September 21, 2024

ଗୌରୀ ମିଶ୍ର ହତ୍ୟାକାଣ୍ଡ ଘଟଣା ଆଜି ଆଉ ୪ ଜଣ ଗିରଫ – ଦେଶୀ ବନ୍ଧୁକ ଜବତ ଗତକାଲି ୭ ଜଣ ହୋଇଥିଲେ ଗିରଫ

Share

ଗୌରୀ ମିଶ୍ର ହତ୍ୟାକାଣ୍ଡ ଘଟଣା
ଆଜି ଆଉ ୪ ଜଣ ଗିରଫ – ଦେଶୀ ବନ୍ଧୁକ ଜବତ
ଗତକାଲି ୭ ଜଣ ହୋଇଥିଲେ ଗିରଫ

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ବହୁ ଚର୍ଚ୍ଚିତ ରାୟଗଡା ଜିଲ୍ଲା ଗୁଣୁପୁର ବଂଶଧାରା ପୋଲ ଉପରେ ସ୍ବେଚ୍ଛାସେବୀ ଗୌରୀ ମିଶ୍ର ଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ମାମଲାରେ ଆଜି ଆଉ ଚାରି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଗୁଣୁପୁର ପୁଲିସ । ସେମାନଙ୍କ ଠାରୁ ପୁଣି ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି ।ଅଭିଯୁକ୍ତ ମାନେ ହେଲେ ଆର ଜଗନ୍ନାଥମ, ଆର ରାମରାଜୁ,ଭେଙ୍କେଟ ରାଓ ଓ ଆକାଶ ବଡପୁ । ଗତକାଲି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଥିଲା ପୁଲିସ । ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଥିବା ୭ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ, ଗୁଳିଗୋଳା ଓ ବାଇକ ଜବତ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ଡବଲ ମର୍ଡର ଘଟଣାରେ ୧୧ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ଛତ୍ରପୁର ଓ ଗଜପତି ଅଞ୍ଚଳର ଆଉ ଦୁଇ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି । ଏକ ମୂଲ୍ୟବାନ ଜମି ର କିଣାବିକା ଓ ପାୱାର ଅଫ ଆଟର୍ଣ୍ଣି ବିବାଦ ପାଇଁ ସ୍ବେଚ୍ଛାସେବୀ ଗୌରୀ ମିଶ୍ର ଙ୍କୁ ହତ୍ୟା କରାଯାଇଥିବା ପୁଲିସ ସୂଚନା ଦେଇଥିଲେ । ହତ୍ୟାକାରୀ ମାନେ ସୁପାରୀ କିଲର ସାହାଯ୍ୟ ରେ ଶ୍ରୀ ମିଶ୍ରଙ୍କୁ ହତ୍ୟା କରିଥିଲେ । ପରବର୍ତ୍ତୀ ସମୟରେ ପ୍ରମାଣ ନଷ୍ଟ ଉଦ୍ଧେଶ୍ୟରେ ସୁପାରୀ କିଲର ଭି ରାଜେଶ କୁ ମଧ୍ୟ ଆନ୍ଧ୍ର ରେ ହତ୍ୟା କରିଥିଲେ ଷଡଯନ୍ତ୍ରକାରୀ । ଘଟଣାର ତଦନ୍ତ ଚାଲିଛି, ଏଥିରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି ।