November 24, 2024

ଶିକ୍ଷକ ସାଜିଛନ୍ତି ଠିକାଦାର, କୋଟି କୋଟି ଟଙ୍କାର ପାଇପ କାମ କରୁଛନ୍ତି ଦୁଇ ଶିକ୍ଷକ,, ବିଭାଗ ଜାଣି ଅଜଣା ସାଜିଛି, ରାଜନୈତିକ ଛତ୍ରଛାୟା ତଳେ ଶିକ୍ଷକ,

Share

ଶିକ୍ଷକ ସାଜିଛନ୍ତି ଠିକାଦାର, କୋଟି କୋଟି ଟଙ୍କାର ପାଇପ କାମ କରୁଛନ୍ତି ଦୁଇ ଶିକ୍ଷକ,,
ବିଭାଗ ଜାଣି ଅଜଣା ସାଜିଛି, ରାଜନୈତିକ ଛତ୍ରଛାୟା ତଳେ ଶିକ୍ଷକ,

ରାୟଗଡା:
ରାୟଗଡ଼ା ଜିଲ୍ଲା ଭଳି ଆଦିବାସୀ ବହୁଳ ଜିଲ୍ଲାରେ କିପରି ସରକାରୀ ବାବୁମାନେ ଆଦିବାସୀମାନଙ୍କ ନିରକ୍ଷରତା ଓ ସରଳତାକୁ ଆଧାର କରି ଦୁର୍ନୀତିରେ ଲିପ୍ତ ରହୁଛନ୍ତି ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ କାଶୀପୁର ବ୍ଲକର ଉପର କୋଡ଼ିଗାଁରେ କାର୍ଯ୍ୟରତ ଦୁଇ ଶିକ୍ଷକ ଶିକ୍ଷକତା କରି ମଧ୍ୟ ପାଠ ପଢେଇବେ କଣ ମାତିଛନ୍ତି ଠିକାଦାରି କାମ କରିବାରେ। ଏମାନଙ୍କୁ ସମ୍ପୁର୍ଣ୍ଣ ଭାବେ ସହଯୋଗ କରୁଛନ୍ତି ରାୟଗଡ଼ା ଜିଲ୍ଲା ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ଓ ଅଧିକାରୀମାନେ। ଏହି ଦୁଇ ଶିକ୍ଷକ କୁଆଡେ ଜଣେ ନେତା ଓ ସରଳ ଆଦିବାସୀଙ୍କ ନାମରେ ଠିକାଦାର ଲାଇସେନ୍ସ କରି କୋଟି କୋଟି ଟଙ୍କାର କାର୍ଯ୍ୟାଦେଶ ନେଇ କାର୍ଯ୍ୟ କରୁଥିବା ଜଣାପଡିଛି। ଜିଲ୍ଲା ଜଳଯୋଗାଣ ଓ ପରିମଳ ବିଭାଗର ଜନୈକ ଅଧିକାରୀ ନିଜ ନାମ ଗୋପନ ରଖି ଏହା ମଧ୍ୟ କହିଛନ୍ତି ଯେ ଉକ୍ତ ଠିକାଦାର ଦୁଇ ଜଣ ହେଲେ ସୁଦର୍ଶନ ସାହୁ ଓ କାଶୀନାଥ ସାହୁ। ଏହି ଦୁଇ ଶିକ୍ଷକ ଉପର କୋଡିଗାଁ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ବେଳେ ଉକ୍ତ ଶିକ୍ଷକ ଦୁଇଜଣ ପାତ୍ର ମାଝୀ ଓ ଲକ୍ଷ୍ମଣ ଖୋସଲା ନାମରେ ଟେଣ୍ଡର ପକାଇ କାର୍ଯ୍ୟ କରୁଛନ୍ତି ବୋଲି ଜଣାପଡିଛି। ବିଗତ ୨ ବର୍ଷ ତଳେ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକରେ ୧ କୋଟି ୨୦ ଲକ୍ଷ ଟଙ୍କାର ହାଉସ ପାଇପ୍ ଲାଇନ୍ କାର୍ଯ୍ୟ କରିଥିବା ବେଳେ ଉକ୍ତ କାର୍ଯ୍ୟାଦେଶ ପାତ୍ର ମାଝୀ ନାଁ ରେ ଥିବା ନେଇ ଗ୍ରାମୀଣ ପରିମଳ ଜଳଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସେହି ଦୁଇ ଶିକ୍ଷକଙ୍କ ଦ୍ଵାରା ଅମଲାଭଟ୍ଟା ଓ ପେଣ୍ଟା ଆଦି ଗାଁ ଗୁଡିକରେ ପ୍ରାୟ ୩ କୋଟି ଟଙ୍କାର ହାଉସ ପାଇପ୍ ଲାଇନ୍ କାର୍ଯ୍ୟ କରୁଥିବା ଜଣାପଡିଛି।

ଦେବାଶିଷ ଦାଶ୍ କ୍କ ରିପୋର୍ଟ,,