ବିମୁଗ୍ଧା”-୨୦୨୩ ସମ୍ମାନ କାର୍ଯ୍ୟକ୍ରମ : ଗୁରୁ ଡ. ପିତାମ୍ବର ବିଶ୍ଵାଳ ଓ ନୃସିଂହ ଚରଣ ପଟ୍ଟନାୟକ ”ବିମୁଗ୍ଧା”- ୨୦୨୩ ସମ୍ମାନରେ ସମ୍ମାନୀତ
“ବିମୁଗ୍ଧା”-୨୦୨୩ ସମ୍ମାନ କାର୍ଯ୍ୟକ୍ରମ : ଗୁରୁ ଡ. ପିତାମ୍ବର ବିଶ୍ଵାଳ ଓ ନୃସିଂହ ଚରଣ ପଟ୍ଟନାୟକ ”ବିମୁଗ୍ଧା”- ୨୦୨୩ ସମ୍ମାନରେ ସମ୍ମାନୀତ
ପାରଳାଖେମୁଣ୍ଡି:୨୩/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ”ପଦାମୃତ ନୃତ୍ୟାୟନ” ତରଫରୁ ଭଞ୍ଜକଳା ମଣ୍ଡପ ଠାରେତୃତୀୟ”ବିମୁଗ୍ଧା”-୨୦୨୩ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶୀ ନୃତ୍ୟଗୁରୁ ଡ. ସ୍ନେହପ୍ରଭା ସାମନ୍ତରାୟ , ମର୍ଦ୍ଦଳ ଗୁରୁ ଶ୍ରୀ ଧନେଶ୍ଵର ସ୍ଵାଇଁ , ଗୁରୁ ସୁତପା ତାଲୁକଦାର , ପଦାମୃତ ନୃତ୍ୟାୟନର ଉପଦେଷ୍ଟା ଗୁରୁ ରଘୁନାଥ ପାତ୍ର ଏବଂ ସଭାପତି କେ. ରାମା ସ୍ଵାମୀ କାର୍ଯ୍ୟକ୍ରମରେ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି ଅବସରରେ ଗୁରୁ ଡ.ଶ୍ରୀ ପିତାମ୍ବର ବିଶ୍ଵାଳ ଓ ପାରଳାର ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକଙ୍କୁ ”ବିମୁଗ୍ଧା”-୨୦୨୩ ସମ୍ମାନରେ ସମ୍ମାନୀତ କରାଯାଇ ଉପଢୌକନ , ମାନପତ୍ର ଓ ପାଞ୍ଚ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାଦ୍ୟ ବାଣୀ ଗୁରୁକୁଳର ଛାତ୍ରମାନଙ୍କ ଦ୍ଵାରା ଦଳଗତ ମର୍ଦ୍ଦଳ ବାଦନ କରାଯାଇଥିଲା। ପରେ ରୁଦ୍ରାକ୍ଷ ଫାଉଣ୍ଡେସନ୍ ଭୁବନେଶ୍ୱର ର ନୃତ୍ୟ ଶିଳ୍ପୀ ସଞ୍ଜୀବ କୁମାର ଜେନାଙ୍କ ଦ୍ଵାରା ଏକକ ଓଡ଼ିଶୀ ନୃତ୍ୟ , ସୁରଭି ଅନୁଷ୍ଠାନ ଭୁବନେଶ୍ୱର ଦ୍ଵାରା ଦଳଗତ ଓଡ଼ିଶୀ ନୃତ୍ୟ ଏବଂ ପରିଶେଷରେ ପଦାମୃତ ନୃତ୍ୟାୟନର ଛାତ୍ରୀମାନଙ୍କ ଦ୍ଵାରା ଦଳଗତ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ବିଦୁପ୍ରିୟା ଓ ପ୍ରୀତିପ୍ରିୟା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।