁତି ଶେଷ। ପ୍ରସ୍ତୁତିର ସମୀକ୍ଷା କଲେ ବାଚସ୍ପତି ଓମ ବିର୍ଲା ।

୧୦-ଅନେକ ଆଶା, ଉଦ୍ଦେଶ୍ୟକୁ ନେଇ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଶେଷ ହୋଇଛି । ସୋମବାର ୩୦ ଜାନୁଆରୀରେ ଶେଷ ହୋଇଛି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା ।

୧୧-ହିଣ୍ଡନବର୍ଗ ରିପୋର୍ଟ ବନାମ ଆଦାନୀ ଗ୍ରୁପ୍। ବିବାଦ ଭିତରେ ପୁଣି ବଢିଲା ଆଦାନୀଙ୍କ ସେୟାର ମୂଲ୍ୟ।।

୧୨-ଏବେବି ଅନ୍ତର୍ଜାତୀୟ ସ୍ତରରେ ଚିନ୍ତାର କାରଣ ରହିଛି କୋଭିଡ୍-୧୯: WHO।

୧୩-ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ ।

୧୪-ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ହକି ଦଳର କୋଚ୍ ପଦରୁ ଇସ୍ତଫା ଦେଲେ ଗ୍ରାହମ ରିଡ୍ ।

୧୫-କାଜୁ ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ବିଶେଷ କରି ମହିଳାମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଥାଏ: ମୁଖ୍ୟମନ୍ତ୍ରୀ ।

୧୬-ପାକିସ୍ତାନ ମସ୍‌ଜିଦରେ ବିସ୍ଫୋରଣ: ୪୬ ମୃତ, ୧୫୦ରୁ ଅଧିକ ଆହତ

୧୭-ପେଶାଓ୍ବାର ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ତେହେରିକ ଏ-ତାଲିବାନ-ପାକିସ୍ତାନ, ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି ।

୧୮-ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା ଘଟଣାର ତନାଘନା ଆରମ୍ଭ କଲା କ୍ରାଇମବ୍ରାଞ୍ଚ।

୧୯-ସର୍ବଦଳୀୟ ବୈଠକରେ କେନ୍ଦ୍ରର ଉକ୍ତି: ଗୃହରେ ସବୁ ପ୍ରସଙ୍ଗ ଆଲୋଚନା କରାଯାଇ ପାରିବନି ।

୨୦-ପହିଲାରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା: ପୁଣି ପ୍ରଶ୍ନପତ୍ର ଢାଞ୍ଚା ପଠାଇଲା ପରିଷଦ ।

୨୧-ଚଳିତ ବର୍ଷ ଏପ୍ରିଲ୍‌ ୧ରୁ ରାସ୍ତାରୁ ୯ ଲକ୍ଷ ପୁରୁଣା ସରକାରୀ ଗାଡ଼ି ହଟିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି।

ସୁପ୍ରଭାତ ,ଶୁଭ ସକାଳ ।