ସକାଳର ଖବର, ୧୦-ଅଗଷ୍ଟ-୨୦୨୩, ଗୁରୁବାର*
*╭──────────────────╮*
*🌄ସକାଳର ଖବର, ୧୦-ଅଗଷ୍ଟ-୨୦୨୩, ଗୁରୁବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ସାଢ଼େ ୪ ଲକ୍ଷ ପରିବାରଙ୍କୁ ମିଳିବ ଜମି ଅଧିକାର l ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠିଗତ ଅଧିକାରକୁ ସୁନିଶ୍ଟିତ କରିବା ଏହି ଯୋଜନାର ଲକ୍ଷ୍ୟ ।
➡️୨-ରାଜ୍ୟର ସମସ୍ତ ସରକାରୀ ଡିଗ୍ରୀ କଲେଜ ଓ ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥାନକୁ ଆସନ୍ତା ୧୪ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମାଟରେ ଭିତ୍ତିଭୂମିର ସ୍ଥିତି ସମ୍ପର୍କରେ ସୂଚନା ଦେବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦେଲେ ନିର୍ଦ୍ଦେଶ l
➡️୩-ଆସନ୍ତା ଅକ୍ଟୋବାର ପହିଲାରୁ ପେନ୍ସନ୍ ଓ ଭବିଷ୍ୟନିଧି ଆବେଦନ ଅନ୍ଲାଇନ୍ ମାଧ୍ୟମରେ ହେବ ବାଧ୍ୟତାମୂଳକ l ଆବେଦନକାରୀମାନେ କେବଳ ଅନଲାଇନ ଜରିଆରେ ଆବେଦନ କରିବେ।
➡️୪-ବଦଳିବ କେରଳ ରାଜ୍ୟର ନାମ, ରାଜ୍ୟ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ବିଧାନସଭାରେ ରାଜ୍ୟର ନାମ ପରିବର୍ତ୍ତନ କରିବାକୁ ଦେଲେ ପ୍ରସ୍ତାବ l କେରଳର ସରକାରୀ ନାମକୁ ‘କେରଳମ୍’ ନାମରେ ହେବ ରିବର୍ତ୍ତନ l
➡️୫-ବିଧାନସଭାରେ ହେଲା ମୋବାଇଲ ମନା, ଏଣିକି କାଗଜପତ୍ର ଫିଙ୍ଗିପାରିବେନି କି ହୋହଲ୍ଲା ବି ଆଉ କରିପାରିବେନି l
➡️୬-ଚନ୍ଦ୍ରଯାନ-୩କୁ ନେଇ ଆସିଲା ବଡ଼ ସୂଚନା । ଚନ୍ଦ୍ରର ୧୭୪ କିଲୋମିଟର ଦୂରରେ ବୁଲୁଛି ଯାନ l ଆସନ୍ତା ଅଗଷ୍ଟ ୧୪ରେ ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ ।
➡️୭-ବିଏମସି ଅଂଚଳରେ ଥିବା ବ୍ୟକ୍ତିଗତ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଅବା ସଂସ୍ଥା ପରିସରରେ ଡେଙ୍ଗୁ ମଶା ଜନ୍ମ ନେଉଥିବାର ସ୍ଥାନ କିମ୍ବା ଲାର୍ଭା ମିଳିଲେ ହେବ ଜୋରିମାନା ଆଦାୟ l ପ୍ରମାଣ ମିିଳିଲେ ୧ହଜାରରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ ହେବ ବୋଲି ବିଏମସି ଦେଲା ଚେତାବନୀ l
➡️୮-ଓଡ଼ିଶାରେ ଆରମ୍ଭ ହେଲା ମେରୀ ମାଟି ମେରା ଦେଶ ଅଭିଯାନ l ଏହା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।
➡️୯-ଆସନ୍ତା ୨୧ ତାରିଖରେ ପୁଣି ଥରେ ଝାରସୁଗୁଡ଼ା ADJ କୋର୍ଟରେ ହାଜର ହେବ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ।
➡️୧୦-ଆସନ୍ତାକାଲି ମୁକ୍ତିଲାଭ କରିବ ଫିଲ୍ମ ‘ଓମଏମଜି ଟୁ’ l ସିନେମା ଟ୍ରେଲରରେ ଶିବବେଶରେ ଦୋକାନୀଙ୍କୁ କଚୋଡ଼ି ମାଗିବା ପଡ଼ିଲା ମହଙ୍ଗା, ଅକ୍ଷୟ କୁମାରଙ୍କୁ ଲାଗିଲା ନୋଟିସ୍ l
