ଖବର ଆଜିର
*ଖବର ଆଜିର*
*ତାରିଖ ୦୩/୦୭/୨୩, ସୋମବାର*
*୧-ହାଣ୍ଡିଶାଳକୁ ମହଙ୍ଗା ମାଡ଼,ପରିବା ଦର ଆକାଶଛୁଆଁ,ଦର ନିୟନ୍ତ୍ରଣରେ ସରକାର ବିଫଳ।*
*୨-ଜୁଲାଇ ୪ରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ଆଜି ଠାରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସୂଚନା।*
*୩-ଭୁବନେଶ୍ୱର: କେଦାର ଗୌରୀ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା; ଥାନାରେ ଏତଲା,BMC ଓ ASI ଦୋଷ ଲଦାଲଦି।*
*୪-ରାଜ୍ୟରେ କାର୍ଯ୍ୟକରୁଛି ୧୩ ଆୟୁଷ ଗ୍ରାମ, ପ୍ରତି ଗ୍ରାମର ବ୍ୟୟ ବରାଦ ୧୦ ଲକ୍ଷ, ଅବଧି ବର୍ଷେ।*
*୫-ଭୁବନେଶ୍ୱର: ପ୍ରଶାସନିକ ସଂସ୍କାର, ବଦଳିଲେ ୧୭ ଡାକ୍ତରଖାନା ପରିଚାଳକ।*
*୬-ଉତ୍କଳର ଉତ୍କର୍ଷ ଅଭିଷେକ, ମିଳିଲା ‘ଶ୍ରେଷ୍ଠ ନବପ୍ରବର୍ତ୍ତନ’ ପୁରସ୍କାର।*
*୭-ଭୁବନେଶ୍ୱର:ନୂଆରୂପ ପାଇବ ଜୟଦେବ ପୀଠ, ଆସନ୍ତା ପର୍ଯ୍ୟଟନ ଋତୁରୁ ହେବ ଟିକେଟ ବ୍ୟବସ୍ଥା।*
*୮-‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ବନକ୍ଷତ୍ର ଉତ୍ସବରେ ଗୋଆ ରାଜ୍ୟପାଳ, ସମ୍ମାନିତ ହେଲେ ପଦ୍ମଶ୍ରୀ ହଳଧର ନାଗ।*
*୯-ବହୁ ଚର୍ଚ୍ଚିତ ଗୁଣୁପୁର ଗୌରୀ ପ୍ରସାଦ ମିଶ୍ର ହତ୍ୟାକାଣ୍ଡ ଘଟଣା: ପୁଣି ୨ ଗିରଫ, ଅଭିଯୁକ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି।*
*୧୦-ରତ୍ନବେଦୀରେ ଦର୍ଶନ ଦେଲେ ତିନି ଠାକୁର, ମିଳିଲା ନୀଳାଦ୍ରି ଅବଢ଼ା।*
*୧୧-ସୋର:କାର-ବାଇକ ଧକ୍କା, ଘଟଣାସ୍ଥଳରେ ୨ ମୃତ।*
*୧୨-ଭୁବନେଶ୍ୱର:ହୀରା ବ୍ୟବସାୟୀଙ୍କ ଘରେ ପଶିଲା ସିବିଆଇ, ବ୍ୟାଙ୍କରୁ ଲୋନ୍ ଆଣିଥିଲେ ୭ କୋଟି।*
*୧୩-କଣାସ ବ୍ଲକ ଅଁଳାଯୋଡ଼ି ଗାଁ:ଅସହ୍ୟ ହେଲା ଫାଇନାନ୍ସ କମ୍ପାନୀର ଜୁଲମ; ଋଣ ଭାର ସହି ନପାରି ଝୁଲି ପଡ଼ିଲେ ବୃଦ୍ଧ ଦମ୍ପତି।*
*୧୪-ବର୍ଷା ଆରମ୍ଭରୁ ମୁଣ୍ଡ ଟେକିଲାଣି ଡେଙ୍ଗୁ: ସତର୍କ ରହିବାକୁ ପରାମର୍ଶ ଦେଲା ବିଏମସି।*
*୧୫-ଓଡିଶା ଦଖଲ ପାଇଁ ଗୌହାଟିରୁ ବିଜେପି କ୍ୟାମ୍ପର ପ୍ରସ୍ତୁତି, ଜୁଲାଇ ୬ରେ ନଡ୍ଡାଙ୍କ ସହ ୨୪ ଷ୍ଟ୍ରାଟେଜି କରିବେ ଶାହ।*
*୧୬-ଏଣିକି ଦୁର୍ଦାନ୍ତ ଅପରାଧୀଙ୍କୁ ଦିଆଯିବ କଳାପାଣି ଦଣ୍ଡ! ଗୃହମନ୍ତ୍ରାଳୟଙ୍କ ସହ ଆଲୋଚନା କରୁଛନ୍ତି NIA।*
*୧୭-ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ଼। ଘଣ୍ଟାଏ ପୂର୍ବରୁ ବିରୋଧୀ ଦଳ ନେତା, ଘଣ୍ଟାକ ପରେ ଉପ-ମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାୱାର।*
*୧୮-ମଣିପୁର ହିଂସା: ୨ ମାସ ପରେ ନ୍ୟାସନାଲ ହାଇୱେ ଖୋଲିଲେ କୁକି ସମୁଦାୟ, ବିଷ୍ଣୁପୁରରେ ତିନି ଜଣଙ୍କୁ ହତ୍ୟା।*
*୧୯-ନୂଆଦିଲ୍ଲୀ : ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ସମାନ ନାଗରିକ ସଂହିତା (ୟୁସିସି)କୁ ସମର୍ଥନ ଜଣାଇଛନ୍ତି।*
*୨୦-ଦିନିକିଆ ବିଶ୍ବକପ୍ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟର ସୁପର ସିକ୍ସ ପର୍ଯ୍ୟାୟ।ଶ୍ରୀଲଙ୍କାକୁ ବିଶ୍ବକପ୍ ଟିକଟ।*
. *🙏 ସୁପ୍ରଭାତ🙏*