November 26, 2026

ସୋରଡ଼ା ସଞ୍ଜୟ କୁମାର ସେଠିସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର

IMG-20261126-WA0138
Share

, ସୋରଡ଼ା ପରିସରରେ ନଭେମ୍ବର ୨୬ ତାରିଖ ଗୁରୁବାର ଦିନ ସମ୍ବିଧାନ ଦିବସ ଶ୍ରଦ୍ଧା ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି।ଏହି ଅବସରରେ ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସୁନୀଲ କୁମାର ରଥ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶ୍ରୀଯୁକ୍ତ ଦୁଃଖିଶ୍ୟାମ ସାହୁ ପରିଚୟ ପ୍ରଦାନ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ ର ପ୍ରମୁଖ ଶ୍ରୀମାନ ଶିବଶଙ୍କର ପାତ୍ର ମଞ୍ଚାସୀନ ଥିଲେ। ପ୍ରଧାନାଚାର୍ଯ୍ୟ ମହାଭାଗ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ଶିଶୁମାନେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପାଠ କରିବା ସହିତ ସମ୍ବିଧାନର ମୂଳ ଆଦର୍ଶ ଓ ମୂଲ୍ୟବୋଧ ପ୍ରତି ନିଷ୍ଠାବାନ ରହିବାକୁ ଶପଥ ଗ୍ରହଣ କରିଥିଲେ। ଦେଶାତ୍ମବୋଧକ ସଙ୍ଗୀତ ମାଧ୍ୟମରେ ଦେଶପ୍ରେମ ଓ ଜାତୀୟ ଏକତାର ଭାବନା ପ୍ରକାଶ ପାଇଥିଲା।ଏହି ଅବସରରେ ଗୁରୁଜୀ ଶ୍ରୀମାନ ସିଦ୍ଧାନ୍ତ ନାୟକ ଶିଶୁମାନଙ୍କୁ ସମ୍ବିଧାନର ମହତ୍ତ୍ୱ, ନାଗରିକଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଜଣେ ଉତ୍ତମ ନାଗରିକ ଭାବେ ଦେଶର ଆଇନକୁ ସମ୍ମାନ ଦେବା, ଜାତୀୟ ଏକତା ବଜାୟ ରଖିବା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଜୀବନରେ ପାଳନ କରିବା ପାଇଁ ସେ ଶିଶୁମାନଙ୍କୁ ପ୍ରେରଣା ଦେଇଥିଲେ।ସମ୍ବିଧାନର ଆଦର୍ଶ, ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱର ବାର୍ତ୍ତାକୁ ଶିଶୁମାନଙ୍କ ମନରେ ଜାଗ୍ରତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମଟି ଶିକ୍ଷଣୀୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ସମ୍ପନ୍ନ ହୋଇଥିଲା।

You may have missed