➡️୧୧-ଅନାସ୍ଥା ବିତର୍କରେ ରାହୁଲ୍ଙ୍କ ରଣହୁଙ୍କାର । ମଣିପୁର ପ୍ରସଙ୍ଗରେ ବାକ୍ୟ ବାଣରେ ପ୍ରହାର । ୪ ମାସ ପରେ ସଂସଦକୁ ଆସୁ ଆସୁ ବିବାଦରେ ଛନ୍ଦି ହେଲେ ରାହୁଲ l
➡️୧୨-ଭାରତୀୟ ପ୍ରେମିକ ପାଇଁ ପାକିସ୍ତାନରୁ ଭାରତ ଚାଲି ଆସିଥିବା ସୀମା ହାଇଦରଙ୍କୁ ନେଇ ୩ମାସ ପରେ ପ୍ରଥମ ସିନେମା ହେବ ରିଲିଜ l ଏ ନେଇ ସୂଚନା ଦେଲେ ଜାନି ଫାୟାରଫୋକ୍ସର ପ୍ରଡକସନ ହାଉସର ପରିଚାଳକ ନିର୍ଦ୍ଦେଶକ ଅମିତ ଜାନି l
➡️୧୩-ସରକାରୀ କର୍ମଚାରୀମାନଙ୍କ ଅବସର ବୟସ ୬୦ରୁ ୬୨ବର୍ଷକୁ ବୃଦ୍ଧି ନିମନ୍ତେ ଚାଲିଥିବା ଚର୍ଚ୍ଚା ଉପରେ ପଡିଲା ପୂର୍ଣ୍ଣଚ୍ଛେଦ l ଅବସର ବୟସ ବୃଦ୍ଧିର କୌଣସି ପ୍ରସ୍ତାବ ଏବେ ସରକାରଙ୍କ ବିଚାରାଧୀନ ନାହିଁ ବୋଲି କେନ୍ଦ୍ର ସରକାର କଲେ ସ୍ପଷ୍ଟ l
➡️୧୪-ଭାରତୀୟ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ମାଇକ୍ରୋମ୍ୟାକ୍ସ ର ବଡ଼ ପଦକ୍ଷେପ, ଇଲେକ୍ଟ୍ରିକ୍ ଯାନ (ଇଭି) ବଜାରରେ ଏଣ୍ଟ୍ରି କରିବାକୁ କରୁଛି ଯୋଜନା l
➡️୧୫-ଜଲିଲ ଅବାଜ ଜିଲାନି ପାକିସ୍ତାନର ହେବେ ପ୍ରଧାନମନ୍ତ୍ରୀ, ଶାହବାଜ ସରିଫ ଦେଇପାରନ୍ତି ପଦରୁ ଇସ୍ତଫା l
➡️୧୬-ଜେଲରେ ସଜା କାଟୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଭିଯୋଗ । କହିଲେ, ଜେଲରେ ଦିଆଯାଉଛି ନିମ୍ନମାନର ସେବା l
➡️୧୭-ୟୁରୋପରେ ବ୍ୟାପୁଛି ଇଜି.୫ କରୋନା ଭୁତାଣୁର ପ୍ରକରଣ l ଏହା ଏକ ନୂଆ ପ୍ରକରଣ ଭୁତାଣୁ । ଟିକା ଏହା ଉପରେ କେତେ ପ୍ରଭାବୀ ତାହାର ଅନୁଧ୍ୟାନ କରାଯାଉଛି ।
➡️୧୮-ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ୪-୦ରେ ହରାଇ ବିଦା କଲା ଭାରତ l
➡️୧୯-ବିଶ୍ୱକପ୍ ୨୦୨୩ ଲାଗି ଅଗଷ୍ଟ ୨୫ରୁ ଅନ୍ଲାଇନ୍ରେ ମିଳିବ ଟିକେଟ l ସେହିପରି ପ୍ରଶଂସକମାନେ ସେପ୍ଟେମ୍ବର ୧୫ରୁ ଅନ୍ଲାଇନ୍ରେ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ପାଇଁ ଟିକେଟ କିଣିବାକୁ ସକ୍ଷମ ହେବେ।
➡️୨୦-ବିଶ୍ବକପ୍ ୨୦୨୩ କ୍ରିକେଟ୍ ରେ ବଦଳିଲା ଭାରତ-ପାକିସ୍ତାନ ସମେତ ୯ଟି ମ୍ୟାଚର ତାରିଖ l ନୂଆ କାର୍ଯ୍ୟସୂଚୀରେ ଭାରତ ଓ ପାକିସ୍ତାନ ଅକ୍ଟୋବର ୧୫ ପରିବର୍ତ୍ତେ ଅକ୍ଟୋବର ୧୪ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ।
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ଡେଙ୍ଗୁ ନିରାକରଣ ଦିବସ ll*
*🔅ଆଜି ବିଶ୍ୱ ଜୈବିକ ଇନ୍ଧନ ଦିବସ ll*
*🔅ଆଜି ବିଶ୍ୱ ସିଂହ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ବାୟୋଡିଜେଲ ଦିବସ ll*
*🔅ଆଜି ଜାତୀୟ ପ୍ରଥମ ପ୍ରଶଂସା ଦିବସ ll*
*🔅ଆଜି ଜାତୀୟ ଶାସ୍ତ୍ରୀୟ ଦିବସ ll*
*🔅ଆଜି ଜାତୀୟ ଅଳସୁଆ ଦିବସ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*