April 18, 2025
Share

*ଖବର ଆଜିର*
ତାରିଖ ୧୭/୦୭/୨୦୨୩ ସୋମବାର ।

କଂଗ୍ରେସରୁ ମୋକିମ ଓ ଚିରଂଜୀବ ନିଲମ୍ବନ ପରେ ମୁହଁ ଖୋଲିଲେ ଦଳୀୟ ନେତା, ପିସିସି ସଭାପତିଙ୍କୁ କଲେ ଟାର୍ଗେଟ ।

ବିଦେଶକୁ ଯାନବାହନ ରପ୍ତାନୀରେ ୨୮ ପ୍ରତିଶତ ହ୍ରାସ, ମୁଦ୍ରା ସଂକଟ ଯୋଗୁ କମିଛି ବିକ୍ରି ।

ବନ୍ୟା ଯୋଗୁ ଦିଲ୍ଲୀରେ ବଢିଲା ଡେଙ୍ଗୁ ବିପଦ, ସରକାର ସତର୍କ ।

ଉତ୍ତରାଖଣ୍ଡରେ ହୋମଗାର୍ଡ ଡିପାର୍ଟମେଣ୍ଟ କିଣିଲେ ୧୦୦ ପିସ୍ତଲ, ଏବେ ଡ୍ୟୁଟିରେ ଗୃହରକ୍ଷୀଙ୍କୁ ମଧ୍ୟ ମିଳିବ ବନ୍ଧୁକ ।

ସମଲେଶ୍ୱରୀ ଦର୍ଶନ ପରେ ବିକାଶର ନକ୍ସା: ସମଲେଇ ପ୍ରକଳ୍ପର ସମୀକ୍ଷା କଲେ ପାଣ୍ଡିଆନ୍ ।

ଆଗାମୀ ତିନିଦିନ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା; ଓଡ଼ିଶାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଭାରତୀୟ ପାଣିପାଗ ବିଭାଗ ।

ସୋମବାର ନଷ୍ଟ କରାଯିବ୧.୪୪ଲକ୍ଷ କେଜି ଡ୍ରଗ୍ସ ଓ ନିଶା ସାମଗ୍ରୀ, ଉପସ୍ଥିତ ରହିବେ ଅମିତ ଶାହ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମଙ୍ଗଳବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୨୦୨୩ ମସିହା ପାଇଁ ଭୂମି ସମ୍ମାନ ପ୍ରଦାନ କରିବେ । ଏହି ସମ୍ମାନ ୯ଟି ରାଜ୍ୟର ସଚିବ ଓ ୬୮ ଜିଲ୍ଲାପାଳ ସମେତ ସେମାନଙ୍କ ଟିମ୍‍ଗୁଡ଼ିକୁ ଦିଆଯିବ ।

ବିରୋଧୀଙ୍କ ବୈଠକରେ ଯୋଗଦେବ ‘ଆପ୍’.. ବେଙ୍ଗାଲୁରୁରେ ହେବାକୁ ଥିବା ବୈଠକରେ ଯୋଗଦେବ ।

ଷ୍ଟାଫ୍‌ ସିଲେକ୍ସନ କମିଶନର ସିଜିଏଲ୍‌ ପ୍ରଶ୍ନପତ୍ର ଡିଲ୍‌ ଅଭିଯୋଗ.. ବାଲେଶ୍ବର ଜଳେଶ୍ବରର ଏକ ହୋଟେଲରେ ଚଢାଉ । ଜଣେ ମହିଳାଙ୍କ ସହ ୯ ଜଣ ଅଟକ, ୬ କାର୍‌ ଜବତ.. କିଙ୍ଗ୍‌ପିନ୍‌ ଭୁବନେଶ୍ବରର ହୋଇଥିବା ସୂଚନା ।

କୌଣସି ପ୍ରଶ୍ନପତ୍ର ଲିକ୍‌ ହୋଇନାହିଁ- ବାଲେଶ୍ବର ଏସ୍‌ପି ସାଗରିକା ନାଥ ।

ଠିକ୍‌ ସମୟରେ ମିଳିଲାନି ପେନ୍‌ସନ୍‌: ୯ କଲେଜ ଅଧ୍ୟକ୍ଷଙ୍କୁ କାରଣଦର୍ଶାଅ ନୋଟିସ୍‌ ।

ଏସୀୟ ‌ଦୌଡ଼କୁଦ ପ୍ରତିଯୋଗିତା: ୨୭ ପଦକ ସହ ଭାରତ ତୃତୀୟ, ଶେଷ ଦିନରେ ୮ ରୌପ୍ୟ, ୫ କାଂସ୍ୟ ।

ପୁରୁଣା ପେନ୍‌ସନ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛନ୍ତି ସରକାରୀ କର୍ମଚାରୀମାନେ। ‘ପୁରୁଣା ପେନ୍‌ସନ୍‌ ପାଇଁ ଜାତୀୟ ଆନ୍ଦୋଳନ’ (ଏନ୍ଏମ୍ଓପିଏସ୍) ବ୍ୟାନର୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବହୁ କର୍ମଚାରୀ ସଂଗଠନର କର୍ମକର୍ତ୍ତାମାନେ ଏକାଠି ହୋଇ ଏହି ଦାବିକୁ ଜୋର୍‌ଦାର କରିଥିଲେ।

ଦକ୍ଷିଣାଞ୍ଚଳ ୧୪ଶ ଥର ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଦୁଲିପ ଟ୍ରଫି ଚମ୍ପିଆନ୍ ହୋଇଛି। ରବିବାର ସ୍ଥାନୀୟ ଏମ୍‌.ଏ. ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଶେଷ ହୋଇଥିବା ବିସିସିଆଇର ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପଶ୍ଚିମାଞ୍ଚଳକୁ ୭୫ ରନ୍‌ରେ ଦକ୍ଷିଣାଞ୍ଚଳ ପରାସ୍ତ କରିଛି।  ।

୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ପୂରା ବ୍ୟସ୍ତ ରହିବ ଟିମ୍ ଇଣ୍ଡିଆ, ଖେଳିବ ୩ଟି ବଡ଼ ଟୁର୍ଣ୍ଣାମେଣ୍ଟ ।

ବନ୍ୟା ପ୍ରଭାବିତଙ୍କ ପାଇଁ ୧୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ସୁପ୍ରଭାତ ,ଶୁଭ ସକାଳ ।

You may have missed