April 27, 2026

ଗୁମ୍ମା ବ୍ଲକ ଝାମି ପଞ୍ଚାୟତ ଅନ୍ତର୍ଗତ ଏକ ଜଙ୍ଗଲରେ ଲଗାଣ ବର୍ଷାରେ ପାହାଡ଼ରୁ ପଥର ଖସି ୭ ଛେଳି ମୃତ ଓ ୧ଆହତ

f7a6791d-250f-4e26-81c4-3d380411b26c
Share

ପାରଳାଖେମୁଣ୍ଡି:୨୧/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠ ତଥା ଗୁମା ବ୍ଲକ ଝାମୀ ପଞ୍ଚାୟତ ଅନ୍ତର୍ଗତ ଏକ ଜଙ୍ଗଲ ଠାରେ ଛେଳି ଚରୁଥିବା ବେଳେ ହଠାତ୍ ପାହାଡ଼ରୁ ପଥର ଖସି ଘଟଣା ସ୍ଥଳରେ ୭ ଛେଳିଙ୍କ ମୃତ୍ୟୁ ହେବାସହ ଗୋଟିଏ ଛେଳି ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛି ।ଗ୍ରାମର ଶ୍ରୀ ଜି.ଭେଙ୍କଟ ରାଓ ନାମକ ଜଣେ ବ୍ୟକ୍ତି ସବୁଦିନ ଭଳି ନିକଟସ୍ତ ପାହାଡିଆ ଜଙ୍ଗଲ ଅଞ୍ଚଳକୁ ଛେଳି ଚରାଇବା ପାଇଁ ଯାଇଥିଲେ ।୨ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ସଂପୃକ୍ତ ପାହାଡ଼ରୁ ହଠାତ ପାହାଡ଼ରୁ ପଥର ଖସି ଏପରି ଏକ ଦୁର୍ଘଟଣା ଘଟିଥିଲା ଲଗାଣ ବର୍ଷା ଯୋଗୁଁ ଏପରି ପଥର ଖସି ଆସିଥିଲା ବୋଲି କୁହାଯାଉଛି। ଖବର ପାଇ ଜିଲ୍ଲା ଅଗ୍ନିଶମ ବାହିନୀର ଏକ ଟିମ ଅଗ୍ନିଶମ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ବରେ ଏକ ବିଭାଗୀୟ ଦଳ ଘଟଣା ସ୍ଥଳରେ ପହଞ୍ଚି ମେସିନ ଯୋଗେ ପଥର ହଟାଇ ଛେଳି ଉଦ୍ଧାର କରିଥିଲେ।