September 21, 2024

ନବବଧୂ ମୃତ୍ୟୁ ଘଟଣା, ଜେଲ ଗଲେ ସ୍ୱାମୀ ,ଶଶୁର ଓ ଶାଶୁ

Share

ନବବଧୂ ମୃତ୍ୟୁ ଘଟଣା, ଜେଲ ଗଲେ ସ୍ୱାମୀ ,ଶଶୁର ଓ ଶାଶୁ

 

ଗଞ୍ଜାମ (ଆ.ପ୍ର)ବିବାହର ତିନି ମାସ ନ ପୂରୁଣୁ ଶାଶୁ ଘର ଲୋକେ ଦେଇଥିଲେ ଯୌତୁକ ନିର୍ଯ୍ୟାତନା l ନିର୍ଯ୍ୟାତନା ସହ୍ୟ କରି ନପାରି ଶେଷରେ ବିଷ ପିଇ ଜୀବନ ହାରିଥିଲେ ନବବଧୂ l ଏନେଇ ଝିଅ ବାପ ଘର ପକ୍ଷରୁ ହୁମା ଫାଣ୍ଡିରେ ଏତଲା ଦେଇଥିଲେ l ଉକ୍ତ ଘଟଣାରେ ସ୍ୱାମୀ ପିଣ୍ଟୁ ପ୍ରଧାନ, ଶଶୁର ପବନା ପ୍ରଧାନ ଓ ଶାଶୁ କନ୍ଧୁଣୀ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ହୁମା ଫାଣ୍ଡି ପୋଲିସ l ପ୍ରକାଶ ଯୋଗ୍ୟ ସାତୁଳୀ ଗ୍ରାମର ବନମାଳୀ ବାରିକି ଙ୍କ ଝିଅ ଜ୍ୟୋତି ଗତ ଏପ୍ରିଲ ମାସରେ ପୋଡାଗଡ଼ ଗ୍ରାମର ପବନାଙ୍କ ପୁଅ ପିଣ୍ଟୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ l ବିବାହ ପରେ ଶାଶୁ ଓ ଶଶୁର ଅଧିକ ଆଣିବା ପାଇଁ ଯୌତୁକ ତଥା ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ l ଏଥିପାଇଁ ଝିଅ ଦଶ କର୍ତ୍ତl ରେ ବାପ ଘରକୁ ଯାଇ ଆଉ ଶାଶୁ ଘର ଯିବି ନାହିଁ ବୋଲି ଜିଦ ଧରିବା ସହ ଘଟଣା ସମ୍ପର୍କରେ ବାପା ଭାଇଙ୍କୁ ଜଣାଇ ଥିଲେ l ପରବର୍ତୀ ସମୟରେ ବାପା ମା ବୁଝା ସୁଝା କରିବା ପରେ ଅଗଷ୍ଟ 1 ରେ ଶାଶୁ ଘରକୁ ବୋହୁ ଜ୍ୟୋତି ଆସିଥିଲେ l ପୁଣି ନିର୍ଯାତନା ଦେବାରୁ ଜ୍ୟୋତି ସହ୍ୟ କରିନପlରି ଶେଷରେ ଘରେ ଥିବା ପୋକ ମରା ଔଷଧ ଖାଇ ଆତ୍ମହତ୍ୟା କରିଥିଲେ l ଉକ୍ତ ଘଟଣା ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି l