April 30, 2026

ଘୁମୁସର ର ସ୍ବର” ପକ୍ଷରୁ ୧୨୬ ତମ ସାହିତ୍ୟ ଆଲୋଚନା ଚକ୍ର ଓ ଗୁରୁ ପୂଜନ ଉତ୍ସବ

IMG-20230703-WA0035
Share

*ଅଗ୍ରଣୀ ସାହିତ୍ୟ ପ୍ରତିଷ୍ଠାନ*

*”ଘୁମୁସର ର ସ୍ବର” ପକ୍ଷରୁ ୧୨୬ ତମ ସାହିତ୍ୟ ଆଲୋଚନା ଚକ୍ର ଓ ଗୁରୁ ପୂଜନ ଉତ୍ସବ—

ବୁଗୁଡା:-ତା-୦୩-୦୭-୨୦୨୩- ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ୧୨୬ ତମ ସାହିତ୍ୟ ଆଲୋଚନା ଚକ୍ର ଓ ଗୁରୁ ପୂଜନ ଉତ୍ସବ ପବିତ୍ର ବ୍ୟାସ ପୂର୍ଣ୍ଣମା ଅବସରରେ ପ୍ରତିଷ୍ଠାନର ସଭାପତି ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ସ୍ଥାନିୟ ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ଯ ଅତିଥି ଭାବେ ମାଳିକା ଗବେଷକ ତଥା ଗହଣଦଳ ଗଞ୍ଜା-ବ୍ରହ୍ମପୁର ମଣ୍ଡଳର ସର୍ଦ୍ଦାର ଗୁରୁ ଲିଙ୍ଗରାଜ ଦାଶ ଯୋଗଦେଇ ଗୁରୁ ପରଂପରାର ମହତ୍ବ ଓ ସମାଜରେ ଗୁରୁ ମାନଙ୍କ ସକରାତ୍ମକ ପ୍ରଭାବ ସମ୍ପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ। ଅନ୍ୟ ତମ ଅତିଥି ଭାବେ ସୋରଡ-ପାଙ୍ଗିଡି ମଠ ମହନ୍ତ ଶ୍ରୀରାମ ଶରଣ ଦାସଜୀ ମହାରାଜ, ବରିଷ୍ଠ କବି ଅନନ୍ତକର, କବି ଭାସ୍କର ରାଉତ, ଗୌରୀଶଙ୍କର ମିଶ୍ର, ଦ୍ଯୁତିକୁଷ୍ଣ ବିଶ୍ବାଳ, ପ୍ରସନ୍ନ କୁମାର ଦାସ, ଡ.ବ୍ରଜକିଶୋର ପାଢୀ ପ୍ରମୁଖ ଯୋଗଦେଇ ପ୍ରଚୀନ ଗୁରୁ ପରଂପରା ସମାଜକୁ ସବୁ ସମୟରେ ଉଚିତ୍ ମାର୍ଗଦର୍ଶନ ଦେଇ ଆସିଛି ଏଣୁ ଛାତ୍ରଛାତ୍ରୀ ଓ ଯୁବ ସମାଜ ସେହି ପବିତ୍ର ପରମ୍ପରାରେ ଅନୁ ପ୍ରାଣିତ ହେବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ଯରେ ସର୍ବଶ୍ରୀ ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ, ବ୍ରୁ୍ନ୍ଦାବନ ମହାନ୍ତି, ଅଧ୍ୟାପକ ଦେବବ୍ରତ ପାତ୍ର, ଅଧ୍ୟାପିକା ପ୍ରମିଳା କୁମାରୀ ବେହରା,ରୁପାଲି ସ୍ବାଇଁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ମହାବିଦ୍ୟାଳୟର ଛାତ୍ରୀ ମାନେ ଗୁରୁ ପୂଜନ କରିଥିବା ବେଳେ ଗବେଷକ ଡକ୍ଟର ବ୍ରଜକିଶୋର ପାଢ଼ୀ ଧନ୍ଯବାଦ ଅର୍ପଣ କରିଥିଲେ।

***********

You may have missed