ଆମର ପ୍ରତିଶୃତି, ନୁର୍ତାଙ୍ଗ ଗ୍ରାମପଞ୍ଚାୟତ ର ପ୍ରଗତି,
ସରପଞ୍ଚ ପାର୍ଥି ମହିଳା ମାନଙ୍କୁ ନେଇ ଜମୁଛି ଉପନିର୍ବାଚନ ପ୍ରଚାର !
ପଂଚାୟତ ଉପନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି ନିର୍ବାଚନ ପ୍ରଚାର ମାହାଙ୍ଗା ବ୍ଲକର ନୁର୍ତ୍ତାଙ୍ଗ ଗ୍ରାମପଞ୍ଚାୟତରେ ସେତେ ଜମିବାରେ ଲାଗିଛି!ବିରୋଧୀ ଦଳକୁ ପଛରେ ପକାଇ ବିଜୁ ଜନତା ଦଳ ତରଫରୁ ସରପଞ୍ଚ ପାର୍ଥି ହୋଇଥିବା ପବିତ୍ର ମୋହନ ବରାଳ ବିଜୁ ଜନତା ଦଳର ସମସ୍ତ ନେତୃବୃନ୍ଦ ଓ କର୍ମକର୍ତା ମାନଙ୍କୁ ନେଇ ନୁର୍ତାଙ୍ଗ ଗ୍ରାମପଞ୍ଚାୟତର ସମସ୍ତ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି !ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ଦୃଢ ନେତୃତ୍ବ, ଜନହିତକର କାର୍ଯ୍ୟକୁ ମାହାଙ୍ଗା ବ୍ଲକର ଜନସାଧାରଣଙ୍କ ପାଖରେ ଯେଉଁଭଳି ଭାବରେ ପହଞ୍ଚାଇଛନ୍ତି ଏକଥା କାହା କୁ ଅଛପା ନାହିଁ । ପ୍ରତାପ ଜେନାଙ୍କ କାର୍ଯ୍ୟ ଦକ୍ଷତା ମାହାଙ୍ଗା ରେ ଯେଉଁ ଭଳି ଭାବରେ ବିକାଶର କାର୍ଯ୍ୟ କରୁଛନ୍ତି, ସେଥିପାଇଁ ମାହାଙ୍ଗା ବାସି ତାଙ୍କୁ ଅହେତୁକ ଭଲ ପାଇବା ଦେବା ସହ ମାହାଙ୍ଗା ର ବିକାଶରେ ପ୍ରତାପ ଙ୍କ ଅବଦାନ ଏକ ଇତିହାସ ହୋଇ ରହିବ । ଏହି ଉପନିର୍ବାଚନରେ ପ୍ରତାପ ଜେନାଙ୍କ ନେତୃତ୍ବରେ ମାହାଙ୍ଗା ବ୍ଲକ ଅଧକ୍ଷା ଦିପା ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ୪୦ନମ୍ୱର ଜୋନ ଜିଲ୍ଲାପରିଷଦ ସଭ୍ୟା ସସ୍ମିତା ଦାସ ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହୃଷୀକେଶ ସ୍ବାଇଁ, ନର୍ମଦା ନାୟକ,ରଶ୍ମିତା ମିଶ୍ର ,ବ୍ଲକ ଛାତ୍ର ସଭାପତି ହିତେଶ ରାଉତ,ହେମନ୍ତ ଦାସ,ବିଜୁ ମହିଳା,ଯୁବ,ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତା ଏହି ଉପ ନିର୍ବାଚନ ପ୍ରଚାରରେ ସାମିଲ ହୋଇ ସରପଞ୍ଚ ପାର୍ଥି ପବିତ୍ର ମୋହନ ବରାଳ ଙ୍କୁ ବିପୁଳ ସଂଖ୍ୟାରେ ବିଜୟ କରିବା ପାଇଁ ଘରକୁ ଘର ପୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି ।ମାହାଙ୍ଗା ବ୍ଲକ ର ନୃତ୍ତାଙ୍ଗ ଗ୍ରାମ ପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ଓ ସରସ ସୁନ୍ଦର ଗଢି ତୋଳିବା ଲକ୍ଷ୍ୟ ନେଇ ଏହି ପଞ୍ଚାୟତ ଉପ ନିର୍ବାଚନ ବିଜେଡ଼ି ସମଥିତ ସରପଞ୍ଚ ପ୍ରାର୍ଥୀ ପବିତ୍ର ମୋହନ ବରାଳ ଙ୍କୁ ମାଛ ଚିହ୍ନ ରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଛନ୍ତି।ଏହି ଉପନିର୍ବାଚନରେ ବିଜୁ ଜନତା ଦଳ ପୂର୍ଣ୍ଣ ସଫଳତା ପାଇବ ବୋଲି ଚର୍ଚ୍ଚା ଜୋର ଧରିଛି !
ମାହାଙ୍ଗାରୁ ଅନିରୁଦ୍ଧ ପାଣିଙ୍କ ରିପୋର୍ଟ ନିୟୁଜ ଉପାନ୍ତ ଓଡିଶା