April 29, 2026

ଜାତୀୟ ସଂଗୀତ ରେ କମ୍ପିଲା ପୋତାଗଡ଼ରେ

IMG-20230818-WA0000
Share

ଜାତୀୟ ସଂଗୀତ ରେ କମ୍ପିଲା ପୋତାଗଡ଼ରେ

===================

ଗଞ୍ଜାମ = ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହର ର ଐତିହାସିକ ପୋତାଗଡ଼ 77ତମ ସ୍ୱାଧୀନତା ଦିବସ ରେ ଜାତୀୟ ସଂଗୀତ ରେ ମହାସମାରୋହରେ ପାଳିତ ହୋଇଛି l ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ସ୍ୱଇଛ ନିଆରା ପ୍ରୟାସ ଗଞ୍ଜାମ ଜନସାଧାରଣ ଏକ ମନ ଏକ ପ୍ରାଣ ରେ ବାନ୍ଧିବା ପୋତାଗଡ ଦୁର୍ଗ କୁ ଓଡିଶା ବାସୀଙ୍କ ଲୋଚନ ଆଣିବାର ସଂକଳ୍ପ ଏଠି ବାରି ହେଉଛି l ମହାଶୟ ନିଜର କର କମଳ ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ, ଉପାଧ୍ୟାକ୍ଷ ସୁରେନ୍ଦ୍ର ବାରିକି, ଏନଏସି କାର୍ଯ୍ୟନିର୍ବାହୀ ଅବିନାଶ ମିଶ୍ର,ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ,ଗଞ୍ଜାମ ପ୍ରେସକ୍ଳବ ସଭାପତି ଶବର କୁମାର ତରାଇ, ଉପଦେଷ୍ଟା ଉମାକାନ୍ତ ବେହେରା ଏବଂ ସମସ୍ତ କାଉନ୍ସିଲର, ଙ୍କ ସହ କୁନି କୁନି ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ସନ୍ଧ୍ୟାରେ ସେଠାରେ ଛତ୍ରପୁର ସାଇ ଡ୍ୟାନ୍ସ ଗ୍ରୁପ ଦ୍ୱାରା ଦେଶପ୍ରେମ ଓ ଦେଶାତ୍ମକ ବୋଧ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

You may have missed