September 10, 2026

IPS ସାଗରିକା ନାଥଙ୍କ ବାପା, ମା’ଙ୍କଠୁ ଲୁଟ୍‌; ଟଙ୍କା ଓ ସୁନା ଛଡ଼ାଇ ନେଲେ ଦୁର୍ବୃତ୍ତ

IMG-20230703-WA0039
Share

 

IPS ସାଗରିକା ନାଥଙ୍କ ବାପା, ମା’ଙ୍କୁ ଠାରୁ ଲୁଟ୍‌ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଘାଟିକିଆ ରାସ୍ତାରେ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଥିବା ଜଣାପଡ଼ିଛି।

ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା। IPS ସାଗରିକା ନାଥଙ୍କ ବାପା, ମା’ଙ୍କୁ ଠାରୁ ଲୁଟ୍‌ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଘାଟିକିଆ ରାସ୍ତାରେ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଥିବା ଜଣାପଡ଼ିଛି।

 

ସୂଚନା ଅନୁସାରେ, IPS ସାଗରିକା ନାଥଙ୍କ ବାପା ଓ ମା’ ଗତକାଲି ବିଳମ୍ବିତ ରାତିରେ କାର୍‌ରେ ଆମ୍ରି ହସ୍ପିଟାଲ ନିକଟ ସତ୍ୟସାଇ ଏନକ୍ଲେଭ ସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସେମାନଙ୍କ କାର୍‌କୁ ଅଟକାଇ ଥିଲେ। ଏହାପରେ ଦୁର୍ବୃତ୍ତମାନେ ସେମାନଙ୍କ ଠାରୁ ଲୁଟ୍‌ ଉଦ୍ୟମ କରିଥିଲେ।

ତେବେ ସାଗରିକାଙ୍କ ବାପା ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ଦୁର୍ବୃତ୍ତମାନେ IPS ସାଗରିକାଙ୍କ ବାପା,ମା’ଙ୍କ ନିକଟରୁ ଟଙ୍କା ଓ ସୁନା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଏନେଇ ଭରତପୁର ଥାନାରେ ଏତଲା ପରେ ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। ଘଟଣାସ୍ଥଳରୁ ଲୁଟେରାଙ୍କ ଏକ ବାଇକ ଜବତ ହୋଇଥିବା ସୂଚନା ମିଳିଛି।

IPS ସାଗରିକା ନାଥ ପୂର୍ବରୁ ଭୁବନେଶ୍ୱର ଟ୍ରାଫିକ୍‌ ଡିସିପି ଥିବାବେଳେ ଏବେ ବାଲେଶ୍ୱର ଏସ୍‌ପି ଅଛନ୍ତି।