April 24, 2026

ବିଜେପି ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ଯୁବ ସଭାପତି ଓ ବିଜେପି ରାଜ୍ୟ ଉପସଭାପତିଙ୍କ ଯୋଗଦାନ

IMG-20230129-WA0006
Share

 

 

ପାରଳାଖେମୁଣ୍ଡି:୨୮/୧(ଗରୁଡ଼ ଧ୍ଵଜ ଚୌଧୁରୀ)ପାରଳାଖେମୁଣ୍ଡି ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବିଜେପି ଦଳର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି ।ବିଜେପି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ ଶ୍ରୀ କେ: ନାରାୟଣ ରାଓଙ୍କ ସଭାପତିତ୍ବରେ ବୈଠକ କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ ଯୁବ ସଭାପତି ଶ୍ରୀ ଇରାଶିସ ଆଚାର୍ଯ୍ୟ ଏବଂ ବିଜେପିର ରାଜ୍ୟ ଉପସଭାପତି ତଥା ପୂର୍ବତନ ଏମପି ଶ୍ରୀ ବଳଭଦ୍ର ମାଝୀ ଅତିଥି ଭାବେ ଯୋଗ ଦେଇ ବିଜେପି ପାର୍ଟି ଆଗାମୀ ଦିନରେ କେଉଁ ପ୍ରକାରର ରଣନୀତି କରିବ , କଣ କଲେ ଆଗାମୀ ବିଧାନସଭା , ବୁଥ ଓ ମଣ୍ଡଳ ସ୍ତରରେ କମିଟି ସୁଦୃଢ଼ ହେବ ଏବଂ କିଭଳି ଭାବେ ଆମେ ଆଗକୁ ଯାଇ ତୃଣମୂଳ ସ୍ତରରୁ ଆରମ୍ଭ କରି ବିଧାୟକ ନିର୍ବାଚିତ କରିବା ସହ ପାର୍ଲିଆମେଣ୍ଟ ଲଢ଼ିବା ଓ ଆଗାମୀ ଦିନରେ ସରକାର ଗଢ଼ିବା , ସେଥିପାଇଁ ତୃଣମୂଳ ସ୍ତରରୁ ଯଶଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡ଼ିକ ଉପରେ ଲୋକଙ୍କୁ ଜଣାଇ ସଚେତନ କରିବା ସହ ସଂଗଠନକୁ ସୁଦୃଢ଼ କରିବା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ ।ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଯୁବ ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ ଜିଲ୍ଲା\’ରେ ଯେଉଁଭଳି ଭାବେ ସ୍ବାସ୍ଥ୍ୟ-ସେବା , ଧାନମଣ୍ଡି ବ୍ୟବସ୍ଥା , ଏମଏସପି: ମୂଲ୍ୟ କଥା , ଯୁବକ ମାନଙ୍କ ବେ-ରୋଜଗାର , ପିଏମ ଆବାସ ଯୋଜନା ଦୁର୍ନୀତି ଏବଂ ରାସ୍ତାଘାଟ ପ୍ରଭୃତି ଅବ୍ୟବସ୍ଥା ହୋଇ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି , ସେ ସବୁ ଦୂର କରିବା ପାଇଁ ଚେଷ୍ଟା କରାଯିବା ଦରକାର ।ସେଥିପାଇଁ ଆମେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଠାରେ ଦାବି ରଖୁଛୁ ଯେ , ତୁରନ୍ତ ଏ ସବୁ ସମସ୍ୟା\’ର ସମାଧାନ କରନ୍ତୁ , ଏହା ନ ହେଲେ ଆଗାମୀ ଦିନରେ ଏହାର ପ୍ରତିବାଦରେ ବିଜେପି: ଆନ୍ଦୋଳନ କରି ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ବୋଲି କହିଥିଲେ ।ଏଥିସହ ଗଜପତି ଜିଲ୍ଲାରେ ବିଜେପି ସଂଗଠନ ଅଧିକ ଦୃଢ଼ ହେବା ଏବଂ ଜିଲ୍ଲାର ୨ ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ଆକ୍ତିଆରରେ କିଭଳି ରହିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସିଦ୍ଧେଶ୍ୱର ମିଶ୍ର , ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଜଗନ୍ନାଥ ମହାପାତ୍ର , ଶ୍ରୀ କାମଦେବ ବଡନାୟକ୍ ଓ ଶ୍ରୀ ପି: ପ୍ରଶାନ୍ତ ପ୍ରମୁଖ ମଞ୍ଚାସିନ ଥିଲେ