March 10, 2026

ଖଣ୍ଡଦେଉଳି ମହାବିଦ୍ୟାଳୟରେ ନଲେଜ ସେଣ୍ଟର ଆରମ୍ଭ

IMG-20230810-WA0009
Share

*ଖଣ୍ଡଦେଉଳି ମହାବିଦ୍ୟାଳୟରେ ନଲେଜ ସେଣ୍ଟର ଆରମ୍ଭ*
**************************

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମ ସ୍ଥିତ ସହିଦ ଭଗତ ସିଂହ ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ନିମନ୍ତେ କଲେଜ ମଧ୍ୟରେ “ନଲେଜ ସେଣ୍ଟର” ଉଦଘାଟିତ ହୋଇ ଯାଇଛି। ଅଧ୍ୟକ୍ଷା ଶ୍ରୀମତୀ ମିନତୀ ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ତଥା ପରିବେଶବିତ ଡକ୍ଟର ଶଙ୍କର ନାରାୟଣ ବେଜ ମୂଖ୍ଯ ଅତିଥି ଭାବେ ଯୋଗଦେଇ ନଲେଜ ସେଣ୍ଟରକୁ ଉଦଘାଟନ କରିଥିଲେ। ଓକେସିଏଲର ଗଞ୍ଜାମ ଜିଲ୍ଲାର ମୁଖ୍ଯ ଏସ ରେଖା ମହାନ୍ତି, ମହାବିଦ୍ୟାଳୟର ଯୁକ୍ତ ଦୁଇ ରସାୟନ ବିଜ୍ଞାନ ଅଧ୍ୟାପକ ମୋଚିରାମ ନାହାକ ଓ ନଲେଜ ସେଣ୍ଟର ପରିଚାଳକ କେ ପ୍ରଭାତ ରେଡ୍ଡୀ ସମ୍ମାନୀତ ଅତିଥି ଭାଦେ ଯୋଗ ଦେଇ ନଲେଜ ସେଣ୍ଟର ମାଧ୍ଯମରେ ଛାତ୍ରଛାତ୍ରୀମାନଙ୍କୁ ମିଳିବା ସୁବିଧାସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପକ ଆଖଣ୍ଡଳମଣୀ ବେହେରା, ଦେବୀପ୍ରସାଦ ପଟ୍ଟନାୟକ, ଏନ ପଦ୍ମାବତୀ, ସନ୍ତୋଷ ରେଡ୍ଡୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।*