ପାରଳାଖେମୁଣ୍ଡି ସହରର ବସ୍ତି ଅଞ୍ଚଳରେ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ଉପରେ ସଚେତନତା ଅଭିଯାନ
ପାରଳାଖେମୁଣ୍ଡି:୨୧/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଭି.ଏସ.ସି ୪ ଓ ୫ ପକ୍ଷରୁ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ଉପରେ ଏକ ସଚେତନତା ଅଭିଯାନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ରେ ଭିଏସସି ୪ ଓ ୫ ଦାୟିତ୍ୱରେ ଥିବା ଏଏନଏମ ତଥା ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ଭି.ଲକ୍ଷ୍ମୀ କୁମାରୀ ପଟନାୟକ ଏବଂ ଲକ୍ଷ୍ମୀପ୍ରିୟା ସାହୁଙ୍କ ନେତୃତ୍ୱରେ ସଂଜୟଗାନ୍ଧି କଲୋନୀରୁ ଏକ ସଚେତନତା ଶୋଭାଯାତ୍ରା ଅଭିଯାନ ବାହାରି ଥିଲା ।
ଏହି ସଚେତନତା ଶୋଭା ଯାତ୍ରାରେ ଭିଏସସି: ର ସମସ୍ତ ଅଙ୍ଗନବାଡ଼ି ଓ ଆଶାକର୍ମୀ ମାନଙ୍କ ସମେତ ଅଞ୍ଚଳର ମହିଳା ମାନେ ମଧ୍ୟ ସାମିଲ ଥିଲେ ।ଏମାନେ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆରୁ ରକ୍ଷା ପାଇବା ପାଇଁ ରହିଥିବା ଉପାୟ ଉପରେ ସଚେତନତା ବ୍ୟାନର ଧରି ମାଇକ ଯୋଗେ ପ୍ରଚାର କରି ସଚେତନ କରାଇଥିଲେ ।
ମୁଖ୍ୟତଃ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ରୋଗ ର କାରଣ ଓ କଣ ପାଇ ହୋଇଥାଏ ଏବଂ ଏହା ହେଲେ କଣ ସବୁ ଲକ୍ଷଣ ଦେଖା ଦେଇଥାଏ ଓ ଏହି ରୋଗର ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରକାରର ଲକ୍ଷଣ ଦେଖା ଦେଲେ କିଭଳି ପ୍ରତିକାର ବ୍ୟବସ୍ଥା କରିବେ ଏବଂ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ରକ୍ତ ପରୀକ୍ଷା କରାଇ ନେବା ସହ ଔଷଧ ଖାଇ କିଭଳି ରୋଗରୁ ଉପଶମ ଲାଭ କରିବେ , ସେ ଦିଗରେ ସଚେତନ କରାଇ ଥିଲେ ।
ଏହି ଅବସରରେ ସଚେତନତା ଅଭିଯାନ ବେଳେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ମୁଖ୍ୟ କାରଣ ହୋଇଥିବା ତଥା ଏଣେ ତେଣେ ପଡି ରହିଥିବା ଟାୟାର ଓ କଟା ପଇଡ ସହ ଅନ୍ୟାନ୍ୟ ଭଙ୍ଗା ପାତ୍ର ଯେଉଁଠିକି ଦୀର୍ଘ ଦିନଧରି ପାଣି ଜମି ରହି ମଶାର ବଂଶବୃଦ୍ଧି ପାଇଁ ପଥ ସୁଗମ ହୋଇଥାଏ , ସେ ସବୁକୁ ଓଲଟାଇ ନଷ୍ଟ କରିବା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ସସ୍ମିତା ଅଧିକାରୀଙ୍କ ସମେତ ଆଶାକର୍ମୀ ସୁଜାତା ପାଢ଼ୀ , ସୁନିତା ପଟନାୟକ , ସନ୍ତୋଷି ପ୍ରଧାନ , ଏ: ପାର୍ବତୀ ଏବଂ ସୁଭାଶିନୀ ଶବର ପ୍ରମୁଖ ସାମିଲ ରହି ପରିଚାଳନା ଓ ସହଯୋଗ କରିଥିଲେ ।