November 22, 2024

ହାଟଡିହି କଂଗ୍ରେସ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ ।

Share
  1. ହାଟଡିହି କଂଗ୍ରେସ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ ।

ହାଟଡିହି,୧୧/୦୮: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଓରାଳି ପଞ୍ଚାୟତ ୯ନଂ ୱାର୍ଡ଼ରେ ଗତକାଲି ରାତ୍ର ପ୍ରାୟ ସାଢ଼େ ୮ଘଟିକା ସମୟରେ ଏକ ଭୟାନକ ଅଗ୍ନିକାଣ୍ଡ ଘଟି ଗ୍ରାମର ପ୍ରମିଳା ମାଝୀଙ୍କ ଘର ପୋଡ଼ି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ୭ଟା ଛେଳି ଓ ୧ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଥିଲା ବେଳେ ୨ଟି ଆଘାତ ହୋଇଥିବା ଜଣାଯାଇଛି । ଏଥିସହ ଝିଅ ବାହାଘର ନିମନ୍ତେ ଥୁବା ସମସ୍ତ ବାହାଘରିଆ ଜିନିଷପତ୍ର ସହିତ ଘରର ସମସ୍ତ ଘରୋଇ ସରଞ୍ଜାମ ପୋଡ଼ି ନଷ୍ଟ ହୋଇଯାଇଛି । ଏଭଳି ଦୁଃଖଦ ଖବର ପାଇ ପୂର୍ବତନ ବିଧାୟକ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନିର୍ଦ୍ଦେଶକ୍ରମେ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ମନୋଜ ଜେନାଙ୍କ ନେତୃତ୍ୱରେ ଆନନ୍ଦପୁର ଯୁବ କଂଗ୍ରେସ ସଭାପତି ମାନସ କୁମାର ଜେନାଙ୍କ ସହ ଦଳର ଯୁବକର୍ମୀ ମାନଙ୍କ ମଧ୍ୟରୁ ସଦାନନ୍ଦ ଲେଙ୍କା, ଦେବାଶିଷ ଜେନା, ଦୀପକ ସାମଲ, ମହେନ୍ଦ୍ର ଲେଙ୍କା, ମୁକ୍ତିକାନ୍ଥ ନାୟକ, ଶ୍ରୀଧର ସେଠୀ, ସୁରେନ୍ଦ୍ର ଜେନା, ଓମପ୍ରକାଶ ପାତ୍ର, ଲଲାଟେନ୍ଦୁ ନାୟକ, ସୌମ୍ୟରଞ୍ଜନ ପହି, ଚଣ୍ଡିପ୍ରସନ୍ନ ପାଣିଗ୍ରାହୀ ପ୍ରମୁଖ ଆଜି ସେଠାରେ ପହଞ୍ଚି ଅସହାୟ ଅଗ୍ନିବିପନ୍ନ ପରିବାରକୁ ଶୁଖୁଲା ଖାଦ୍ୟ ସହ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ସେମାନଙ୍କୁ ଯଥାଶୀଘ୍ର କିପରି ସରକାରୀ ସହାୟତା ମିଳିପାରିବ ସେନେଇ ଆଲୋଚନା କରିଥିଲେ ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ)